ETV Bharat / state

ଅର୍ଥ ନିଗମକୁ ମିଳୁନି ଅନୁଦାନ, ଅଭିଯୋଗ ଆଣିଲା ଅନୁସୂଚିତ ଜନଜାତି ମୋର୍ଚ୍ଚା - ଅନୁସୂଚିତ ଜାତି ମୋର୍ଚ୍ଚା

ରାଜ୍ୟ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ନିଗମକୁ ମିଳୁନି ସରକାରୀ ଅନୁଦାନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ବର୍ଷିଲେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ । ଅଧିକ ପଢନ୍ତୁ...

ଅର୍ଥ ନିଗମକୁ ଅନୁଦାନ ନ ମିଳିବା ନେଇ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଅଭିଯୋଗ

author img

By

Published : Aug 7, 2021, 7:31 AM IST

ବଲାଙ୍ଗୀର: ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ନିଗମକୁ ଓଡିଶା ସରକାର ଅର୍ଥ ଦେବା ବନ୍ଦ ନେଇ ବର୍ଷିଲେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ମୁକେଶ ମହାଲିଙ୍ଗ । ଶୁକ୍ରବାର ବଲାଙ୍ଗୀର ସର୍କିଟ ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ରାଜ୍ୟ ସରକାର ଉପରେ ବିଷୋଦଗାର କରିଛନ୍ତି ମୁକେଶ ।

ଅର୍ଥ ନିଗମକୁ ଅନୁଦାନ ନ ମିଳିବା ନେଇ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଅଭିଯୋଗ

ଗତ ୧୯୮୦ ମସିହାରେ ଅନୁସୂଚିତ ଜାତି ଓ ଜନଜାତିର ଶିଳ୍ପୋଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସ୍ୱାବଲମ୍ବୀ କରିବା ପାଇଁ ଏହି ଅର୍ଥ ନିଗମ ଗଠନ କରାଯାଇଥିଲା । ହେଲେ ପରିତାପର ବିଷୟ ଯେ ଦୀର୍ଘ 10 ବର୍ଷ ହେଲା ରାଜ୍ୟ ସରକାର ଏସସିଏସଟି ଅର୍ଥ ନିଗମକୁ ଆର୍ଥିକ ସହାୟତା ଯୋଗାଇବା ବନ୍ଦ କରି ଦେଇଛନ୍ତି । ଫଳରେ ଅର୍ଥ ନିଗମ ଏବେ ବନ୍ଦ ହୋଇଥିବାରୁ ଅନୁସୂଚିତ ଜାତି ଓ ଜନଜାତି ଶିଳ୍ପୋଦ୍ୟୋଗୀ ଶୂନ ହୋଇଯାଇଛି ।

ଏପରିକି ଆର୍ଥିକ ବର୍ଷ ଶେଷ ନ ହେଉଣୁ ଟଙ୍କା ଫେରାଇ ନେବାକୁ କୁହାଯାଉଥିବାରୁ ଅନୁସୂଚିତ ଜାତି ଜନଜାତି ପ୍ରତି ସରକାରଙ୍କ କିଭଳି ମାନସିକତା ରହିଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ମୁକେଶ ଅଭିଯୋଗ କରିଛନ୍ତି । ଏବଂ ଏଥି ପାଇଁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.