ETV Bharat / state

ଇ-କାର୍ଟ୍ କମ୍ପାନୀର ଭ୍ୟାନ ଲୁଟ ଘଟଣା, 7 ଆନ୍ତଃ ଜିଲ୍ଲା ଡକାୟତ ଗିରଫ

author img

By ETV Bharat Odisha Team

Published : Jan 16, 2024, 2:40 PM IST

Inter-district dacoity gang arrested: ଇ-କାର୍ଟ୍ କମ୍ପାନୀର ଭ୍ୟାନ ଲୁଟ ଘଟଣା । 7 ଆନ୍ତଃ ଜିଲ୍ଲା ଡକାୟତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଅଧିକ ପଢ଼ନ୍ତୁ

ଆନ୍ତଃ ଜିଲ୍ଲା ଡକାୟତ ଗିରଫ
ଆନ୍ତଃ ଜିଲ୍ଲା ଡକାୟତ ଗିରଫ
ସାତ ଆନ୍ତଃ ଜିଲ୍ଲା ଡକାୟତ ଗିରଫ

ବଲାଙ୍ଗୀର: ଇ-କାର୍ଟ୍ କମ୍ପାନୀର ଭ୍ୟାନ ଲୁଟ ଘଟଣା । ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ପୋଲିସ କବଜାରେ 7 ଆନ୍ତଃ ଜିଲ୍ଲା ଡକାୟତ । ଡକାୟତମାନଙ୍କଠାରୁ ବିଦେଶୀ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ କରିଛି ପୋଲିସ । ଡକାୟତମାନଙ୍କୁ ଗିରଫ କରାଯିବା ସହ ସୋମବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ।

ସୂଚନା ଅନୁସାରେ, ଗତ 11 ତାରିଖରେ ଭବାନୀପାଟଣାରୁ ବଲାଙ୍ଗୀର ଦେଇ ନୂଆପଡ଼ା ଯାଉଥିବା ଏକ ଅନଲାଇନ ସାମଗ୍ରୀ ଯୋଗାଉଥିବା ଇ-କାର୍ଟ୍ କମ୍ପାନୀର ଏକ ଭ୍ୟାନକୁ ଟାର୍ଗେଟ କରିଥିଲେ କିଛି ଡକାୟତ । ଏହାପରେ ବଲାଙ୍ଗୀରର ବେଲାପଡ଼ାଠାରେ ଡକାୟତମାନେ ଇ-କାର୍ଟ୍ କମ୍ପାନୀର ଭ୍ୟାନର ଚାଳକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ । ଭ୍ୟାନରେ ଥିବା ସମସ୍ତ ସାମଗ୍ରୀ ଏବଂ ଚାଳକଙ୍କ ମାବାଇଲ ସହ ଭ୍ୟାନକୁ ମଧ୍ୟ ଲୁଟ୍ କରି ଫେରାର ମାରିଥିଲେ । ସେପଟେ ଏହି ଖବର ପାଇବା ପରେ ଡକାୟତମାନଙ୍କୁ ଧରିବା ପାଇଁ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଅପରେସନ ଆରମ୍ଭ କରିଥିଲେ । ତେବେ ଚଢାଉର ମାତ୍ର ଚାରି ଦିନ ମଧ୍ୟରେ ଉକ୍ତ ଡକାୟତମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀରରେ ଆନ୍ତଃରାଜ୍ୟ ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, 6 ଗିରଫ

ଏହା ମଧ୍ୟ ପଢ଼ନ୍ତୁ... ଡକାୟତି ଯୋଜନା ହେଲା ପଣ୍ଡ, ୭ ଆନ୍ତଃଜିଲ୍ଲା ଡକାୟତିଙ୍କୁ ଗିରଫ କଲା ପୋଲିସ

ତେବେ ଏହି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ମୋଟ 7 ଜଣ ଆନ୍ତଃ ଜିଲ୍ଲା ଡକାୟତଙ୍କୁ ସୋମବାର ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କଠାରୁ ଏକ ବିଦେଶୀ ବନ୍ଧୁକ ଜବତ କରିବା ସହ କିଛି 5ଟି ମୋବାଇଲ, ଏକ ବୋଲେରୋ ଭ୍ୟାନ ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବାର ପୋଲିସ କହିଛି । ସେହିପରି ଦୁଇ ଜଣ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ହୋଇଥିବା ବେଳେ ଅନ୍ୟ 5 ଜଣ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଲି ପୋଲିସ ସୂଚନା ଦେଇଛି । ଏହାସହ ଗିରଫ ହୋଇଥିବା ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର କହିଛନ୍ତି ପାଟଣାଗଡ଼ ଥାନା ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.