ETV Bharat / state

ବିଷାକ୍ତ ଛତୁ ଖାଇ 5 ପିଲା ଅସୁସ୍ଥ

author img

By

Published : Jul 30, 2023, 1:42 PM IST

ବିଷାକ୍ତ ଛତୁକୁ ଖାଇ 5 ଜଣ ନାବାଳକ ଓ ନାବାଳିକା ଅସୁସ୍ଥ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

several minors fell ill after eating mushroom

ବଲାଙ୍ଗୀର: କାଳ ପାଲଟିଲା ବାଡି ଫୁଟିଥିବା ଛତୁ । ବିଷାକ୍ତ ଛତୁକୁ ଖାଇ 5ଜଣ ନାବାଳକ ଓ ନାବାଳିକା ଅସୁସ୍ଥ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଟିଟିଲାଗଡର ଟିଟିଡୁଙ୍ଗୁରିପଡ଼ାରେ । ପାଞ୍ଚ ଜଣଙ୍କ ମଧ୍ୟରେ 4 ଜଣ ନାବାଳକ ଓ ଜଣେ ନାବାଳିକା ରହିଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ଟିଟିଡୁଙ୍ଗୁରି ପଡ଼ାରେ ଜଣଙ୍କ ଘର ବାରି ପଟେ ଥିବା ପାଲ ଗଡାରେ ଛତୁ ଫୁଟିଥିଲା । ଏହି ସମୟରେ ସେଠାରେ ଖେଳୁଥିବା ପିଲା ମାନେ ଛତୁ ତୋଳି ଘରକୁ ନେଇ ଆସିଥିଲେ । ପରେ ରୋଷେଇ କରି ଦିନରେ ଖାଇଥିଲେ । କିନ୍ତୁ କିଛି ଘଣ୍ଟା ପରେ ପେଟରେ ଯନ୍ତ୍ରଣା ହେବା ସହ ସମସ୍ତେ ବାନ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ସଦସ୍ୟ ସମସ୍ତଙ୍କୁ ଉଦ୍ଧାର କରି ଟିଟିଲାଗଡ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । 5 ପିଲାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ଛତୁ ଖାଇ ଗୋଟିଏ ପରିବାରରେ 6 ଜଣ ଅସୁସ୍ଥ, ମେଡିକାଲ ଭର୍ତ୍ତି

କିଛିଦିନ ତଳେ ବିଷାକ୍ତ ଛତୁ ଖାଇ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ପରିବାରର 6 ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ 2 ତାରିଖରେ ବିଷାକ୍ତ ଛତୁ ଖାଇ କେନ୍ଦ୍ରାପଡାର ଗୋଟିଏ ପରିବାରର 9 ଜଣ ଅସୁସ୍ଥ ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ କଇଁକୁଳା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ଜୁଲାଇ 7 ତାରିଖ ଦିନ ଭଦ୍ରକ ଜିଲ୍ଲାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 6 ଜଣ ଅସୁସ୍ଥ ହୋଇପଡିଥିଲେ । ଖିଆପିଆ ସାରିବା ପରେ ସମସ୍ତେ ଶୋଇବାକୁ ପ୍ରସ୍ତୁତ ହେଉଥିଲେ ହେଲେ ଅଚାନକ ସମସ୍ତଙ୍କର ବାନ୍ତି ହେବାକୁ ଲାଗିଲା । ପରେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଖାଇବା ଯୋଗ୍ୟ ଛତୁ ଓ ବିଷାକ୍ତ ଛତୁ ଦେଖିବାକୁ ପ୍ରାୟ ସମାନ ଥିବା ବେଳେ ଅନେକ ସମୟରେ ଅନଭିଜ୍ଞ ଲୋକ ତାକୁ ଏଠି ସେଠୁ ତୋଳି ଖାଇଥାନ୍ତି । ବିଶେଷ କରି ଲୋକେ ଜଙ୍ଗଲ ଓ ବିଲ ଇତ୍ୟାଦିରୁ ଛତୁ ସଂଗ୍ରହ କରିଥାନ୍ତି । ଯାହାର ପ୍ରକାର ଅନେକ ଥିଲେ ମଧ୍ୟ ଲୋକେ ବେଳେ ବେଳେ ବିଷାକ୍ତ ଛତୁ ଖାଇ ଅନେକ ସମୟରେ ମୃତ୍ୟୁ ମୁଖରେ ମଧ୍ୟ ପଡୁଥିବାର ନଜିର ରହିଛି । ତେଣୁ ଛତୁର ପ୍ରକାର ସଠିକ ଭାବରେ ଜାଣିବା ପରେ ତାକୁ ଭଲରେ ଧୋଇ ରୋଷେଇ କରି ଖାଇବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.