ବଲାଙ୍ଗୀର : ବଲାଙ୍ଗୀର ସହର ମଧ୍ୟରେ ବିକାଶ ନାଁରେ ବସ୍ତି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ପ୍ରଥମେ ସାଇନ୍ସ ପାର୍କ ନାଁରେ ସୂର୍ଯ୍ୟ ନଗର ବସ୍ତିକୁ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଇଣ୍ଡୋର ଷ୍ଟାଡିୟମ ପାଇଁ ଗାନ୍ଧୀ ନଗର ବନ୍ଧ ଆଡି ବସ୍ତିକୁ ଉଚ୍ଛେଦ କରିବା ପାଇଁ ଲାଗିଛି ନୋଟିସ । ଯାହାକୁ ନେଇ ବସ୍ତି ବାସିନ୍ଦା ବିବ୍ରତ ହୋଇଥିବା ବେଳେ ଏହାକୁ ବିରୋଧ କରି ଏମାନେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ପ୍ରଥମେ ଏମାନଙ୍କୁ ଉଚିତ ଥଇଥାନ ଓ ପରେ ଉଚ୍ଛେଦ କରାଯାଉ ବୋଲି ଦାବି କରିଥିଲେ । ସୂଚନା ଅନୁସାରେ ଏଠି 77 ରୁ ଅଧିକ ଗରିବ ପରିବାର କୁଡ଼ିଆ ଇତ୍ୟାଦି କରି ଦୀର୍ଘ ଚାଳିଶ ବର୍ଷରୁ ଅଧିକ ସମୟ ଧରି ଏଠାରେ ରହି ଆସୁଛନ୍ତି । ଏମାଙ୍କୁ ସରକାର ଭୂମିହୀନ ବୋଲି ଯୋଗ୍ୟତା ପ୍ରମାଣ ପତ୍ର ମଧ୍ୟ ଦେଇଥିବା ବେଳେ ଦୁଇ ଦିନ ମଧ୍ୟରେ ବସ୍ତି ଖାଲି କରିବାକୁ ନୋଟିସ ଦିଆଯାଇଛି । ଆସନ୍ତା ସୋମବାର ଉଛେଦ ପ୍ରକ୍ରିୟା ହେବ ବୋଲି କୁହାଯାଇଛି । ସେପଟେ ଏଭଳି ସ୍ଥିତିରେ ଗରିବ ଲୋକେ କେଉଁଠି ମୁଣ୍ଡ ଗୁଞ୍ଜିବେ ତାକୁ ନେଇ ଚିନ୍ତାରେ ବସ୍ତି ବାସିନ୍ଦା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ୱାହିଦ, ଇଟିଭି ଭାରତ