ETV Bharat / state

ବନ୍ୟା କ୍ଷତିପୂରଣ ଦାବିରେ ଗଣଧାରଣା - କୋଶଳ ସମନ୍ବୟ କମିଟି

ବନ୍ୟା ଚାଲିଯାଇଛି । ହେଲେ ଉଜୁଡ଼ି ଯାଇଥିବା ଫସଲ, ଆଉ ଭୁଶୁଡ଼ି ପଡ଼ିଥିବା ଘର ଏବେ ବି ସେମିତି ପଡ଼ିରହିଛି । ଏପଟେ ବନ୍ୟା ସମୟରେ ତୁହା କୁ ତୁହା କେନ୍ଦ୍ରମନ୍ତ୍ରୀ ଠାରୁ ରାଜ୍ୟମନ୍ତ୍ରୀ ଜିଲ୍ଲାକୁ ଗସ୍ତ କରିଛନ୍ତି । ସମୀକ୍ଷା ମଧ୍ୟ କରିଛନ୍ତି । କିନ୍ତୁ ମିଳିନାହିଁ କ୍ଷତିପୂରଣ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କୋଶଳ ସମନ୍ବୟ କମିଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 30, 2019, 8:09 PM IST

ବଲାଙ୍ଗୀର: ବନ୍ୟାକୁ ବିତି ଯାଇଛି ତିନି ମାସ । ଏହା ଭିତରେ ମାଳ ମାଳ ମନ୍ତ୍ରୀ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଫେରି ଯାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ମଧ୍ୟ ଘୋଷଣା କରାଯାଇନାହିଁ ବନ୍ୟା କ୍ଷତିପୂରଣ । ଯାହାକୁ ନେଇ ସୋମବାର ଗଣଧାରଣା ଦେଇଛି କୋଶଳ ସମନ୍ବୟ କମିଟି । ବନ୍ୟା ପାଇଁ ବଲାଙ୍ଗୀର ଜିଲ୍ଲାକୁ 1000 କୋଟି ଟଙ୍କା ସହାୟତା ଦେବାକୁ ଦାବି ପତ୍ରରେ ଉଲ୍ଲେଖ ରଖିଛି କମିଟି ।

ବନ୍ୟା କ୍ଷତି ପୂରଣ ଦାବିରେ ଗଣଧାରଣା

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଆସି ବନ୍ୟା ସମୀକ୍ଷା କରି ଫେରିଥିବା ବେଳେ ରାଜ୍ୟ ସରକାରଙ୍କର ମଧ୍ୟ ଦୁଇ ମନ୍ତ୍ରୀ ସମାନ ଢଙ୍ଗରେ ବନ୍ୟାର ସମୀକ୍ଷା କରି ଫେରି ଯାଇଛନ୍ତି । କିନ୍ତୁ ଏଯାଏଁ ଜିଲ୍ଲା ପାଇଁ ତଥା ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ କୌଣସି ପ୍ୟାକେଜ ଘୋଷଣା କରାଯାଇନାହିଁ ।

କ୍ଷତିପୂରଣ ଶୀଘ୍ର ଘୋଷଣା ଦାବିରେ କୋଶଳ ସମନ୍ବୟ କମିଟି ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦେଇଥିଲା । ବନ୍ୟା ପାଇଁ ବଲାଙ୍ଗୀର ଜିଲ୍ଲାକୁ 1000 କୋଟି ଟଙ୍କା ସହାୟତା ଦେବାକୁ ଦାବି କରିଛି । ଏହା ସହ କୃଷି ଋଣ ଛାଡ ତଥା ସ୍କୁଲ କଲେଜରେ ଛାତ୍ର ଛାତ୍ରୀଙ୍କ ଫିସ ଛାଡ଼ କରିବାର ଦାବି ମଧ୍ୟ ଜଣାଇଛି କମିଟି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି କୋଶଳ ସମନ୍ବୟ କମିଟି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ବନ୍ୟାକୁ ମାସ3 ବିତି ଥିବା ବେଳେ ଅନେକ ମଣ୍ଟେଇ ଆସି ବନ୍ୟା ଅଂଚଳ ପରିଦର୍ଶନ କରି ଫେରିଛନ୍ତି । ହେଲେ ଏଯାଏଁ ବନ୍ୟା କ୍ଷ୍ୟତି ପୁରାଣ ଘୋଷଣା କରା ଯାଇ ନ ଥିବା ବେଳେ ଏହାକୁ ନେଇ କୋଶଳ ସମନ୍ୱୟ କମିଟି ଆଜି ଗଣ ଧାରଣା ଦେଇଥିଲା । ଏବଂ ବନ୍ୟା ପାଇଁ ବଲାଂଗୀର ଜିଲ୍ଲାକୁ 1000 କୋଟି ଟଙ୍କା ସହାୟତା ଦେବାକୁ ଏଥିରେ ଦାବି କରିଛି ।

Body:ବଲାଙ୍ଗୀରରେ ବନ୍ୟାକୁ ମାସ 3 ବିତି ଥିବା ବେଳେ ଅନେକ ମନ୍ତ୍ରୀ ଆସି ବନ୍ୟା ଅଂଚଳ ପରିଦର୍ଶନ କରି ଫେରିଛନ୍ତି । ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଆସି ବନ୍ୟା ସମିକ୍ଷ୍ୟ କରି ଫେରିଥିବା ବେଳେ ରାଜ୍ୟର ଦୁଇଟି ମନ୍ତ୍ରୀ ମଧ୍ୟ ସମାନ ଭାବରେ ବନ୍ୟା ସମିକ୍ଷ୍ୟ କରି ଫେରିଛନ୍ତି । ହେଲେ ଏଯାଏଁ ଜିଲ୍ଲା ପାଇଁ ତଥା ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ କୌଣସି ବନ୍ୟା କ୍ଷ୍ୟତି ପୁରଣ ଘୋଷଣା କରା ଯାଇ ନାହିଁ । ତେବେ ଏହାକୁ ନେଇ ଆଜି କୋଶଳ ସମନ୍ୱୟ କମିଟି ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲା । ଏବଂ ବନ୍ୟା ପାଇଁ ବଲାଂଗୀର ଜିଲ୍ଲାକୁ 1000 କୋଟି ଟଙ୍କା ସହାୟତା ଦେବାକୁ ଏଥିରେ ଦାବି କରିବା ସହ ଛାସି ଋଣ ଛାଡ ତଥା ସ୍କୁଲ କଲେଜରେ ଛାତ୍ର ଛାତ୍ରୀଙ୍କ ଫିସ ଛାଡ଼ କରିବାର ଦାବି ଜଣାଇଛି । ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ତର ହେବ ବୋଲି ଏମାନେ କହିଛନ୍ତି ।
ବାଇଟ ପ୍ରମୋଦ ମିଶ୍ର ଆବାହକ କୋଶଳ ସମନ୍ୱୟ କମିଟି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.