ETV Bharat / state

ଦ୍ବିତୀୟ ଦିନ ଭୋଟ ଗଣତିରେ ବିଜେଡି ଆଗରେ

author img

By

Published : Feb 27, 2022, 8:35 PM IST

ବଲାଙ୍ଗୀର ଆଗଲପୁର ବ୍ଲକରେ ଗତକାଲିର ଭୋଟ ଗଣତି ଆଜି ଅପରାହ୍ନ ଦୁଇଟାରେ ସରିଥିବାବେଳେ ଆଜିର ଭୋଟ ଗଣତି ସେଥିଯୋଗୁଁ ବିଳମ୍ବରେ ଅର୍ଥାତ୍ 2ଟା 30 ମିନିଟରେ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

ଦ୍ବିତୀୟ ଦିନ ଭୋଟ ଗଣତିରେ ବିଜେଡି ଆଗରେ
ଦ୍ବିତୀୟ ଦିନ ଭୋଟ ଗଣତିରେ ବିଜେଡି ଆଗରେ

ବଲାଙ୍ଗୀର: ଜିଲ୍ଲାରେ ଆଜି(ରବିବାର) ଦ୍ବିତୀୟ ଦିନରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି । ବଲାଙ୍ଗୀରର 14ଟି ଜିଲ୍ଲା ପରିଷଦ ଜୋନରେ ଆଜି(ରବିବାର) ଏହି ଗଣତି ଜାରି ରହିଛି । କେବଳ ବଲାଙ୍ଗୀର ଆଗଲପୁର ବ୍ଲକରେ ଗତକାଲିର ଭୋଟ ଗଣତି ଆଜି ଅପରାହ୍ନ ଦୁଇଟାରେ ସରିଥିବାବେଳେ ଆଜିର ଭୋଟ ଗଣତି ସେଥିଯୋଗୁଁ ବିଳମ୍ବରେ ଅର୍ଥାତ୍ 2ଟା 30 ମିନିଟରେ ଆରମ୍ଭ ହୋଇଥିଲା ।

ଦ୍ବିତୀୟ ଦିନ ଭୋଟ ଗଣତିରେ ବିଜେଡି ଆଗରେ

ତେବେ ଆଜି ମଧ୍ୟ 14ଟି ଜିଲ୍ଲା ପରିଷଦ ଜୋନରୁ ୮ଟିରେ ବିଜେଡି ଆଗୁଆ ରହିଛି । ଜୋନ୍ ନମ୍ବର 21, 6, 34 ଓ 8ରେ ବିଜେପି ଆଗୁଆ ରହିଥିଲା । ସମାନ ଭାବରେ ତୁରେକେଲା ଜୋନ ନମ୍ବର୍ 11ରୁ କଂଗ୍ରେସ ପାର୍ଥୀ ତଥା ମୃତ ମମିତା ମେହେରଙ୍କ ବଡ଼ ବାପା କୌସିକ ମେହେର ଆଗୁଆ ଅଛନ୍ତି । ତେବେ ଗତକାଲିର ଭୋଟ ଗଣତିର ବିଜେଡି ବଲାଙ୍ଗୀରର କଂଗ୍ରେସ ତଥା ବିଜେପି ଗଡରେ ମଧ୍ୟ ସଫଳ ହୋଇ ନିଜ ବାନା ଉଡାଇଛି ।

ଯେଉଁଠି ଗତକାଲି 14ଟି ଜୋନ ମଧ୍ୟରୁ ବିଜେଡି 12ଟିରେ ସଫଳ ହୋଇଥିବାବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସଫଳ ହୋଇଥିଲେ । ତେବେ ଗତକାଲି ଗୋଟିଏ ମାତ୍ର ଆସନରେ ବିଜେପି ପ୍ରାର୍ଥୀ ସୁବୋଦତ୍ତ ମିଶ୍ର ଜୋନ୍ 17ରେ ସଫଳ ହୋଇଥିବାବେଳେ ସେ ଏଥିପାଇଁ ତାଙ୍କ ଲୋକଙ୍କୁ ତଥା ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଆଗକୁ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା, ସ୍ଵାସ୍ଥ୍ୟକାର୍ଡ ଓ କରୋନା ସମୟରେ ଲୋକଙ୍କ ସହ ଛିଡା ହୋଇଥିବା ଏହି ସରକାରଙ୍କ ଉପରେ ଲୋକ ବିଶ୍ବାସ କରିଛନ୍ତି ବୋଲି ବିଜେଡି ନେତା କହିଛନ୍ତି । ଏଥର 34ଟି ଆସନରୁ 30 ଟିରେ ବିଜେଡି ସଫଳ ହେବ ବୋଲି ବିଜେଡି ଦୃଢ ଭାବରେ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.