ବଲାଙ୍ଗୀର: ଜାତୀୟ ରାଜ ପଥରେ ସିରିଜ ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଦେଇ ଯାଇଥିବା 57 ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି । ଏଠିକାର ଜମାସର୍ ଗ୍ରାମ ନିକଟରେ ଦଶରୁ ଅଧିକ ଦୁର୍ବୃତ୍ତ ଏହି ଲୁଟପାତ କରିଥିବାର ଅଭିଯୋଗ ହୋଇଛି।
ବିଶାଖାପାଟଣା ଯାଉଥିବା 4ଟି ଟ୍ରକରୁ ଲକ୍ଷାଧିକ ଟଙ୍କା, ମୋବାଇଲ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ ହୋଇଛି । ଏନେଇ ବଲାଙ୍ଗୀର ପୁଇନ୍ତଳା ଥାନାରେ ଅଭିଯୋଗ ହେବା ପରେ ପୁଇନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାତୀୟ ରାଜପଥରେ ଏପରି ସିରିଜ ଲୁଟ୍ ପୋଲିସର ଚିନ୍ତା ବଢାଇ ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ