ETV Bharat / state

ମା’କୁ ଜିଅନ୍ତା ଜାଳିଲା ପୁଅ, ଅଭିଯୁକ୍ତ ଗିରଫ

ମା’କୁ ଜିଅନ୍ତା ଜାଳିଲା ନିର୍ଦ୍ଦୟ ପୁଅ । ବଲାଙ୍ଗୀର ବେଲପଡା ରାଡବାହଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

author img

By

Published : Jul 6, 2019, 1:42 PM IST

Updated : Jul 6, 2019, 4:56 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ବଲାଙ୍ଗୀର: ଜିଲ୍ଲାରେ ଚାଞ୍ଚଲ୍ୟ । ବେଲପଡା ରାଡବାହଲ ଗାଁରେ ଦେଖିବାକୁ ମିଳିଛି ଅମାନବୀୟ ଘଟଣା। ଘରୋଇ କଳହକୁ ନେଇ ମା’କୁ ଜିଅନ୍ତା ଜାଳିଲା ନିର୍ଦ୍ଦୟ ପୁଅ । ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରିଛନ୍ତି ପଡୋଶୀ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ପ୍ରାଣ ହରାଇଥିବା ମହିଳା ଜଣକ ହେଲେ ଆଶାମୋତି ଖର୍ସେଲ । ଆଜି ସକାଳୁ କୌଣସି କାରଣରୁ ବାପାଙ୍କ ସହ ଝଗଡା ପରେ ପୁଅ ସନ୍ତୋଷ ଖର୍ସେଲ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ଶୋଇଥିବା ଅବସ୍ଥାରେ ମାଆ ଆଶାବତି ଖର୍ସେଲଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା ଅଭିଯୁକ୍ତ ପୁଅ ।

ଘଟଣାପରେ ଅଭିଯୁକ୍ତ ପୁଅ ଫେରାର ହୋଇ ଗାଁରେ ଖୁଲମଖୁଲା ବୁଲୁଥିଲା । ତେବେ ଘଟଣାର ତଦନ୍ତ କରୁଥିବା ବେଲପଡା ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି । କେଉଁ ପରିସ୍ଥିତିରେ ଅଭିଯୁକ୍ତ ସନ୍ତୋଷ ଏଭଳି ଅମାନବୀୟ କାଣ୍ଡ ଘଟାଇଲା ତାହା ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ସନ୍ତୋଷ ମାନସିକ ବିକୃତ ଥିବା ନେଇ ପୋଲିସ ସନ୍ଦେହ କରୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

sample description
Last Updated : Jul 6, 2019, 4:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.