ETV Bharat / state

ବଲାଙ୍ଗୀରରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଠିକଠାକ୍ ଅଛି: ଖାଦ୍ୟ ଆୟୋଗ ଅଧ୍ୟକ୍ଷ

ବଲାଙ୍ଗୀର ଗସ୍ତ ଶେଷ କରି ଭୁବନେଶ୍ବର ଫେରିଲେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ । ଜିଲ୍ଲାରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଠିକଠାକ୍ ଥିବା ରଖିଲେ ମତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 25, 2023, 12:21 PM IST

Updated : Nov 25, 2023, 1:05 PM IST

state food commission chairman
state food commission chairman
state food commission chairman

ବଲାଙ୍ଗୀର: ତିନି ଦିନିଆ ବଲାଙ୍ଗୀର ଗସ୍ତରେ ଆସି ଜିଲ୍ଲାରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ତିନି ଦିନ ମଧ୍ୟରେ ସେ ତିନୋଟି ବ୍ଲକ ଗସ୍ତ କରି ସ୍କୁଲ, ସେବାଶ୍ରମ, ପିଡିଏସ ସେଣ୍ଟର୍, ଅଙ୍ଗନବାଡ଼ି ଇତ୍ୟାଦି ବୁଲି ଦେଖିବା ସହ ସମୀକ୍ଷା ବୈଠକ କରିଥିଲେ । ବଲାଙ୍ଗୀର ଜିଲ୍ଲାରେ ଖାଦ୍ୟ ନିରାପତ୍ତା ଯୋଜନା ଓ ବ୍ୟବସ୍ଥା ଠିକଠାକ ଥିବା ମତ ରଖିଛନ୍ତି ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ଏହାପରେ ଶୁକ୍ରବାର ଭୁବନେଶ୍ୱର ଫେରିଯାଇଥିବା ସୂଚନା ମିଳିଛି ।

ଗସ୍ତର ପ୍ରଥମ ଦିନରେ ପାଟଣାଗଡ଼ ବ୍ଲକ, ଦ୍ଵିତୀୟ ଦିନରେ ଟିଟିଲାଗଡ ବ୍ଲକ ଓ ଶେଷ ଦିନରେ ବଲାଙ୍ଗୀର ବ୍ଲକରେ ସେ ମାରାଥନ ଗସ୍ତ କରିଥିଲେ । ସେଠାରେ ଥିବା ସମସ୍ତ ସ୍କୁଲ, ସେବାଶ୍ରମ, ପିଡିଏସ ସେଣ୍ଟର୍, ଅଙ୍ଗନବାଡ଼ି ଇତ୍ୟାଦି ବୁଲି ଦେଖିବା ସହ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ସମୀକ୍ଷା କରିଥିଲେ । ନିର୍ବାଚିତ ପଞ୍ଚାୟତ ଅଧିକାରୀଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବା ସହ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଓ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ । ଗସ୍ତର ଶେଷ ଦିନରେ ବଲାଙ୍ଗୀର ଜିଲ୍ଲା ପରିଷଦ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ବ୍ଲକର ବିଭିନ୍ନ ନିର୍ବାଚିତ ପଞ୍ଚାୟତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ ଓ ଖାଦ୍ୟ ନିରାପତ୍ତା ଯୋଜନା ବ୍ୟବସ୍ଥା ଉପରେ ମଧ୍ୟ ମତ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ୩ ଦିନିଆ ବଲାଙ୍ଗୀର ଗସ୍ତ

ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅବନୀକାନ୍ତ ସାହୁ କହିଥିଲେ ଯେ, ଜିଲ୍ଲାରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଠିକଠାକ ରହିଛି । କିଛି ସ୍ଥାନରେ କିଛି ଅନିୟମିତତା ଅଛି ଯାହାର ସମାଧାନ ଖୁବଶୀଘ୍ର ହେବ । ନିମ୍ନମାନର ଛତୁଆ ଅଭିଯୋଗ ଆସୁଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ନିର୍ବାଚିତ ଅଧିକାରୀଙ୍କ ସହ ବିଚାର ବିମର୍ଶ କରାଯାଇ ପ୍ରଶାସନ ପଦକ୍ଷେପ ନେବ ଓ ସବୁ ଆପତ୍ତି ଉପରେ ତଦନ୍ତ କରିବ ।

ତେବେ ବଲାଙ୍ଗୀର ଜିଲ୍ଲାର ଅନେକ ପଞ୍ଚାୟତରେ ମାସ ମାସ ଧରି ଗରିବ ଲୋକ ରାସନ ନପାଇବାର ଅଭିଯୋଗ ଏବେ ନିତି ଦିନିଆ ହୋଇଗଲାଣି । ସେହିପରି ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନର ମଧ୍ୟ ଅଭିଯୋଗ ଆସୁଛି । ଏପରିକି ଅଙ୍ଗନବାଡିରେ ପୋକ ଥିବା ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ଖାଦ୍ୟ କମିଶନ ଅଧ୍ୟକ୍ଷ ସବୁ ଠିକ ଥିବାର କହିବା କେତେ ଦୂର ଠିକ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେହିପରି ଖାଦ୍ୟ କମିଶନ ଅଧ୍ୟକ୍ଷ ଜିଲ୍ଲା ଗସ୍ତ ପରେ ଏହି ଅବ୍ୟବସ୍ଥାରେ ସୁଧାର ଆସିବ ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 25, 2023, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.