ETV Bharat / state

ଅନ୍ଧବିଶ୍ବାସରେ ମଣିଷ ଅନ୍ଧ : ଫୋନ ଯୋଗେ ମୃତକକୁ ବଞ୍ଚାଇବାକୁ ଗୁଣିଆର ପ୍ରୟାସ

ଆଜିର ଆଧୁନିକ ସମାଜକୁ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ଜାବୁଡି ଧରିଛି । ଯେଉଁଥିରେ ଲୋକ ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ କାଳେ ବଞ୍ଚିଯିବ ବୋଲି ଗୁଣି ଗାରେଡିର ସାହାରା ନେଉଛନ୍ତି । ଏହିଭଳି ଏକ ଚିତ୍ର ବଲାଙ୍ଗୀର ମେଡିକାଲ କଲେଜରେ ଦେଖିବାକୁ ମିଳିଛି।

author img

By

Published : May 2, 2019, 7:40 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଆଜିର ଆଧୁନିକ ସମାଜକୁ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ଜାବୁଡି ଧରିଛି । ଯେଉଁଥିରେ ଲୋକ ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ କାଳେ ବଞ୍ଚିଯିବ ବୋଲି ଗୁଣି ଗାରେଡିର ସାହାରା ନେଉଛନ୍ତି । ଏହିଭଳି ଏକ ଚିତ୍ର ବଲାଙ୍ଗୀର ମେଡିକାଲ କଲେଜରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବକକୁ ରାତିରେ ସାପ କାମୁଡି ଦେବା ପରେ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ସ୍ଫଷ୍ଟ କରିଥିଲେ । ହେଲେ ପରିବାର ଲୋକେ ଡାକ୍ତରଙ୍କୁ ଅବିଶ୍ୱାସ କରି ଗୁଣି ଗାରେଡିର ସାହାରା ନେଇଥିଲେ । ଫୋନ ଯୋଗେ ଗୁଣିଆ ତାଙ୍କୁ ଯାହା କହୁଥିଲା ତାହା ଏମାନେ କରୁଥିଲେ ।

ଭିିଡିଓ ସୌଜନ୍ୟ- ସମ୍ବାଦାଦାତା, ବଲାଙ୍ଗୀର

ଆଜିର ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି । ଏହି ଘଟଣା ଯାହା ସମସ୍ତଙ୍କୁ ଚକିତ କରିଥିବା ବେଳେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ମୃତକ ସୁବର୍ଣ୍ଣପୁର ଜିଲ୍ଲା ଦିଗସିରା ଗ୍ରାମର ପ୍ରଫୁଲ୍ଲ ମେହେର ବୋଲି ଜଣାପଡିଛି । ଜିଲ୍ଲାର ବାନ୍ଧନ ଗୋର ଗ୍ରାମରେ ଲାଗିଥିବା ମେଳାକୁ କପ ପ୍ଲେଟ ବିକ୍ରୀ କରିବାକୁ ଆସିଥିଲେ । ମାତ୍ର ଗତରାତିରେ ସେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା। ଯାହାପରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମୃତ ଘୋଷଣା ପରେ ପରିବାର ଲୋକ ଗୁଣିଆର ସାହାରା ନେଇଥିଲେ।

ତେବେ ଗୁଣିଆ ଫୋନ ଯୋଗେ ଯାହା ଯାହା କହୁଥିଲା ପରିବାର ଲୋକ ତାହା ହିଁ କରୁଥିଲେ। ଦୀର୍ଘ ସମୟ ଧରି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶେଷରେ ପୋଲିସ ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ତେବେ ବଲାଙ୍ଗୀର ସଦର ପୋଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ପରିବାର ଲୋକ ମଧ୍ୟ ଯୁବକ ଜଣକ ମୃତ ବୋଲି ମାନିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.