ETV Bharat / state

ଲୁଟ ଟଙ୍କାରେ ବାନ୍ଧବୀକୁ ଦେଉଥିଲେ ଉପହାର, ବଲାଙ୍ଗୀରରୁ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

author img

By

Published : Oct 10, 2021, 5:31 PM IST

ବଲାଙ୍ଗୀର ଜିଲ୍ଲାରୁ ଗିରଫ ହୋଇଛନ୍ତି ୩ ଆନ୍ତଃରାଜ୍ୟ ଲୁଟେରା । ଏହି ଲୁଟେରାଙ୍କ ମଧ୍ୟରେ ଥିବା ଜଣେ ଲୁଟେରା ନିଜ ଗର୍ଲଫ୍ରେଣ୍ଡକୁ ଲୁଟ ଟଙ୍କାରେ ଦାମୀ ଉପହାର ଦେଉଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରୁ ଆନ୍ତଃରାଜ୍ୟ ଲୁଟେରା ଗିରଫ, ଲୁଟ ଟଙ୍କାରେ ଗର୍ଲଫ୍ରେଣ୍ଡକୁ ଦେଉଥିଲେ ଉପହାର

ବଲାଙ୍ଗୀର: ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ୩ ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏମାନଙ୍କ ମଧ୍ୟରୁ ଜଣେ ଲୁଟେରା ଲୁଟ ଟଙ୍କାରେ ନିଜ ବାନ୍ଧବୀଙ୍କୁ ମହଙ୍ଗା ଉପହାର ଦେଉଥିବା ପୋଲିସ ସୂଚନା ମିଳିଛି । ପୋଲିସ ବାନ୍ଧବୀଙ୍କ ଠାରୁ ଅନେକ ସୁନା ଅଳଙ୍କାର ଜବତ କରିଛି ।

ବଲାଙ୍ଗୀରରୁ ଆନ୍ତଃରାଜ୍ୟ ଲୁଟେରା ଗିରଫ, ଲୁଟ ଟଙ୍କାରେ ବାନ୍ଧବୀକୁ ଦେଉଥିଲେ ଉପହାର

ଗତ 3 ମାସରୁ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, କଣ୍ଟାବାଞ୍ଜି, ଲୋଇସିଂହା, ଦେଓଗାଁ, ପୁଇନ୍ତଲା, ପାଟଣାଗଡ଼ ଅଞ୍ଚଳରେ ଲୁଟର ଅନେକ ଅଭିଯୋଗ ଆସିଥିଲା । ବଲାଙ୍ଗୀର SPଙ୍କ ନିର୍ଦ୍ଦେଶକ୍ରମେ ଦେଓଗାଁ, ଲୋଇସିଂହା, ପୁଇନ୍ତଲା, ଟାଉନ ଥାନା ଓ ବଲାଙ୍ଗୀର ସଦର ଥାନାର ଅଧିକାରୀମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ପରେ ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛନ୍ତି । ତେବେ ଗିରଫଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଆସ୍କାର ଡି ରାଜା, ସୁବର୍ଣ୍ଣପୁର ଝୁପୁଡ଼ି ପଡ଼ାର ଦୟା ସାଗର ଛାତ୍ରୀୟା ଓ ସାରଥୀ ବାଗକୁ ପୋଲିସ ଗିରଫ କରିଛି ।

ଏମାନଙ୍କ ଠାରୁ ପୋଲିସ ୬ଟି ମୋବାଇଲ, ୨ଟି ଦାମୀ ବାଇକ, ୧ ଲକ୍ଷ ୯୧ ହଜାର ଟଙ୍କା ନଗଦ ଓ ସୁନା ଅଳଙ୍କାର ପୋଲିସ ଜବତ କରିଛି । ସେହିପରି ଲୁଟରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ, ୬ଟି ବିଭିନ୍ନ କମ୍ପାନୀର ସିମକାର୍ଡ, ଗୋଟିଏ ଟାବେଲଟ ମଧ୍ୟ ପୋଲିସ ଜବତ କରିଛି । ସେହିପରି ଅଧିକ ତଦନ୍ତ କରିବା ପରେ ଏମାନେ ୩ଟି ଜିଲ୍ଲାରେ ବିଭିନ୍ନ ଲୁଟପାତରେ ସଂପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି । ଯେଉଁଥିରେ ସୋନପୁର ଜିଲ୍ଲାର ବିର୍ମହରାଜପୁର, ଉଲୁଣ୍ଡା, କମସରାଠାରେ ହୋଇଥିବା ଲୁଟରେ ଏମାନେ ସଂପୃକ୍ତ ଥିବାର ପୋଲିସ କହିଛି । ଏହାଛଡ଼ା ଏମାନେ ବରଗଡ ଜିଲ୍ଲା ଗାଇସିଲେଟ, ପଦ୍ମପୁରରେ ମଧ୍ୟ ଏକାଧିକ ଲୁଟ ମାମଲରେ ସଂପୃକ୍ତ ଥିଲେ।

ତେବେ ଏହି ଲୁଟେରା ଗ୍ୟାଙ୍ଗର ଡି ରାଜା ନାଁରେ ପୂର୍ବରୁ ଓଡ଼ିଶାର ବିଭିନ୍ନ ଥାନାରେ 15ରୁ ଊର୍ଦ୍ଧ୍ବ ମାମଲା ରହିଛି । ସେହିପରି ଏହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ଦୟା ସାଗର ଛତ୍ରୀୟା ନିଜ ଗର୍ଲଫ୍ରେଣ୍ଡକୁ ଲୁଟ ଟଙ୍କାରେ ଦାମୀ ଉପହାର ଦେଇ ଆସୁଥିଲା । ପୋଲିସ ଉକ୍ତ ବାନ୍ଧବୀଙ୍କଠାରୁ ଏକ ସୁନା ଚେନ, ଏକ ସୁନା ହାର ଓ ୨ଟି ସୁନା ଚୁଡ଼ିକୁ ଜବତ କରିଛି । ସେହିପରି ଏହି ଗ୍ୟାଙ୍ଗର ଅନ୍ୟ କିଛି ସଦସ୍ୟ ଫେରାର ଥିବା ବେଳେ ପୋଲିସ ସେମାନଙ୍କୁ ଧରିବାର ଉଦ୍ୟମ ଜାରି ରଖିଥିବା କହିଛି ।

ବଲାଙ୍ଗୀରରୁ ଶେହ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.