ETV Bharat / state

ବାଲି ମାଫିଆଙ୍କ ଗୁଣ୍ଡାରାଜ; ଆରଆଇଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ

author img

By

Published : Jul 6, 2023, 4:03 PM IST

ବଲାଙ୍ଗୀରରେ ଆରଆଇଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କଲେ ବାଲି ମାଫିଆ । ହାତକୁ କାମୁଡି ମୋବାଇଲ ଛଡାଇ ନେଇ ଜାଳି ଦେଲେ । ଅଧିକ ପଢନ୍ତୁ

ଆରଆଇଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ
ଆରଆଇଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ
ଆରଆଇଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗୀରରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ଆରଆଇଙ୍କୁ ଆକ୍ରମଣ କରିବା ସହ ଟ୍ରାକ୍ଟର ଚଢାଉ ହତ୍ୟା ଉଦ୍ୟମ । ଏପରିକି ଆରଆଇଙ୍କ ହାତକୁ କାମୁଡି ମୋବାଇଲ ଛଡାଇ ନେଇ ଜାଳି ଦେଇଛନ୍ତି ବାଲି ମାଫିଆ । ବଲାଙ୍ଗୀର ଜିଲ୍ଲା ସାଲେଭଟା ମୁରଣ୍ଡ ଠାରେ ଆଜି ବାଲି ମାଫିଆଙ୍କ ଏଭଳି ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଆକ୍ରମଣ ଶିକାର ହୋଇଥିବା ଆରଆଇ ହେଉଛନ୍ତି ସୁଶାନ୍ତ ପଟେଲ । ଆକ୍ରମଣ ସମ୍ପର୍କରେ ସେ ସାଲେଭଟା ଫାଣ୍ଡିରେ ଅଭିଯୋଗ କରିଛନ୍ତି l

ସୂଚନା ଅନୁସାରେ, ଆଜି ସକାଳେ ମୁରଶୁଣ୍ଢ ସ୍ଥିତ ଅଙ୍ଗ ନଦୀ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଆଗଲପୁର ତହସିଲଦାର କୌଣସି ସୂତ୍ରରୁ ଖବର ପାଇଥିଲେ । ଏହାପରେ ଆରଆଇଙ୍କୁ ସେଠାକୁ ଯାଇ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ସଙ୍ଗେ ସଙ୍ଗେ ଦୁଇ ପୋଲିସ କର୍ମଚାରୀଙ୍କ ସହ ବାବୁଫାସଡ଼ର ଆରଆଇ ସୁଶାନ୍ତ ପଟେଲ ସଦଳବଳେ ବାଲିଘାଟକୁ ଯାଇଥିଲେ ଏବଂ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିଥିଲେ । ଏହାସହିତ ଅନ୍ୟ ଦୁଇ ପଥର ବୋଝେଇ ଟ୍ରାକ୍ଟରକୁ ମଧ୍ୟ ସାଲେଭଟା ଫାଣ୍ଡିକୁ ଆଣୁଥିଲେ । ହେଲେ ମୁରଶୁଣ୍ଢ ଗାଁକୁ ଆସିବା ପରେ ବାଲି ବୋଝେଇ ଟ୍ରାକ୍ଟରଟି ଫେରାର ମାରୁଥିଲା । ଯାହାର ମୋବାଇଲ ଭିଡିଓ ରେକର୍ଡ଼ କରିଥିଲେ ଆରଆଇ ।

ଏହାମଧ୍ୟ ପଢନ୍ତୁ: ପୁଣି ମାତିଲେଣି ବାଲି ମାଫିଆ, ବେଆଇନ ବାଲି ଚାଲାଣକୁ ନେଇ ଉତ୍ତେଜନା

ଏଥିରେ ରାଗି ଯାଇ ବାଲି ମାଫିଆମାନେ ଆରଆଇଙ୍କ ଉପରକୁ ଟ୍ରାକଟର ଚଢ଼ାଇ ମାରି ଦେବା ଉଦ୍ୟମ କରିଥିଲେ । ଏହାସହ ତାଙ୍କୁ କାମୁଡି ହାତରୁ ମୋବାଇଲ ଛଡ଼ାଇ ନେଇ ଜାଳି ଦେଇଥିଲେ । ଏଥିରେ ଆହତ ଆରଆଇ ଡୁଙ୍ଗୁରିପାଲି ମେଡିକାଲରେ ଚିକିତ୍ସିତ ହେବା ପରେ ସାଲେଭଟା ଫାଣ୍ଡିରେ ଅଭିଯୋଗ କରିଛନ୍ତି l ସେ ଟ୍ରାକ୍ଟର ଡ୍ରାଇଭର ଶେଷ ରାଉତ ଓ ମାଲିକ ସନ୍ତୋଷ ପ୍ରଧାନଙ୍କ ନାଁ ଥାନାରେ ଏତଲା ଦେଇଛନ୍ତି । ତାଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ବାଲି ମାଫିଆମାନେ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି ।

ଏହା ପ୍ରଥମ ଘଟଣା ନୁହେଁ, ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ମଧ୍ୟ ବାଲି ମାଫିଆମାନେ ଜଣେ ଅତିରିକ୍ତ ତହସିଲଦାର ଓ ଆଉ ଜଣେ ଆରଆଇଙ୍କୁ ଆକ୍ରମଣ କରିଥିଲେ । ଏହି ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଛି । ଏଥିପାଇଁ ବିଭିନ୍ନ ସମୟରେ ଲୋକେ ହଇରାଣ ହେଉଛନ୍ତି । ବିଳମ୍ବିତ ରାତିରେ ବାଲି ମାଫିଆ ସକ୍ରିୟ ହେଉଥିବା ବେଳେ ଅଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ପହଞ୍ଚିଲେ ସେମାନଙ୍କୁ ଆକ୍ରମଣ ହେଉଛି । ତେଣୁ ଏଭଳି ବାଲି ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.