ETV Bharat / state

ବଲାଙ୍ଗୀରରେ ବାଘ ଆତଙ୍କ, ଗାଁରେ ପଶିଲା କଲରାପତରିଆ - ବଲାଙ୍ଗୀରରେ ବାଘ ଆତଙ୍କ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସଂଲଗ୍ନ କୁର୍ଲଁ ଗାଁରେ କଲରପତରିଆ ବାଘ ବୁଲିବା ପରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

balangir tiger terror
ଗାଁରେ ପଶିଲା ବାଘ
author img

By

Published : Mar 9, 2023, 2:39 PM IST

ଗାଁରେ ପଶିଲା ବାଘ

ବଲାଙ୍ଗୀର: ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । ଗାଁରେ ପଶିଲା ବାଘ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସଂଲଗ୍ନ କୁର୍ଲଁ ଗାଁରେ କଲରପତରିଆ ବାଘ ପଶିବା ପରେ ଗାଁ ଲୋକ ଭୟଭୀତ ହୋଇଛନ୍ତି । ବନ ବିଭାଗ ଛାନଭିନ କରୁଛି ।

ଗ୍ରାମରେ ଏକ କଲରାପତରିଆ ଚିତାବାଘ ବିଚରଣ କରୁଥିବାର ଲୋକେ ଦେଖିଥିଲେ । ସେହିପରି ଏହାର ଭିଡିଓ ମଧ୍ୟ ଲୋକେ ଉତ୍ତୋଳନ କରିଥିଲେ । ସମାନ ଭାବରେ ସବୁଠି କଲରାପତରିଆ ଚିତାବାଘର ପାଦ ଚିହ୍ନ ମଧ୍ୟ ଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ସଂପୃକ୍ତ ଗାଆଁରେ ଲୋକେ ଆତଙ୍କିତ ଅଛନ୍ତି । ରାତି ପାହିଲେ ଗାଁ ଲୋକଶୂନ୍ୟ ହୋଇଯାଉଛି । ସେପଟେ ସ୍ଥାନୀୟ କଣ୍ଟାବାଞ୍ଜି ବନଖଣ୍ଡ ଅଧିକାରୀ ସଂପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ସଠିକ୍ ତଥ୍ୟ ଦେଇ ହେବ ବୋଲି ବିଭାଗ କହିଛି ।

ଏହା ବି ପଢନ୍ତୁ...ଜ୍ବାଇଁଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୂର ଘର ଲୋକେ, 5 ଅଟକ

ତେବେ ଗ୍ରାମବାସୀ ଜଗମୋହନ ତାଣ୍ଡି କହିବା ଅନୁସାରେ ରାତି ପାହିଲେ ଏକ କରଲାପତରିଆ ବାଘ ଗାଁରେ ବୁଲୁଛି । ବିଭିନ୍ନ ସ୍ଥାନରେ ତାର ପାଦ ଚିହ୍ନ ମଧ୍ୟ ଥିବାର ସେ କହିଛନ୍ତି । ସମାନ ଭାବରେ ପାଞ୍ଚ ବର୍ଷ ପୂର୍ବେ ମଧ୍ୟ ଗାଁକୁ ଏକ କଲରାପତରିଆ ଚିତାବାଘ ଆସିଥିଲା । ଗାଁରେ ଆତଙ୍କ ଖେଳାଇ ଥିଲା । ଯାହାକୁ ବହୁ କଷ୍ଟରେ ବନ ବିଭାଗ ଧରିବାରେ ସଫଳ ହୋଇଥିଲା । ସେପଟେ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବନମାଳୀ ଏହାର ଖବର ପାଇ ସଦଳ ବଳ ସେମାନେ ଗାଁକୁ ଯାଇ ବାଘକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି । ତେବେ ଗାଁ ଲୋକଙ୍କୁ ସଚେତନ ଓ ସଜାଗ ରହିବା ସହ ରାତିରେ ଘରୁ ପଦାକୁ ନ ବାହାରିବାକୁ କହିଛନ୍ତି ।

ଏହା ବି ପଢନ୍ତୁ...ରାତି ପାହିଲେ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ୭୪ଟି ସ୍କ୍ୱାର୍ଡ ଗଠନ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଜଙ୍ଗଲରୁ ବାଘ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇଛନ୍ତି । ଫଳରେ ଲୋକେ ଭୟଭୀତ ହୋଇ ରହୁଛନ୍ତି । କିଛି ଦିନ ତଳେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଲୋଡ୍ରା ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଖେଳାଇଥିଲା । ଖାଦ୍ୟ ଖୋଜିବା ନେଇ ଜନବସତି ମୁହାଁ ହୋଇଛନ୍ତି ବାଘ । ଗାଁକୁ ଆସି ଗାଈ, ଘୁଷୁରୀ ଓ ଛେଳିକୁ ବାଘ ଶିକାର କରି ଖାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.