ETV Bharat / state

କ୍ଷମା ମାଗନ୍ତୁ ବିଜେପି ସାଂସଦ ସଂଗୀତା ସିଂହ ଦେଓ: ବିଜେଡି

author img

By

Published : Jan 22, 2023, 10:29 PM IST

Updated : Jan 22, 2023, 10:35 PM IST

ବଲାଙ୍ଗୀରରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିବାଦ ଘଟଣା ଆଜି ଭିନ୍ନ ରୂପ ନେଇଛି। ଶାସକ ଦଳ ବିଜେଡି ଆଜି ବିଜେପି ନେତାଙ୍କ ଏଭଳି ଆଚରଣ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିବାଦ ଘଟଣା

ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ମଧ୍ୟରେ ବିବାଦ ଏବେ ଭିନ୍ନ ରୂପ ନେଇଛି । ବିଶେଷ କରି ବିଜେପି ନେତା, ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ବିଜେଡି ପ୍ରତିନିଧିଙ୍କୁ ଅଶାଳୀନ ମନ୍ତବ୍ୟ ସହ ଦୁର୍ବ୍ୟବହାର ବିରୋଧ କରିଛି ବିଜେଡି । ଯେଉଁଥିରେ ଆଜି ବଲାଙ୍ଗୀର ପାଟଣାଗଡ଼ରେ ବିଜେଡି ଦଳ ବିଜେପି ନେତାଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା । ତେବେ ନିକଟରେ ବେଳପଡ଼ା ବ୍ଲକ ବିଡ଼ିଓଙ୍କୁ ବିଜେପି ବରିଷ୍ଠ ନେତାଙ୍କ ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଛି ବିଜେଡି । ସମାନ ଭାବରେ ବଲାଙ୍ଗୀର ଦିଶା ବୈଠକରେ ସାଂସଦ ସଂଗୀତା ସିଂହଦେଓ ସେଠି ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କିଛି ବିଜେଡିର ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ କରି ଆଜି ଆନ୍ଦୋଳନ କରିଛି ବିଜେଡି ।

ଯେଉଁଥିରେ ବିଜେଡି ଦଳର ଶତାଧିକ କର୍ମୀ ଓ ନେତା ପାଟଣାଗଡ଼ ରାଜରାସ୍ତାରେ ଶୋଭାଯାତ୍ରା କରିବା ସହ ଉଭୟ କନକ ବର୍ଦ୍ଧନ ସିଂହଦେଓ ଓ ସଂଗୀତା ସିଂହଦେଓଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ତେବେ ଏହାକୁ ନେଇ ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରା ଯାଇଥିଲା । ଯେଉଁଥିରେ ବରିଷ୍ଠ ବିଜେଡି ନେତା ରାଜକୁମାର, "ମିଶ୍ର କେଭି ସିଂହଦେଓଙ୍କ ବେଲପଡ଼ା ବିଡ଼ିଓଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର କୁ ନିନ୍ଦା କରିଛନ୍ତି ।" ସେହିପରି ସଂଗୀତା ସିଂହ ଦେଓଙ୍କ ଆଚ୍ଚରଣ ଓ ଉଚ୍ଚାରଣକୁ ମଧ୍ୟ ସେ ନିନ୍ଦା କରିଛନ୍ତି । ସମାନ ଭାବରେ ବେଲପଡ଼ା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର କହିଛନ୍ତି ବେଲାପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ସଫଳତାର ସହ ଚାଲିଥିବା ବେଳେ ଅସହିଷ୍ଣୁ ହୋଇ ବିଜେପି ନେତା ସ୍ଥାନୀୟ ବିଡ଼ିଓ ଓ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତେଣୁ ସେ ତିନି ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ ବିଜେଡି ଆଗକୁ ପାଟଣାଗଡ଼ରେ ରାସ୍ତା ରୋକ କରି ତୀବ୍ର ଆନ୍ଦୋଳନ କରିବ ବୋଲି ଟିନା କୁମ୍ଭାର କହିଛନ୍ତି ।

ସମାନ ଭାବରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନଳିନୀ କାନ୍ତ ବାଗ ମଧ୍ୟ ବଲାଙ୍ଗୀର ସାସଂଦ ସଂଗୀତା ସିଂହ ଦେଓଙ୍କ ଉପରେ ବର୍ଷୀଛନ୍ତି । ବଲାଙ୍ଗୀର ଦିଶା ବୈଠକରେ ସାଂସଦ ପ୍ରଥମେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ତେବେ ସେ ତାକୁ ପ୍ରତିବାଦ କରିବାରୁ ତାଙ୍କୁ ଗେଟ ଆଉଟ୍ ବୋଲି କହି ଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ "ତିନି ଦିନ ମଧ୍ୟରେ ଏହାକୁ ନେଇ ସଂଗୀତା ସିଂହଦେଓ କ୍ଷମା ପ୍ରାର୍ଥନା ନକଲେ ଆଗକୁ ବିଜେଡି ତୀବ୍ର ଆନ୍ଦୋଳନ କରିବ ବୋଲି ନଳିନୀକାନ୍ତ କହିଛନ୍ତି । ତେବେ ବଲାଙ୍ଗୀର ରାଜନୀତି ଏବେ ଏହି ପ୍ରସଙ୍ଗକୁ ନେଇ ତେଜିବାରେ ଲାଗିଛି । ଏବଂ ଆଗକୁ ଏହା କେଉଁ ମୋଡ଼ ନେଵ ତାହା ସମୟ କହିବ ।

Last Updated : Jan 22, 2023, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.