ETV Bharat / state

ସାଜିଲେ ଉଦାହରଣ: ସରପଞ୍ଚ ହେବା ପରେ ପଞ୍ଚାୟତକୁ କଲେ ଭିକ୍ଷୁକ ମୁକ୍ତ - ଧୁମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ଖବର

ବଲାଙ୍ଗୀରର ପଛୁଆ ଓ ଦାଦନ ପ୍ରବଣ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୁମାଭଟା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ବନମାଳୀ ନାଏକ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଜିତିବା ପରେ ଗାଁକୁ ପ୍ରଥମେ କରିଛନ୍ତି ଭିକ୍ଷୁକ ମୁକ୍ତ । ଅଧିକ ପଢନ୍ତୁ

ସରପଞ୍ଚ ହେବା ପରେ ପଞ୍ଚାୟତକୁ କଲେ ଭିକ୍ଷୁକ ମୁକ୍ତ

author img

By

Published : Apr 10, 2022, 10:41 PM IST

ବଲାଙ୍ଗୀର: ନିର୍ବାଚନ ଆସିଲେ ଅନେକ ପ୍ରତିଶ୍ରୁତି ନେତା ଦେଇ ଜିତିବା ପରେ ସେସବୁକୁ ଭୁଲିଯିବାର ନେତାଙ୍କ ଅଭ୍ୟାସ ଅଛି । ହେଲେ ଏହି ଅଭ୍ୟାସ ଓ ପରମ୍ପରା ଊର୍ଦ୍ଧ୍ବରେ କିଛି ନେତା ସାଜିଛନ୍ତି ଉଦାହରଣ । ଗାଁରୁ ଆରମ୍ଭ କରିଛନ୍ତି ସୁସ୍ଥ ଓ ସେବା ରାଜନୀତିର ପରମ୍ପରା । ଏହିଭଳି ଜଣେ ନିର୍ବାଚିତ ସରପଞ୍ଚ ନିଜ ପଞ୍ଚାୟତକୁ ଏବେ ଭିକ୍ଷୁକ ମୁକ୍ତ କରିବାରେ ସଫଳ ହୋଇଛନ୍ତି । ବଲାଙ୍ଗୀରର ପଛୁଆ ଓ ଦାଦନ ପ୍ରବଣ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୁମାଭଟା ପଞ୍ଚାୟତରେ ଏହା ସମ୍ଭବ କରି ଦେଖାଇଛନ୍ତି ଏଠିକାର ନବ ନିର୍ବାଚିତ ସରପଞ୍ଚ ବନମାଳୀ ନାଏକ ।

ସରପଞ୍ଚ ହେବା ପରେ ପଞ୍ଚାୟତକୁ କଲେ ଭିକ୍ଷୁକ ମୁକ୍ତ

ତେବେ ଏହି ପଞ୍ଚାୟତରେ ୮ଟି ଗ୍ରାମ ଥିବାବେଳେ ଏଠି ୭ ଜଣ ଅତି ଗରିବ ଓ ଅସହାୟ ଲୋକ ପେଟପାଟଣା ପାଇଁ ଭିକ୍ଷାବୃତ୍ତି କରି ଆସୁଥିଲେ । ତେବେ ଗାଁ ଗାଁ ବୁଲି ସରପଞ୍ଚ ବନମାଳୀ ନାଏକ ଏମାନଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କ ଥଇଥାନ କରିବା ପାଇଁ ସବୁ ପଦକ୍ଷେପ ନେବା ସହ ସେମାନଙ୍କୁ ମାଗଣା ଚାଉଳ ବ୍ୟବସ୍ଥା, ଭତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ସବୁ ସରକାରୀ ଯୋଜନାରେ ସାମିଲ କରିଛନ୍ତି ସେ । ଯାହାଫଳରେ ସେମାନେ ଏବେ ଭିକ୍ଷା ବୃତ୍ତି ଛାଡିଛନ୍ତି । ଆଗକୁ ମଧ୍ୟ ସେମାନେ ଭିକ୍ଷା ମାଗିବେ ନାହିଁ ବୋଲି ସରପଞ୍ଚ କହିଛନ୍ତି । ତେବେ ତାଙ୍କର ଏହି ମହତ୍ ପ୍ରୟାସ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ର ସାଜିଛି । ଲୋକ ତାଙ୍କର ସେବା ମନୋବୃତ୍ତିକୁ ପ୍ରଶଂସା କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.