ETV Bharat / state

ସେକ୍ସ ରାକେଟର ପର୍ଦ୍ଦାଫାଶ କରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ

ବଲାଙ୍ଗୀର ଜିଲ୍ଲା  ପୁଇଁତଲା ବ୍ଲକ ବୁରୋ ବହାଡ଼ି ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛନ୍ତି ଗ୍ରାମବାସୀ । ଚଢାଉ କରି ଜଣେ ଯୁବତୀଙ୍କ ସହ 3 ଜଣ ଗ୍ରାହକଙ୍କୁ କାବୁ କରିବା ସହ ପୋଲିସ ଜିମାରେ ଦେଇଛନ୍ତି ।

author img

By

Published : Oct 30, 2019, 8:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଦୀର୍ଘଦିନ ଧରି ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛନ୍ତି ଗ୍ରାମବାସୀ । ଉକ୍ତସ୍ଥାନରେ ଚଢାଉ କରି ଜଣେ ଯୁବତୀଙ୍କ ସହ 3 ଜଣ ଗ୍ରାହକଙ୍କୁ କାବୁ କରିବା ସହ ପୋଲିସରେ ଜିମା ଦେଇଛନ୍ତି ସେମାନେ । ତେବେ ପୋଲିସ ସମସ୍ତଙ୍କୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ବୁରୋ ବହାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବୁରୋ ବହାଡ଼ି ଗ୍ରାମର ଏକ ଘରେ ଦୀର୍ଘ ଦିନରୁ ଏହି ରାକେଟ ଚାଲିଥିବା ବେଳେ ଏହାକୁ ବନ୍ଦ କରିବାକୁ ଅନେକ ଥର ତାଗିଦ କରିଥିଲେ ଗ୍ରାମବାସୀ । ହେଲେ ଏହା ବନ୍ଦ ହୋଇନଥିଲା । ଶେଷରେ ଗ୍ରାମବାସୀ ଏକଜୁଟ ହୋଇ ସେହି ଘରେ ଚଢ଼ାଉ କରିଥିଲେ। ଚଢାଉ ବେଳେ ଜଣେ ଯୁବତୀ ସହ ତିନି ଜଣ ଗ୍ରାହକଙ୍କୁ କାବୁ କରି ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ । ପରେ ପୁଇଁତଲା ପୋଲିସ ଘଟଣାସ୍ଥଳକୁ ଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ତେବେ ଘଟଣାସ୍ଥଳରୁ ପୋଲିସ ତିନୋଟି ମୋଟର ସାଇକଲ, ତିନୋଟି ମୋବାଇଲ ଓ ବିଭିନ୍ନ ଆପତ୍ତିଜନକ ଔଷଧ ଜବତ କରିଥିଲା। ଗିରଫ ପରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଯୁବତୀ ଜଣକ ସମ୍ବଲପୁରର ହୋଇଥିବା ବେଳେ ତାଙ୍କୁ ବଲାଙ୍ଗୀର ସ୍ବଧାର ଗୃହରେ ରଖା ଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରେ ଗୋଟିଏ ଗ୍ରାମରେ ଦୀର୍ଘ ଦିନରୁ ଚାଲିଥିବ ଏକ ସେକ୍ସ ରେକେଟ କୁ ଗ୍ରାମ ବାସୀ ଚଢ଼ାଉ କରି ଧରିଛନ୍ତି । ଏବଂ ଜଣ3 ଯୁବତୀ ସହ ତିନି ଜଣ ଗ୍ରାହକ ଙ୍କୁ କାବୁ କରି ପୋଲିସ ର ଜିମା ଦେଇଛନ୍ତି । ସେପଟେ ପୋଲିସ ସମସ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇବା ସହ ଏହାର ମୁକ୍ଷ କିଂ ପୀନ କୁ ଧରିବା ପାଇଁ ତନାଘନା ଜାରି ରଖିଛି ।

Body:ବଲାଂଗୀର ରେ ଗୋଟିଏ ଗ୍ରାମରେ ଦୀର୍ଘ ଦିନରୁ ଚାଲିଥିବ ଏକ ସେକ୍ସ ରେକେଟ କୁ ଗ୍ରାମ ବାସୀ ଚଢ଼ାଉ କରି ଧରିଛନ୍ତି । ବଲାଂଗୀର ପୁଇଁତଲା ବ୍ଲକ ବୁରୋ ବହାଡ଼ି ଗ୍ରାମରେ ଏହି ରେକେଟ ଚାଲିଥିବ ବେଳେ ଗ୍ରାମବାସୀ ଏସବୁ ବାଣ୍ଡ କରିବା ପାଇଁ ଅନେକ ଥର ତାଗୁଡ଼ କରିଥିଲେ । ହେଲେ ତାହା ନହେବାରୁ ତଥା ପୁଣି ଏଇନକାର୍ବାର ଯେମିତି କୁ ସେମିତି ଚାଲିଥିଲା। ତେବେ ଗ୍ରାମ ବସି ଏକ ଜୁଟ ହୋଇ ଶେଷରେ ସେହି ଘରେ ଚଢ଼ାଉ କରିଥିଲେ। ଏବଂ ଜଣେ ଯୁବତୀ ସହ ତିନି ଜଣ ଗ୍ରାହକ ଙ୍କୁ କାବୁ କରି ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ । ପରେ ପୁଇଁତଲା ପୋଲିସ କୁ ଘଟଣା ସ୍ଥଳକୁ ଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଏମାନଙ୍କ ଠୁଁ ପୋଲିସ ତିନୋଟି ମୋଟର ସାଇକଲ, ତିନୋଟି ମୋବାଇଲ, ଓ କଣ୍ଡମ ସହ ବିଭିନ୍ନ ଔଷଧ ଜବତ କରିଥିଲା। ତେବେ ଗିରଫ ସମସ୍ତଙ୍କର ଆଜି ଡାକ୍ତରୀ ମାଇନା ପରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେହିପରି ଗିରଫ ଯୁବତୀ ଜଣକ ସମ୍ବଲପୁରର ହୋଇଥିବା ବେଳେ ତାକୁ ବଲାଂଗୀର ସ୍ୱଧାର ଗୃହରେ ରଖା ଯାଇଛି । ସେପଟେ ପୋଲିସ ଏବେବି ଅଧିକ ତଦନ୍ତ ଚଳାଇବା ସହ ଏହାର ମୁକ୍ଷ କିଂ ପୀନ କୁ ଧରିବା ପାଇଁ ତନାଘନା ଜାରି ରଖିଛି ।
ବାଇଟ ଭୀମ ଖରସେଲ ଗ୍ରାମବାସୀ
ବାଇଟ ଶ୍ରୀମନ୍ତ ବାରିକ ଏସ ଡି ପି ଓ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.