ETV Bharat / state

ଜାନୁଆରୀ ୨୭ରେ ସୁଲିଆ ଯାତ୍ରା, ରକ୍ତରଞ୍ଜିତ ହେବ ପୀଠ

author img

By

Published : Dec 21, 2022, 12:08 PM IST

ଆସନ୍ତା ଜାନୁଆରୀ ୨୭ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଅଧିକ ପଢନ୍ତୁ

ସୁଲିଆ ଯାତ୍ରା
ସୁଲିଆ ଯାତ୍ରା
ସୁଲିଆ ଯାତ୍ରା

ବଲାଙ୍ଗୀର: ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା(Sulia Jatra) ଆସନ୍ତା ଜାନୁଆରୀ ୨୭ ତାରିଖରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବର୍ଷର ପୌଷ ମାସର ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୋଟିଏ ଦିନର ବଳି ପର୍ବ ସହିତ ତିନି ଦିନ ଧରି ଆଦିବାସୀ ପାଳିବେ ସୁଲିଆ ମହୋତ୍ସଵ । ତେବେ କୌଣସି କଟକଣା ନ ଥିବାରୁ ଏଥର ମଧ୍ୟ ପଶୁ ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ସୁଲିଆ ପୀଠ । ଏଥିପାଇଁ ଆଦିବାସୀଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସେହିପରି ସୁଲିଆ ଯାତ୍ରା ପୂଜା କମିଟି ସୁଲିଆ ମହୋତ୍ସବ କମିଟି ତାର ସବୁ ପ୍ରସ୍ତୁତି ସାରିଛି । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପାଞ୍ଚଟି ସ୍ଥାନରେ ଆଦିବାସୀ ତାଙ୍କ ରୀତି ନୀତି ପରମ୍ପରା ଅନୁସାରେ ସୁଲିଆ ଯାତ୍ରା ପାଳନ କରି ଆସୁଛନ୍ତି । ଯେଉଁଥିରେ ବଲାଙ୍ଗୀର ତୁସୁରା ଥାନା ଅନ୍ତର୍ଗତ ଖାଇରଗୁଡା ଗ୍ରାମ ଠାରେ ଥିବା ସୁଲିଆ ପୀଠରେ ଏହି ସୁଲିଆ ଯାତ୍ରାର ବଡ ଆୟୋଜନ ହୋଇଥାଏ । ତେବେ ଆଦିବାସୀଙ୍କ ପୂର୍ବ ପୁରୁଷ ସୁଲିଆ ବୁଢାକୁ ଆଦିବାସୀମାନେ ଏଥିରେ ପୂଜା କରିଥାନ୍ତି । ଏହାସହ ମନସ୍କାମନା ପୂରଣ ପାଇଁ ତାଙ୍କ ନିକଟରେ ଧୂପ ନଡ଼ିଆ ସହିତ ପଶୁ ପକ୍ଷୀଙ୍କ ବଳି ଦେଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ଭୂକମ୍ପରେ ଥରିଲା କାଲିଫର୍ଣ୍ଣିଆ, 70 ହଜାରରୁ ଊର୍ଦ୍ଧ୍ବ ଘର ବିଦ୍ୟୁତ୍‌ ସଂଯୋଗରୁ ବିଚ୍ଛିନ୍ନ

ବଳି ଦେବା ଦେଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରଖିଛନ୍ତି ଆଦିବାସୀ । ଫଳରେ ଏହି ଯାତ୍ରାରେ ବଲାଙ୍ଗୀର ଜିଲ୍ଲା ସମେତ ବାହାର ଜିଲ୍ଲାର ଲକ୍ଷ୍ୟାଧିକ ଆଦିବାସୀ ଏଠାକୁ ଆସିଥାନ୍ତି। ତେବେ ଏମାନଙ୍କର ଏହି ବଳି ପ୍ରଥାକୁ ନେଇ ଅନେକ ବାଦ ବିବାଦ ଥିବା ସତ୍ତ୍ୱେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଦିବାସୀଙ୍କ ବଳି ପ୍ରଥା ତାଙ୍କର ଧର୍ମୀୟ ଭାବନା ଅଟେ ଓ ଏହାକି ଜୋର ଜବର ବନ୍ଦ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ । ସେହି ଦିନ ଠାରୁ ଆଦିବାସୀ ଏଥିରେ ଆହୁରି ଉତ୍ସାହିତ ଥିବା ବେଳେ ଲକ୍ଷାଧିକ ପଶୁ ପକ୍ଷୀଙ୍କ ବଳି ଦେଇଥାନ୍ତି । ତେବେ ଏଥର ମଧ୍ୟ ଆଦି ବାସୀ ରୀତି ନୀତି ପରମ୍ପରା ଅନୁସାରେ ବଳି ହେବ ବୋଲି ସ୍ପଷ୍ଟ କରିଛନ୍ତି ଆଦିବାସୀ।

ଏହା ମଧ୍ୟ ପଢନ୍ତୁ: ରାୟ ମିଳିବାର ୧୦ ବର୍ଷ ପରେ ବି ମିଳୁନି କ୍ଷତିପୂରଣ: ଆଶାରେ ଆଦିବାସୀ ଝିଅ ଆଶ୍ରିତା

ସେହିପରି ଏଥର ଏଠିକାର ଆଦିକଳା, ସଂସ୍କୃତି, ନାଚ ଗୀତକୁ ପ୍ରତ୍ସାହନ ଦେବା ପାଇଁ ଏମାନେ ତିନି ଦିନ ଧରି ସୁଲିଆ ମହୋତ୍ସବ ମଧ୍ୟ ପାଳନ କରିବେ । ଏହି ଯାତ୍ରା ଯେମିତି ସୁରୁଖୁରୁରେ ହେବ ସେନେଇ ଜିଲ୍ଲା ପ୍ରଶାସନ ଓ ପୋଲସକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଆଦିବାସୀ । ସେପଟେ ବଳି ପ୍ରଥାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏକ ବୈଠକ କରି ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.