ETV Bharat / state

ଚିନିକଳ ପୁନର୍ବାର ଚାଲୁ କରିବା ଦାବିରେ ଆନ୍ଦୋଳନ

ବଲାଙ୍ଗୀର ଏକମାତ୍ର କୃଷିଭିତ୍ତିକ କାରଖାନା ଚିନି କଳକୁ ଚାଲୁ କରିବା ନେଇ ବୁଧବାର ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ଆନ୍ଦୋଳନ କରାଯାଇଛି।

author img

By

Published : Nov 13, 2019, 11:14 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଚିନି କଳ ଚାଲୁ କରିବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ। ବଲାଙ୍ଗୀରର ଏକମାତ୍ର କୃଷିଭିତ୍ତିକ କାରଖାନା ଚିନିକଳକୁ ପୁଣିଥରେ ଚାଲୁ କରିବା ନେଇ ବୁଧବାର ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ଆନ୍ଦୋଳନ କରାଯାଇଛି। ଜିଲ୍ଲାରେ ଥିବା ଏକମାତ୍ର କୃଷିଭିତ୍ତିକ କାରଖାନା ଚିନି କଳ ଦୀର୍ଘ ସାତ ବର୍ଷ ହେବ ବନ୍ଦ ହୋଇ ପଡ଼ିଛି। ବଲାଙ୍ଗୀରର ସାଗରପାଲିରେ ଥିବା ଏହି ଚିନି କଳରେ ଦୁର୍ନୀତି ହୋଇଥିବା ଓ ଋଣ ଖିଲାଫି ଯୋଗୁଁ ସରକାର ଏହାକୁ ବନ୍ଦ କରି ଦେଇଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ସେବେଠାରୁ ଏହି ଚିନି କଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଏହାକୁ ଚାଲୁ କରିବା ପାଇଁ ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ବୁଧବାର ଶତାଧିକ ସଦସ୍ୟ ଦେଓଗାଁରୁ ଶୋଭାଯାତ୍ରାରେ ବାହାରି ସାଗରପାଲି ଚିନି କଲକୁ ଆସିଥିଲେ। ଏହାପରେ ସେଠାରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ ଚିନି କଳକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀର ଏକ ମାତ୍ର କୃଷୀ ଭିତ୍ତିକ କାରଖାନା ଚିନି କଲ୍ ଦୀର୍ଘ ସାତ୍ ବର୍ଷ ହେବ ବନ୍ଦ୍ ହୋଇ ପଡ଼ି ରହିଛି। ତେବେ ଏହାକୁ ଚାଲୁ କରିବା ପାଇଁ ସବୁ ଆଦୁ ଦାବି ହୋଇ ଆସୁଥିବା ବେଳେ ଆଜି ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ଆନ୍ଦୋଳନ କରାଯାଇଛି। ଏବଂ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି Body:ବଲାଙ୍ଗୀର ଏକ ମାତ୍ର କୃଷୀ ଭିତ୍ତିକ କାରଖାନା ଚିନି କଲ୍ ଦୀର୍ଘ ସାତ୍ ବର୍ଷ ହେବ ବନ୍ଦ୍ ହୋଇ ପଡ଼ି ରହିଛି। ବଲାଙ୍ଗୀର ସାଗର ପାଳିରେ ଥିବା ଏହି ଚିନି କଲ୍ ରେ ଦୁର୍ନୀତି ହୋଇଥିବା ଓ ଋଣ ଖିଲା ଫି ଯୋଗୁଁ ତାକୁ ସରକାର ବନ୍ଦ୍ କରିଥିଲେ। ଏବଂ ସେହି ଦିନ ଠୁଁ ଏହି ଚିନି କଲ୍ ସମ୍ପୂର୍ଣ୍ଣ ବନ୍ଦ୍ ଥିବା ବେଳେ ଏହାକୁ ଚାଲୁ କରିବା ପାଇଁ ଆନ୍ଦୋଳନ କରିଆସୁଛନ୍ତି। ସମାନ ଭାବରେ ଆଜି ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ଆନ୍ଦୋଳନ କରାଯାଇଛି। ଯେଉଁଥିରେ ଏହି ଦୁଇ ଦଳର ଶତାଧିକ ସଦସ୍ୟ ଦେଓଗାଁ ରୁ ଶୋଭା ଯାତ୍ରା ରେ ବାହାରି ସାଗର୍ପାଲି ଚିନି କଲ୍ କୁ ଆସିଥିଲେ ଏବଂ ଏଠି ଦୀର୍ଘ ସମୟ ଧରି ଧାରଣା ଦେବା ସହ ଚିନୀଙ୍କଳ କୁ ଶୀଘ୍ର କାର୍ଯ୍ୟ କ୍ଷମ୍ୟ କରିବାକୁ ଦାବି କରିଥିଲେ । ଏବଂ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି
ବାଇ ଟ ବିଜୟ ଦଳ ପତି ନେତା ଆଦିବାସୀ ସଂଘ Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.