ETV Bharat / state

ବଲାଙ୍ଗୀର ବ୍ରିଜ ଭୁଶୁଡିବା ଘଟଣା, ନିର୍ମାଣକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ସରକାର

ବଲାଙ୍ଗୀର ବ୍ରିଜ ଭୁଶୁଡ଼ି ଦୁଇ ଜଣ ପ୍ରାଣ ହରାଇବା ଘଟଣାରେ ସରକାର କାର୍ଯ୍ୟାନଷ୍ଠାନ ନେଇଛନ୍ତି । ନିର୍ମାଣକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି ସରକାର ।

author img

By

Published : May 16, 2020, 12:34 AM IST

Updated : May 16, 2020, 11:12 AM IST

The government blacklisted the construction company
ବଲାଙ୍ଗୀର ବ୍ରିଜ ଭୁଶୁଡିବା ଘଟଣା, ନିର୍ମାଣକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ସରକାର

ବଲାଙ୍ଗୀର: ଜିଲ୍ଲାରେ ବ୍ରିଜ ଭୁଶୁଡ଼ି ଦୁଇ ଜଣ ପ୍ରାଣ ହରାଇବା ଘଟଣାରେ ସରକାର କାର୍ଯ୍ୟାନଷ୍ଠାନ ନେଇଛନ୍ତି । ନିର୍ମାଣକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି ସରକାର ।

ବଲାଙ୍ଗୀର ଜିଲ୍ଲା ମୁଦଳ ସର୍ ଗ୍ରାମ ଠାରେ ସୁକତେଲ ନଦୀ ଉପରେ ନବ ନିର୍ମିତ ବ୍ରିଜ ଗତ 29 ଏପ୍ରିଲରେ ଭୁଶୁଡ଼ି ଯାଇଥିଲା । ଏହି ବ୍ରିଜ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବଲାଙ୍ଗୀରର ରାମ କୁମାର ଅଗ୍ରୱାଲ କମ୍ପାନୀ କଣ୍ଟ୍ରାକ୍ ନେଇ ନିର୍ମାଣ କରିଥିଲା । ଯାହା ନିମ୍ନମାନର ହୋଇଥିବାର ଅଭିଯୋଗ ଆସିବା ପରେ ବି ଉକ୍ତ କମ୍ପାନୀ ସରକାରଙ୍କ ବିନା ଅନୁମତିରେ ମରାମତି କାମ କରୁଥିଲା । ଏହି ସମୟରେ ବ୍ରିଜର ଏକ ଛାତ ଭୁଶୁଡ଼ି ପଡି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଏହାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ପୂର୍ବରୁ ଏହାର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ । ସେହିପରି ଜଣେ ପ୍ରୋଜେକ୍ଟ ମ୍ୟାନେଜର ଗିରଫ ହୋଇଥିଲେ । ଏପଟେ ଏହି ଘଟଣାରେ ପୁଣି ସରକାର କଠୋର ପଦକ୍ଷେପ ନେଇ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ନିର୍ମାଣକାରୀ ସଂସ୍ଥା ରାମ କୁମାର ଅଗ୍ରୱାଲ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି । ଏହି କମ୍ପାନୀ କିମ୍ବା ବ୍ୟକ୍ତି ଆଗକୁ କୌଣସି ସରକାରୀ କାମ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 16, 2020, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.