ETV Bharat / state

ITI ଛାତ୍ରୀଙ୍କ ସନ୍ଦେହ ଜନତ ମୃତ୍ୟୁ - ଆଇଟିଆଇ ଛାତ୍ରୀଙ୍କ ସନ୍ଦେହ ଜନତ ମୃତ୍ୟୁ

ବଲାଙ୍ଗୀର ସହରରେ ଥିବା ଘରୋଇ ITIରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଉଚିତ ସମୟରେ ଚିକିତ୍ସା ନ ମିଳିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଧିକ ପଢନ୍ତୁ

ITI ଛାତ୍ରୀଙ୍କ ସନ୍ଦେହ ଜନତ ମୃତ୍ୟୁ
ITI ଛାତ୍ରୀଙ୍କ ସନ୍ଦେହ ଜନତ ମୃତ୍ୟୁ
author img

By

Published : May 13, 2022, 2:09 PM IST

Updated : May 13, 2022, 4:40 PM IST

ବଲାଙ୍ଗୀର: ଘରୋଇ ITIରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ବାହାଲ ଗ୍ରାମର ନିବାସୀ ମିନା ଭୋଇ । ସେ ବଲାଙ୍ଗୀର ସହରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଟେଲରିଂ ପାଠ ପଢୁଥିଲେ । ସମ୍ପୃକ୍ତ କଲେଜ ତାଙ୍କୁ ଇଣ୍ଟନସିପ ପାଇଁ କେରଳ ରାଜ୍ୟର ଏକ ଘରୋଇ କମ୍ପାନୀକୁ ପଠାଇଥିଲେ । ସେଠାରେ ଉଦୟଲମ ପେଟ ସହରରେ ଥିବା ଭିକ୍ଟର କପଡା କାରଖାନାରେ ଏହି ଛାତ୍ରୀ ଜଣକ ନିୟୋଜିତ ଥିଲେ ।

ITI ଛାତ୍ରୀଙ୍କ ସନ୍ଦେହ ଜନତ ମୃତ୍ୟୁ

ତେବେ ସେଠି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ବିନା ଚିକିତ୍ସାରେ ଟ୍ରେନ ଯୋଗେ ବଲାଙ୍ଗୀର ପଠାଇ ଦିଆ ଯାଇଥିଲା । ଯୁବତୀଙ୍କୁ ଟ୍ରେନରୁ ଡାକ୍ତର ଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଛାତ୍ରୀଙ୍କୁ ଉଚିତ ସମୟରେ ଚିକିତ୍ସା ନ ମିଳିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ସମ୍ପୃକ୍ତ କମ୍ପାନୀ ସହ ଆଇଟିଆଇ କଲେଜ ନାଁରେ ଅଭିଯୋଗ ଆଣିଛନ୍ତି । ସେପଟେ ଏହି ଘଟଣାରେ ଆଗଲପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଅଭିଯୋଗ ଅନୁସାରେ ତଦନ୍ତ ହେବ ବୋଲି ପୋଲିସ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : May 13, 2022, 4:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.