ETV Bharat / state

ଜ୍ବାଇଁକୁ ପିଟିପିଟି ହତ୍ୟା ମାମଲା, ଶ୍ୱଶୁର ଲୋକଙ୍କୁ ଜେଲ୍‌ ପଠାଇଲେ କୋର୍ଟ

author img

By

Published : Mar 10, 2023, 10:37 PM IST

ବଲାଙ୍ଗୀର ଜ୍ବାଇଁ ହତ୍ୟା କରି ଜେଲ ଗଲେ ଶ୍ୱଶୁର ଘର ପରିବାର ବର୍ଗ । ସ୍ତ୍ରୀ ସମେତ ମୃତକଙ୍କ ଶାଶୁ ଶ୍ୱଶୁର ଓ ଶଳା ଗଲେ ଜେଲ୍ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଜ୍ବାଇଁ ହତ୍ୟା କରି ଜେଲ ଗଲେ ଶ୍ୱଶୁର ଘର ଲୋକ

ବଲାଙ୍ଗୀର: ଶ୍ବଶୁର ଘରେ ଜ୍ବାଇଁକୁ ପିଟିପିଟି ହତ୍ୟା କରିବା ମାମଲା । ବଲାଙ୍ଗୀର ଜ୍ବାଇଁକୁ ପିଟି ହତ୍ୟା କରିବା ଅଭିଯୋଗରେ ଶ୍ୱଶୁର ପରିବାରବର୍ଗ ଗଲେ ଜେଲ। ସ୍ତ୍ରୀ, ଶାଶୁ, ଶ୍ୱଶୁର ଓ ଶଳାଙ୍କୁ ପୋଲିସ୍ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ତେବେ ସମସ୍ତେ ଜ୍ବାଇଁକୁ ପିଟିପିଟି ହତ୍ୟା କରିବା ପରେ ମୃତକଙ୍କୁ ଏକ ଅଖା ବସ୍ତାରେ ଭର୍ତ୍ତି କରି ଅନ୍ୟତ୍ର ଫିଙ୍ଗିବା ବେଳେ ପୋଲିସ୍ ହାତରେ ଧରା ପଡ଼ିଥିଲେ । ପୋଲିସ୍ ସମସ୍ତଙ୍କୁ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରିଥିଲା । ଯାହା ପରେ କୋର୍ଟ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ତେବେ ଗତ ୮ ତାରିଖ ସକାଳେ ବଲାଙ୍ଗୀର ଖୋରଖୋଲ ବ୍ଲକ ଚାବିରିପାଲି ଗ୍ରାମରେ ଶ୍ୱଶୁର ଘରେ ମିଶି ଜ୍ୱାଇଁ କୁ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ଆସିଥିଲା । ଯେଉଁଥିରେ ପଦ୍ମପୁର ଗଡଭାଟି ଗ୍ରାମର ରୁଦ୍ର ମେହେର ତାଙ୍କ ଶ୍ୱଶୁର ଘର ଚାବିରିପାଲି ଗ୍ରାମରେ ଦୀର୍ଘ ୬ ମାସ ହେଲା ରହି ଆସୁଥିଲେ । ମଦ ପିଇ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ସବୁବେଳେ ହଇରାଣ ହରକତ ସହ ଗଣ୍ଡଗୋଳ କରି ଆସୁଥିଲେ । ସବୁଦିନ ଭଳି ହୋଲି ଦିନ ମଧ୍ୟ ନିଶାସକ୍ତ ଅବସ୍ଥାରେ ଶ୍ୱଶୁର ଘର ଲୋକଙ୍କୁ ଗାଳି ଗୁଲଜ ସହ ଗଣ୍ଡଗୋଳ କରିଥିଲେ ।

ଗଣ୍ଡଗୋଳ ସମୟରେ ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ନିସ୍ତୁକ ମାଡ ମାରିଥିଲେ ଫଳରେ ଘଟଣାସ୍ଥଳରେ ହିଁ ଜ୍ୱାଇଁ ରୁଦ୍ର ମେହେରଙ୍କ ଜୀବନ ଚାଲି ଯାଇଥିଲା । ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇ ରାତି ସମୟରେ ମୃତଦେହକୁ ଏକ ଅଖା ବସ୍ତାରେ ଭରି ଏକ ଟାଟା ମେଜିକ ଗାଡିରେ ଭରି ଲୁଚାଇବାକୁ ଉଦ୍ୟମ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ମାଡି ବସିଥିଲା ଏବଂ ମୃତଦେହକୁ ଜବତ କରିଥିଲା ।

ତେବେ ତଦନ୍ତ କରି ଶ୍ୱଶୁର ଉଦ୍ଧବ ମେହେର, ଶାଶୁ ବନଲତା ମେହେର, ସ୍ତ୍ରୀ ସରୋଜିନି ମେହେର, ଶଳା ସୁନୀଲ ମେହେରକୁ ଗିରଫ କରି ପାଟଣାଗଡ଼ SDJMଙ୍କ କୋର୍ଟକୁ ଚାଲାଣ କରିଥିଲା । ସେପଟେ ଏମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି। ତେବେ ଏହି ହତ୍ୟାକାଣ୍ଡରେ ଜଣେ ନିରୀହ ଶିଶୁ ମଧ୍ୟ ଜେଲ୍‌ରେ ରହିବ। କାରଣ ମୃତ ରୁଦ୍ର ମେହେର ଓ ସରୋଜିନୀ ମେହେରଙ୍କ ଦୁଇ ଶିଶୁ ଥିବା ବେଳେ ଜଣେ ଶିଶୁକୁ ମାତ୍ର 9 ମାସ । ତେଣୁ ଶିଶୁ ତା ମା ସହିତ ହିଁ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.