ETV Bharat / state

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକ - ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକ । ମୃତ୍ଯୁ ବେଳକୁ ତାଙ୍କୁ 64ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକ

author img

By

Published : Dec 31, 2020, 11:30 AM IST

ବଲାଙ୍ଗୀର:ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 64ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ସମଗ୍ର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ଦୀର୍ଘ କିଛି ଦିନ ହେବ ସାମ୍ବାଦିକ ଶଙ୍କର ପ୍ରସାଦ ଅସୁସ୍ଥ ଥିଲେ । ତାଙ୍କର ଶ୍ବାସକ୍ରିଆରେ ସମସ୍ୟା ରହିଥିଲା । ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 64ବର୍ଷ ବୟସ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକ

ତାଙ୍କ ମରଶରୀର ବଲାଙ୍ଗୀରରେ ପହଞ୍ଚିଲା ପରେ ପ୍ରଥମେ ଜିଲ୍ଲା ସାମ୍ବାଦିକ ଭବନଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥଲା ଓ ପରେ ତାଙ୍କ ବାସଭବନକୁ ନିଆ ଯାଇଥିଲା । ପରେ ବଲାଙ୍ଗୀର ବିଭୁତିପଡା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସାମ୍ବାଦିକ ସ୍ବର୍ଗୀୟ ଶଙ୍କର ପ୍ରସାଦ ମିଶ୍ର ଜଣେ ସାମ୍ବାଦିକ ଓ ସାମ୍ବାଦିକ ସଂଗଠକ ଭାବରେ ବେଶ ଜଣାଶୁଣା ଥିଲେ।

ସେ ଦୈନିକ ‘ଆଶା’ ଖବର କାଗଜରୁ ସାମ୍ବାଦିକତା ଆରମ୍ଭ କରିଥିବା ବେଳେ ଓଡ଼ିଶାର ପ୍ରମୁଖ ସମ୍ବାଦ ସମୟ ଭଳି ବିଭିନ୍ନ ସମ୍ବାଦ ପତ୍ରରେ ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସିଥିଲେ। ସେହପରି ସେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଥିଲେ । ସାମ୍ବାଦିକ କ୍ଷେତ୍ରରେ ତାଙ୍କର କୃତିତ୍ବ ପାଇଁ ସେ ଜାତୀୟ ଓ ରାଜ୍ୟ ସ୍ଥାରୀୟ ସାମ୍ବାଦିକ ସଂଗଠନର ସଭାପତିତ୍ୱ କରି ଆସିଥିଲେ। ତେବେ ତାଙ୍କର ଏପରି ଅକାଳ ବିୟୋଗ ସମଗ୍ର ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.