ବଲାଙ୍ଗୀର: ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଏସଟି ବା ଅନୁସୂଚିତ ଜନଜାତି ଅଣଦେଖା ମାମଲା। ଆଦିବାସୀଙ୍କ ସଶସ୍ତ୍ର ଆନ୍ଦୋଳନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତଥା ବିଧାୟକଙ୍କ ପୋଷ୍ଟର ପୋଡ଼ି । ଓଡ଼ିଶାରେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ଆଦିବାସୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ।
ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଅଣଦେଖା ଦାବି କରି ଶନିବାର ବଲାଙ୍ଗୀର ପାଟଣାଗଡ଼ରେ ସଶସ୍ତ୍ର ଆନ୍ଦୋଳନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ତଥା ବିଧାୟକଙ୍କ ପୋଷ୍ଟର ପୋଡ଼ି ଏହାର ଦୃଢ ପ୍ରତିବାଦ କରିଛନ୍ତି। ତେବେ ଏଥର ପଞ୍ଚାୟତ ନିର୍ବାଚନରେ 23ଟି ଜିଲ୍ଲାରେ 195 ବ୍ଲକ ଓ 5 ହଜାର 97 ଟି ଗ୍ରାମପଞ୍ଚାୟତର ଗୋଟିଏ ବି ଆସନ ଏସଟି ବା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ କରାଯାଇନାହିଁ ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ବି ଆସନ ଏସଟି ପାଇଁ ସଂରକ୍ଷିତ ହୋଇନାହିଁ । ଯାହାକୁ ନେଇ ଆଦିବାସୀ ତାତିଥିବା ବେଳେ ହଜାର ହଜାର ଆଦିବାସୀ ବଲାଙ୍ଗୀର ପାଟଣାଗଡ଼ ଠାରେ ଆନ୍ଦୋଳନ କରିଛନ୍ତି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେହିପରି ପାଟଣାଗଡ଼ ସହର ମଧ୍ୟରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଏମାନେ ଫାଡ଼ି ଦେଇଛନ୍ତି। ସମାନ ଭାବରେ ଏମାନେ ରାଜ୍ୟ ସରକାରକୁ ବିରୋଧ କରିବା ସହ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ସରୋଜ ମେହେରଙ୍କ କୁଶପୁତ୍ତଳିକା ଦାହ କରି ନିଜର ପ୍ରତିବାଦ ଜାହିର କରିଛନ୍ତି। ଏବଂ ଜିଲ୍ଲାରେ ସବୁ ବିଜେଡି ରାଜନେତାଙ୍କୁ ଏମାନେ ବିରୋଧ କରିବେ ବୋଲି କହିଥିବା ବେଳେ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ