ETV Bharat / state

କରଡ଼ିରୁ ୧୦୦ ପ୍ରକାର ବ୍ୟଞ୍ଜନ, ବଲାଙ୍ଗୀର ହୋଟେଲ ମ୍ୟାନେଜମେଣ୍ଟ କଲେଜର ରେକର୍ଡ - ଇଣ୍ଡିଆନ ବୁକ୍ ଅଫ ରେକର୍ଡ

କରଡ଼ିକୁ ନେଇ ୧୦୦ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ରେକର୍ଡ କରିଛି ବଲାଙ୍ଗୀରର ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲେ ମ୍ୟାନେଜମେଣ୍ଟ(SIHM) କଲେଜ । ଅଧିକ ପଢନ୍ତୁ

କରଡ଼ିରୁ 100 ବ୍ୟଞ୍ଜନ କରି ରେକର୍ଡ କଲା ଏସଆଇଏଚଏମ

author img

By

Published : Sep 15, 2022, 12:05 PM IST

ବଲାଙ୍ଗୀର: ଇଣ୍ଡିଆନ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲା ବଲାଙ୍ଗୀରର ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲେ ମ୍ୟାନେଜମେଣ୍ଟ (State Institutute Of Hotel Management) । କରଡ଼ିକୁ ନେଇ ଶହେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଆଖି ବନ୍ଦ କରି ଓ ଗାଜରକୁ କାଟିବା କଳା ଆଧାରରେ ଏହି ସଫଳତା ହାସଲ କରିଛି SIHM । ପଶ୍ଚିମ ଓଡ଼ିଶାର ପାରମ୍ପରିକ ବାଉଁଶ କରଡ଼ିରେ ୧୦୦ ପ୍ରକାର ଖାଇବା ତିଆରି କରି ରେକର୍ଡ କରିଛନ୍ତି ହୋଟେଲ ମ୍ୟାନେଜମେଣ୍ଟ କଲେଜ ।

କରଡ଼ିରୁ 100 ବ୍ୟଞ୍ଜନ କରି ରେକର୍ଡ କଲା ଏସଆଇଏଚଏମ

ଜିଲ୍ଲାରେ ବାଉଁଶ ଗଜା ବା କରଡିକୁ ଲୋକେ ବହୁଳ ଭାବରେ ବ୍ୟବହାର କରନ୍ତି । କାହିଁ କେଉଁ କାଳରୁ ଏଥିରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ଆସୁଛନ୍ତି । ଏହି ପାରମ୍ପରିକ ଖାଦ୍ୟ ଉପରେ ଗବେଷଣା କରି ଏଥିରୁ ୧୦୦ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ଏସଆଇଏଚଏମ କଲେଜ୍ ପ୍ରଥମ ହୋଇଛି । ଯେଉଁଥିରେ ଏମାନେ କରଡ଼ି ଭର୍ତ୍ତା, କରଡ଼ି ଭାତ, କରଡ଼ି ତରକାରୀ, କରଡ଼ି ସ୍ନାକ୍ସ, କରଡ଼ି ଆମିଷ ଓ ନିରାମିଷ ତଥା କରଡ଼ି ମିଠା ଭଳି ଶହେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଯାହା ପାଇଁ ଏହି କଲେଜର ଜଣେ ଅଧ୍ୟାପିକା କଳ୍ପନା ଜେନା, ସହିଲ ସାହୁ, ସତ୍ୟପତି ମିଶ୍ର ଓ ନିଜେ କଲେଜ୍ ଅଧ୍ୟାପକ ସୁରେଶ କୁମାର ଏକନାଥ କରିଥିବା ପ୍ରଚେଷ୍ଟାରେ ସଫଳ ହୋଇଥିଲେ । ଏହାକୁ ନେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅଧିକାରୀ ସବୁ ଯାଞ୍ଚ କରିବା ପରେ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେଇଛନ୍ତି ।

ଏହା ବି ପଢନ୍ତୁ...ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ପ୍ରଶାସନର ଅନୁରୋଧ

ସେହିପରି ନିଜେ କଲେଜ୍ ଅଧ୍ୟକ୍ଷ ସୁରେଶ ଏକନାଥ ଆଖି ବନ୍ଦ କରି ଗାଜରକୁ କ୍ରାଫ୍ଟିଂ କରି ଅଧ ଘଣ୍ଟାରେ ୧୦୦ ପ୍ରକାର ଫୁଲ ତିଆରି କରିଥିଲେ । ଏହା ମଧ୍ୟ ଗୋଟିଏ ରେକର୍ଡ ହୋଇଥିବାବେଳେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନିତ ହୋଇଛି । ପଶ୍ଚିମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ବାଉଁଶ କରଡ଼ି ନା କେବଳ ଶସ୍ତା ଅଟେ ବରଂ ଏଥିରେ ସବୁ ପ୍ରକାର ଧାତୁ ମିନେରାଲ ସହିତ ପ୍ରଚୁର ଭିଟାମିନ ରହିଛି । ବିଶେଷ କରି ଏଥିରେ ଭିଟାମିନ ଏ ମାତ୍ରା ଅଧିକ ଥିବା ବେଳେ ଏହା ଏଠିକାର ଲୋକଙ୍କୁ ନିରୋଗୀ ରଖିବାରେ ସହାୟତା ହୋଇଥିବା କଲେଜ୍ ଅଧ୍ୟକ୍ଷ କହିଛନ୍ତି ।

ସେହିପରି ଏହି ପାରମ୍ପରିକ ଖାଦ୍ୟ ଏବେ ଲୋକଙ୍କ ଥାଲିରୁ ଉଭାନ ହୋବକୁ ଲାଗିଛି । ବିଦେଶୀ ଫାଷ୍ଟ ଫୁଡ୍‌ ଏହାର ସ୍ଥାନ ନେବାକୁ ବସିଲାଣି । ତେଣୁ ତାଙ୍କର ଏହି ପ୍ରୟାସ ଦ୍ବାରା ଲୋକ ପୁଣି ଏହି ପାରମ୍ପରିକ ଓ ସ୍ବାସ୍ଥ୍ୟକର ଖାଦ୍ୟ ପାଇଁ ରୁଚି ବଢାଇବେ ବୋଲି ଆଶା ରଖିଛନ୍ତି କଲେଜ ଅଧ୍ୟକ୍ଷ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.