ETV Bharat / state

ବାପା ଦେଖିପାରିଲାନି ପୁଅ ବାହାଘର, କପଡା କିଣିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

author img

By

Published : Jan 11, 2023, 1:42 PM IST

ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ 26 ନମ୍ୱର୍ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ ସହ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

balangir road accident
balangir road accident
balangir road accident

ବଲାଙ୍ଗୀର: ଆଉ କିଛି ଦିନ ପରେ ପୁଅର ବାହାଘର ହୋଇଥାନ୍ତା । ନାଚ- ଗୀତ, ହସ-ଖୁସୀରେ କମ୍ପି ଉଠନ୍ତା ପରିବାର । ଏନେଇ ପରିବାର ପକ୍ଷରୁ ବିବାହ ପ୍ରସ୍ତୁତି ମଧ୍ୟ କରିଥିଲା । ହେଲେ ଖୁସି ପୂର୍ବରୁ ପରିବାରରେ ଘୋଟି ଆସିଲା କଳାବାଦଲ । ବାହାଘର ପାଇଁ କପଡ଼ା କିଣି ସ୍କର୍ପିଓ ଗାଡ଼ିରେ ଫେରୁଥିବା ବେଳେ ଅଧାରାସ୍ତାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ଆଜି(ବୁଧବାର) ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ 26 ନମ୍ୱର୍ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ବୁର୍ଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ବଲାଙ୍ଗୀର ପଟକୁ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସ୍କର୍ପିଓରେ ଥିବା ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ଖବରପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହକଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରିଛି ।

ଏହା ମଧ୍ୟ ପଢନ୍ତୁ: Hockey World Cup Opening Ceremony, ଷ୍ଟାଡିୟମକୁ ପାଣି ବୋତଲ ମନା

ତେବେ ମୃତକମାନଙ୍କ ମଧ୍ୟରେ ବଲାଙ୍ଗୀର କଣ୍ଟାବାଞ୍ଜିର ବିଜେଡିର କାର୍ଯ୍ୟକର୍ତ୍ତା କପୂର୍ଚନ୍ଦ ପୁଞ୍ଜି ଓ ନୂଆପଡ଼ା ଖରୀଆରର ଧରମ ଲାଲ ଭୋଇ ବୋଲି ଜଣାପଡ଼ିଛି । ସେହିପରି କପୂର୍ଚନ୍ଦଙ୍କ ପୁଅ ବିବାହ ଥିବା ବେଳେ ଏମାନେ ଏକ ସ୍କର୍ପିଓ ଯୋଗେ ବରଗଡ ଜିଲ୍ଲା ବରପାଲି ବାଲକରି ଗ୍ରାମକୁ କପଡ଼ା କିଣିବାକୁ ଯାଇଥିଲେ । କପଡ଼ା କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେପଟେ ବିଜେଡି ନେତା ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁଙ୍କ ଅତି ନିକଟତର ଥିବା କପୂର୍ଚନ୍ଦ ପୁଞ୍ଜିଙ୍କ ଏହି ଦୁର୍ଘଟଣା ମୃତ୍ୟୁ ଖବର ଆସିବା ପରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଯାଇଛି । ଆୟୁବ ଖାଁ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ, ୨ ମୃତ

ପ୍ରକାଶଥାଉକି ଗତ ୫ ତାରିଖ ଦିନ ବରଗଡ ବୋରିଗୁମ୍ମା 26 ନମ୍ୱର୍ ଜାତୀୟ ରାଜପଥର ବଲାଙ୍ଗୀର ମଧ୍ୟାପାଲି ନିକଟ ବୁଢ଼ୀ ସିନ୍ଦୋଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇଥିଲା ବାଇକ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଯୁବକ ଦ୍ବୟ ବଲାଙ୍ଗୀର ବୁଢ଼ୀ ସିନ୍ଦୋଳ ଗ୍ରାମର ଶତ୍ରୁଘ୍ନ ମହାକୁର ଓ ରାହୁଲ କମ୍ପ ବୋଲି ଜଣା ପଡିଥିଲା। ଦୁର୍ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.