ETV Bharat / state

ଇନ୍ଦିରା ନଗର ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା, ସ୍ଥାନୀୟବାସିନ୍ଦାଙ୍କ ଘୋର ବିରୋଧ - ଇନ୍ଦିରା ନଗର ବସ୍ତି ଉଚ୍ଛେଦ

ବଲାଙ୍ଗୀର ଇନ୍ଦିରା ନଗର ବସ୍ତି ଉଚ୍ଛେଦ ବେଳେ ପ୍ରକାଶ ପାଇଲା ଉତ୍ତେଜନା । ଆଜି ସର୍ଭେ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଘୋର ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

Tension erupts at India nagar
Tension erupts at India nagar
author img

By

Published : Jan 12, 2023, 10:56 PM IST

ଇନ୍ଦିରା ନଗର ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା, ସ୍ଥାନୀୟବାସିନ୍ଦାଙ୍କ ଘୋର ବିରୋଧ

ବଲାଙ୍ଗୀର: ଜିଲ୍ଲାର ଇନ୍ଦିରା ନଗର ବସ୍ତି ଉଚ୍ଛେଦ ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଏନେଇ ଆଜି ସର୍ଭେ କାମ ପାଇଁ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଅଞ୍ଚଳକୁ ଯାଇଥିବା ବେଳେ ସେମାନଙ୍କୁ ଘୋର ବିରୋଧ କରିଥିଲେ ବସ୍ତି ବାସିନ୍ଦା । ଫଳରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏମାନଙ୍କ ସହିତ ବଲାଙ୍ଗୀର ପୌର ପରିଷଦ କାଉନସିଲ ମଧ୍ୟ ସାମିଲ ରହିଥିଲେ ।

ଆଜି ଏଥିରେ ବସ୍ତିକୁ ସର୍ଭେ ପାଇଁ ପ୍ରଶାସନିକ ଅଧିକାରୀ ଯାଇଥିବା ବେଳେ ଲୋକଙ୍କ ବିରୋଧର ସାମ୍ନା କରିଛନ୍ତି। ଏପରିକି ପୌର ପରିଷଦ କାଉନସିଲର ଓ ଅଧ୍ୟକ୍ଷ୍ୟା ମଧ୍ୟ ଏଠି ପହଞ୍ଚି ଏମାନଙ୍କୁ ବିରୋଧ କରିଛନ୍ତି । ତେବେ ବଲାଙ୍ଗୀର ସହର ମୁଣ୍ଡରେ ଥିବା ଇନ୍ଦିରା ନଗର ସରକାରୀ ଜମିରେ ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ବ ହେବ ଶତାଧିକ ପରିବାର ଘର କରି ରହି ଆସୁଛନ୍ତି । ତେବେ ନିକଟରେ ଜିଲ୍ଲା ପ୍ରଶାସନ ଏଠି ନୂତନ ଜିଲ୍ଲା କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ନେଇଥିଲା ଏବଂ ଏହି ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରିବାର ନିଷ୍ପତ୍ତି ନେଇଥିଲା ।

ଏହା ବି ପଢନ୍ତୁ- Santosh Singh Saluja Lashes Out: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ

ତେବେ ଏହାକୁ ପୂର୍ବରୁ ସ୍ଥାନୀୟ ବାସିନ୍ଦା ବରୋଧ କରି ଆସୁଥିଲେ। ତେବେ ସମାନ ଭାବରେ ଆଜି ବଲାଙ୍ଗୀର ଉପ ଜିଲ୍ଲାପାଳ, ତହସିଲଦାର ଓ ପୋଲିସ ଫୋର୍ସ ଯାଇ ବସ୍ତିରେ ସର୍ଭେ କାମରେ ଯାଇଥିଲେ। ଯାହାକୁ ଏଠିକାର ଲୋକେ ଘୋର ବରୋଧ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କରିଥିଲେ। ସେହିପରି ବସ୍ତି ବାସିନ୍ଦାଙ୍କୁ ସମର୍ଥନ ଦେଇ ବଲାଙ୍ଗୀର ପୌର ପରିଷଦର ସବୁ କାଉନସିଲର ଓ ନିଜେ ପୌରାଧକ୍ଷ୍ୟା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଘୋର ବିରୋଧ ଯୋଗୁଁ ପ୍ରସାଶନିକ ଅଧିକାରୀମାନେ ଆଜି ସେଠାରୁ ଫେରି ଆସିଥିବା ଜଣାପଡ଼ିଛି ।

ସେପଟେ ଏଠି ରହୁଥିବା ବସ୍ତି ବାସିନ୍ଦା ଏଥିପାଇଁ ସିଧାସଳଖ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଦୋଷରୋପ କରିଥିଲେ । ତାଙ୍କ ଚାପରେ ଆସି ପ୍ରଶାସନ ଏମାନଙ୍କୁ ଉଚ୍ଛେଦ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନେ ଜୀବନ ପଛେ ଦେବେ ହେଲେ ବସ୍ତି ଉଚ୍ଛେଦ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି । ସମାନ ଭାବରେ ଅନ୍ୟ ସ୍ଥାନରେ ଅନେକ ସରକାରୀ ଜମି ଖାଲି ଥିବା ସତ୍ତ୍ବେ ପ୍ରଶାସନ ଏହି ବସ୍ତିକୁ ଉଚ୍ଛେଦ କରୁଥିବା ଅଭିଯୋଗ ହୋଇଛି । ଏନେଇ ପୌରାଧକ୍ଷ୍ୟା ଲିକା ସାହୁ ସରକାର ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।

ତେବେ ସୂଚନା ଥାଉ କି ଏଠାରେ ୫ ଏକର ୩୮ ଡିସମିଲରେ ଜିଲ୍ଲା କୋର୍ଟ କାର୍ଯ୍ୟାଳୟ ସହିତ ଆହୁରି ୨ ଏକରରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଆଗକୁ ଏଥି ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ପରବର୍ତ୍ତୀ ସମୟରେ ଜଣାପଡି଼ବ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.