ବଲାଙ୍ଗୀର: ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ । ଜାତି ଓ ସମାଜ ପ୍ରେମରେ ସାଜିଲା ବାଧକ ଓ ଏଥିଯୋଗୁଁ ପ୍ରେମୀ ଯୁଗଳ କଲେ ଆତ୍ମହତ୍ୟା । ବଲାଙ୍ଗୀର ତୁରେକେଲା ଥାନା ଭରୁଆକାନି ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପ୍ରେମି ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ମୃତକ ଦୁଇ ଜଣ ହେଲେ ସୁଶାନ୍ତ ମିରଧା ଓ ସେବତୀ ହଂସ । ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି କହିଛି । ଅନ୍ୟପକ୍ଷେ ଆତ୍ମହତ୍ୟାର କାରଣ ବିଷୟରେ ଜଣାପଡିନାହିଁ । ସୂଚନା ଅନୁସାରେ, ସୁଶାନ୍ତ ଓ ସେବତୀ ଉଭୟ ନିଜ ନିଜ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ଗାଁ ପାଖ ଜଙ୍ଗଲରୁ ଉଭୟଙ୍କ ମୃତଦେହ ଜବତ କରିଥିଲେ । ଗୋଟିଏ ଗଛରେ ପୁଅର ମୃତଦେହ ଝୁଲୁଥିବା ବେଳେ ଅନ୍ୟଏକ ଗଛରେ ଝିଅର ମୃତଦେହ ଝୁଲୁଥିଲା ।
ତେବେ ପରିବାରଙ୍କୁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ କୌଣସି ତଥ୍ୟ ନଥିବା ଜଣାପଡିଛି । ପୋଲିସ କିନ୍ତୁ ଏହାକୁ ପ୍ରେମ ଜନିତ ଆତ୍ମହତ୍ୟା ବୋଲି କହିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ