ETV Bharat / state

ପ୍ରାର୍ଥନା ଭୁଲିଯିବାରୁ ଉଠବସ୍‌ କରାଇଲେ ଶିକ୍ଷକ, 10 ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି - ବଲାଙ୍ଗୀରରେ ଉଠ ବସ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଛାତ୍ରୀ

ପ୍ରାର୍ଥନା ଭୁଲିଯିବାରୁ ସ୍କୁଲର ଛାତ୍ରୀଙ୍କୁ ଉଠବସ୍‌ କରାଇଲେ ଶିକ୍ଷକ । ଯାହା ଫଳରେ 10 ଜଣ ଛାତ୍ରୀ ହଠାତ୍‌ ଅଚେତ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

students hospitalized due to punishment at school in balangir
ପ୍ରାର୍ଥନା ଭୁଲିଯିବାରୁ ଉଠ ବସ କରାଇଲେ ଶିକ୍ଷକ, 10 ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି
author img

By

Published : Apr 11, 2022, 12:28 PM IST

Updated : Apr 11, 2022, 12:44 PM IST

ବଲାଙ୍ଗୀର: ସ୍କୁଲରେ ଦଣ୍ଡ ପାଇ ଅସୁସ୍ଥ ହେଲେ 10 ଛାତ୍ରୀ । ପ୍ରାର୍ଥନା ଭୁଲିଯିବାରୁ ସ୍କୁଲର ଛାତ୍ରୀଙ୍କୁ ଉଠବସ୍‌ କରାଇଲେ ଶିକ୍ଷକ । ଯାହା ଫଳରେ 10 ଜଣ ଛାତ୍ରୀ ହଠାତ୍‌ ଅଚେତ ହୋଇ ଯାଇଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନାମୁଦି ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।

ପ୍ରାର୍ଥନା ଭୁଲିଯିବାରୁ ଉଠବସ୍‌ କରାଇଲେ ଶିକ୍ଷକ, 10 ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ସୂଚନା ଅନୁସାରେ ଆଜି ସକାଳୁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସିଥିବା ବେଳେ ପ୍ରାର୍ଥନା ପାଇଁ ସ୍କୁଲ ଶିକ୍ଷକ ସଭିଙ୍କୁ ଏକତ୍ରିତ କରିଥିଲେ । କୋରୋନା ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ମାନେ ପ୍ରାର୍ଥନା ଭୁଲିଯାଇଥିଲେ । ତେଣୁ ସ୍କୁଲର ଶିକ୍ଷକ ସେମାନଙ୍କୁ ଉଠ୍‌ ବସ୍‌ କରାଇଥିଲେ। ଯାହା ପରେ 10 ଜଣ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ । ସମସ୍ତ ଛାତ୍ରୀଙ୍କୁ ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ସେପଟେ ଦଶ ଜଣଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଏଯାଏଁ ଉନ୍ନତି ଆସିନଥିବା ବେଳେ ଅନ୍ୟମାନେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ତେବେ ଦଣ୍ଡ ପାଇଁ ନା ଅନ୍ୟକୌଣସି କାରଣରୁ ଏମାନେ ଅଚେତ ହେଲେ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରିବେ ବୋଲି ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 11, 2022, 12:44 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.