ETV Bharat / state

ବଲାଙ୍ଗୀରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା - ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ବଲାଙ୍ଗୀରରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମୋଟ 325ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଇଛନ୍ତି ।

State Level Badminton Tournament
State Level Badminton Tournament
author img

By

Published : Jan 14, 2023, 12:26 PM IST

State Level Badminton Tournament

ବଲାଙ୍ଗୀର: ଜିଲ୍ଲାରେ ଦ୍ବିତୀୟ ଥର ପାଇଁ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଯାହାକୁ ନେଇ ଖେଳାଳି ଓ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଯେଉଁଥିରେ ଜୁନିୟର ବର୍ଗର ମିନି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସହ 15 ଓ 17 ବର୍ଷ ବର୍ଗର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନର ଆୟୋଜନ ହେବ । ସେହିପରି ସିନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ଗତକାଲି ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମୋଟ 325ରୁ ଊର୍ଦ୍ଧ୍ବ ଖେଳାଳି ବିଭିନ୍ନ ବର୍ଗର ଖେଳିବେ । ବଲାଙ୍ଗୀରର ପୃଥ୍ୱୀରାଜ ବାଳକ ଉଚ୍ଚ ବିଦ୍ୟାଳୟର ଇଣ୍ଡୋର ଷ୍ଟାଡିୟମରେ ଏହା ଆୟୋଜିତ ହୋଇଯାଇଛି ।

ଗତକାଲି (ଶୁକ୍ରବାର) ଉଦଘାଟନି ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ, ଏସପି, ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ଜିଲ୍ଲାପାଳ । ସେହିପରି ବର୍ତ୍ତମାନ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଆୟୋଜନ କରାଯାଇଥିବାରୁ ଏଠାକାର ଖେଳାଳିଙ୍କ ଉତ୍ସାହ ବଢିବ ଓ ଏଧିକ ଖେଳାଳି ଏହି ଖେଳ ପ୍ରତି ଆଗ୍ରହୀ ହେବେ ବୋଲି କହିଥିଲେ ଜିଲ୍ଲାପାଳ ।

ସମାନ ଭାବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏହି ଆୟୋଜନ ଜିଲ୍ଲା ପାଇଁ ଗର୍ବ ଆଣିଛି ଆଗକୁ ଖେଳ ପାଇଁ ଆହୁରି ବିକାଶ କରାଯିବା ଆବଶ୍ୟକ ରହିଥିବା ମତ ରଖିଥିଲେ ନରସିଂହ ମିଶ୍ର । ଯେଉଁଥିରେ ଏକ ହକି ଷ୍ଟାଡିୟମ, ସ୍ୱିମିଂ ପୁଲ, ପାର୍କ, ଖେଳାଳିଙ୍କ ପାଇଁ ହଷ୍ଟେଲ ଭଳି ନୂଆ ପ୍ରକଳ୍ପ ପାଇଁ ସେ ସରକାରଙ୍କ ସହ ଆଲୋଚନା କରିଥିବା ସେ କହିଥିଲେ । ସେପଟେ ବଲାଙ୍ଗୀରର ସଫଳ ଯୁବ ବ୍ୟବସାୟୀ ତଥା ବ୍ୟାଡ଼ମିଣ୍ଟନ ଖେଳ ପ୍ରେମୀ ସମରେନ୍ଦ୍ର ମିଶ୍ର ମଧ୍ୟ ଏହି ଆୟୋଜନ ଦ୍ୱାରା ଆଗକୁ ଜିଲ୍ଲାରୁ ଭଲ ଖେଳାଳି ବାହାରିବେ ଏବଂ ସେମାନେ ଜାତୀୟ ତଥା ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳରେ ନିଜର ଛାପ ଛାଡିବେ ବୋଲି ମତ ରଖିଥିଲେ ବ୍ୟବସାୟୀ ଜଣଙ୍କ ।

ତେବେ ଗଡ ଡିସେମ୍ବର ମାସରେ ବାଲେଶ୍ବରରେ ରାଜ୍ୟସ୍ତରୀୟ ମାଷ୍ଟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଥିଲା । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଡିସେମ୍ବର ୮ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ୧୩ ତାରିଖରେ ଶେଷ ହୋଇଥିଲା । ୬୦ବର୍ଷରୁ ଉର୍ଦ୍ଧ୍ବ ସିଙ୍ଗଲ୍ସ ବିଭାଗରେ ଗଞ୍ଜାମ ଜିଲ୍ଲାର ମାନସ ପଣ୍ଡା ବିଜେତା ଏବଂ ବାଲେଶ୍ବରର ବିକାଶ ରୟନାଥ ଉପବିଜେତା ହୋଇଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ଡବଲ୍ସ ବିଭାଗରେ ଗଞ୍ଜାମର ମାନସ ପଣ୍ଡା ଓ ଯୁଧିଷ୍ଠିର ବେହେରାଙ୍କ ଯୋଡି ବିଜେତା ହୋଇଥିଲେ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.