ETV Bharat / state

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଯୁବ ଇଞ୍ଜିନିୟରଙ୍କୁ ମିଳିଲା ଚାକିରୀ - mgnregs latest news

ଜଣେ ଯୁବ ଇଞ୍ଜିନିୟର କୋରୋନା ପାଇଁ ନିଜ ଚାକିରୀ ହରାଇ ଦିନ ମଜୁରିଆ ପାଲଟିଥିଲେ ଏବଂ ମାଟି କାମ କରୁଥିଲେ । ତେବେ ଜିଲ୍ଲାପାଳଙ୍କ ନଜର ତାଙ୍କ ଉପରେ ପଡିବା ପରେ ତାଙ୍କର ଥଇଥାନ କରାଯାଇଛି।

ଜିଲ୍ଲାପାଳଙ୍କ ନଜର ପଡିବା ପରେ  ଯୁବ ଇଞ୍ଜିନିୟଜିଲ୍ଲାପାଳଙ୍କ ନଜର ପଡିବା ପରେ  ଯୁବ ଇଞ୍ଜିନିୟରଙ୍କୁ ମିଳିଲା ଚାକିରୀଜିଲ୍ଲାପାଳଙ୍କ ନଜର ପଡିବା ପରେ  ଯୁବ ଇଞ୍ଜିନିୟରଙ୍କୁ ମିଳିଲା ଚାକିରୀରଙ୍କୁ ମିଳିଲା ଚାକିରୀ
ଜିଲ୍ଲାପାଳଙ୍କ ନଜର ପଡିବା ପରେ ଯୁବ ଇଞ୍ଜିନିୟରଙ୍କୁ ମିଳିଲା ଚାକିରୀ
author img

By

Published : Oct 23, 2020, 2:42 PM IST

ବଲାଙ୍ଗୀର: ଜଣେ ଯୁବ ଇଞ୍ଜିନିୟର କୋରୋନା ପାଇଁ ନିଜ ଚାକିରୀ ହରାଇ ଦିନ ମଜୁରିଆ ପାଲଟିଥିଲେ ଏବଂ ମାଟି କାମ କରୁଥିଲେ । ତେବେ ଜିଲ୍ଲାପାଳଙ୍କ ନଜର ତାଙ୍କ ଉପରେ ପଡିବା ପରେ ତାଙ୍କର ଥଇଥାନ କରାଯାଇଛି। କୋରୋନା ଅନେକ ଲୋକଙ୍କ ଜୀବିକା ଛଡାଇ ନେଇଥିବାବେଳେ ଏଥିରୁ ଉଚ୍ଚ ଶିକ୍ଷିତ ଯୁବକ ମଧ୍ୟ ବାଦ ପଡି ନାହାନ୍ତି। ଅନେକ କ୍ଷେତ୍ରରେ ଲୋକ ପେଟ ପାଟଣା ପାଇଁ ନିଜର ବେଉସା ମଧ୍ୟ ବଦଳୁଥିବାର ଦେଖିବାକୁ ମିଳିଛି।

ଜିଲ୍ଲାପାଳଙ୍କ ନଜର ପଡିବା ପରେ ଯୁବ ଇଞ୍ଜିନିୟରଙ୍କୁ ମିଳିଲା ଚାକିରୀ

ସମାନ ଭାବରେ ବଲାଙ୍ଗୀରର ଜଣେ ଯୁବ ଇଞ୍ଜିନିୟର ମଧ୍ୟ ନିଜ ଚାକିରୀ ହରାଇ ଏବେ ଦିନ ମଜୁରିଆ ଭାବରେ କାମ କରୁଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଜିଲ୍ଲା ଦେଓଗାଁ ବ୍ଲକର ଗରିବ ଦିନ ମଜୁରିଆ ଭାବରେ କାମ କରି ପରିବାର ପୋଷଣ କରୁଥିବା ବୈଷ୍ଣବ ବେରିଆଙ୍କ ପୁଅ ଅନନ୍ତ ବେରିଆ ଭୁବନେଶ୍ବରରେ ବିଟେକ ସିଭିଲ ଇଞ୍ଜିନିୟର ପାଠ ପଢିଥିଲେ। ଏବଂ ଆନ୍ଧ୍ରପ୍ରଦେଶରେ ଏକ ଘରୋଇ କମ୍ପାନୀରେ ସେ ସାଇଟ ଇଂଜିନିୟର ଭାବରେ କାମ କରୁଥିଲେ। ତେବେ କୋରୋନା ସଟଡାଉନ ଯୋଗୁଁ ସେ ଚାକିରୀ ହରାଇ ଘରକୁ ଫେରି ଆସିଥିଲେ। ଏବଂ ଏଠି ଅନ୍ୟ କୌଣସି ଚାକିରୀ ନପାଇ ସେ ବାଧ୍ୟ ହୋଇ ନିଜ ପରିବାର ଓ ଭାଇଭଉଣୀଙ୍କ ପେଟ ପୋଷିବା ପାଇଁ ଦିନ ମଜୁରିଆ ଭାବରେରେ କାମ କରିବା ଆରମ୍ଭ କରିଥିଲେ। ତେବେ ନିକଟରେ ଏକ ମନେରେଗା ମାଟି କାମରେ ସେ ନିୟୋଜିତ ହୋଇଥିବା ବେଳେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନଜରରେ ଆସିଥିଲେ।

ଏବଂ ଜିଲ୍ଲାପାଳ ତାଙ୍କୁ ତୁରନ୍ତ କାର୍ଯ୍ୟାଳୟ ଡାକି ତାଙ୍କର ଥଇଥାନ ପାଇଁ ପଦକ୍ଷେପ ନେଇ ଥିଲେ। ତାଙ୍କୁ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥଇଥାନ କରାଯାଇଥିବାର ଜଣାପଡିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.