ETV Bharat / state

ଆସନ୍ତା 11ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ରକ୍ତରଞ୍ଜିତ ହେବ ପୀଠ

author img

By

Published : Dec 31, 2021, 8:29 AM IST

Updated : Dec 31, 2021, 9:41 AM IST

ଜାନୁଆରୀ 11ରେ ବଲାଙ୍ଗୀରରେ ପାଳିତ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା । ସବୁଥର ପରି ଏଥର ମଧ୍ୟ ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହେବ ସୁଲିଆ ପୀଠ । ଅଧିକ ପଢନ୍ତୁ

ଆସନ୍ତା 11ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ରକ୍ତରଞ୍ଜିତ ହେବ ପୀଠ
ଆସନ୍ତା 11ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ରକ୍ତ ରଞ୍ଜିତ ହେବ ପୀଠ

ବଲାଙ୍ଗୀର: ଆସନ୍ତା ଜାନୁୟାରୀ 11ରେ ବଲାଙ୍ଗୀରରେ ଅନୁଷ୍ଠିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ଯାତ୍ରା ପାଳନ କରାଯାଇଥାଏ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରଥା ଅନୁସାରେ ଆଦିବାସୀ ତାଙ୍କ ପୂର୍ବ ପୁରୁଷ ସୁଲିଆ ବୁଢ଼ାଙ୍କୁ ପୂଜା କରିଥାନ୍ତି ଏବଂ ପଶୁପକ୍ଷୀଙ୍କ ବଳି ଚଢାଇଛନ୍ତି । ବଳି ଉପରେ କଟକଣା ରହିଥିଲେ ମଧ୍ୟ ସବୁଥର ପରମ୍ପରା ଆଗରେ ଫେଲ୍ ମାରିଥାଏ କଟକଣା । ତେଣୁ ଆସନ୍ତା ଯାତ୍ରାରେ ମଧ୍ୟ ସୁଲିଆ ପୀଠ ରକ୍ତରଞ୍ଜିତ ହେବ ବୋଲି କୁହାଯାଇଛି ।

ଆସନ୍ତା 11ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ରକ୍ତରଞ୍ଜିତ ହେବ ପୀଠ

ଆଦିବାସୀ ସମ୍ପ୍ରଦାୟ ଧୂପ ନଡ଼ିଆ ଓ ପଶୁପକ୍ଷୀଙ୍କ ବଳି ସୁଲିଆ ବୁଢ଼ାଙ୍କୁ ଅର୍ପଣ କରିଥାନ୍ତି । ଏହାଦ୍ଵାରା ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ । ଯାତ୍ରା ଦିନ ଆଦିବାସୀ ନିଜର ପାରମ୍ପରିକ ନୃତ୍ୟଗୀତ ଓ ବାଦ୍ୟରେ ସକାଳୁ ରାତି ପର୍ଯ୍ୟନ୍ତ ଏକାଠି ମିଳିମିଶି ଯାତ୍ରା ପାଳନ କରିଥାନ୍ତି । ପ୍ରଥା ଓ ପରମ୍ପରାଗତ ଅଧିକାର ଭାବରେ ସେମାନେ ଏଥର ମଧ୍ୟ ବଳି ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ହାତରେ ଆଉ କିଛିଟା ଦିନ ରହିଥିବାରୁ ଏବେଠୁ ସୁଲିଆ ପୂଜା କମିଟି ଓ ଆଦିବାସୀ ସମ୍ପ୍ରଦାୟ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମୁଖ୍ୟ ସୁଲିଆ ପୀଠ କୁମୁରିଆ ଓ ଖଇରଗୁଡ଼ା ଠାରେ ଜୋରଦାର୍ ପ୍ରସ୍ତୁତି କରାଯାଉଛି ।

ସୁଲିଆ ଯାତ୍ରାରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ପଡୁଥିବାରୁ ବଳିପ୍ରଥା ରୋକିବାକୁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା କରାଯାଇଥାଏ । ହେଲେ ସବୁବର୍ଷ ବଳି ରୋକିବାରେ ବିଫଳ ହୋଇଥାଏ ପ୍ରଶାସନ । ଆସନ୍ତା ବର୍ଷ ମଧ୍ୟ କୋଭିଡ଼ ନିୟମ ଅନୁପାଳନ ପୂର୍ବକ ଯେପରି ଯାତ୍ରା ହେବ ଏବଂ ବଳି କମିବ ସେ ଦିଗରେ ପ୍ରଶାସନ ପ୍ରଚେଷ୍ଟା ଆରମ୍ଭ କରିଛି । ଯାତ୍ରା ଦିନ ପ୍ରବଳ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ଓ ପୋଲିସ ମିଳିତ ଭାବରେ ପଦକ୍ଷେପ ନେବେ ଏବଂ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ପାଳନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛି ପ୍ରଶାସନ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Dec 31, 2021, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.