ETV Bharat / state

36 ଫୁଟ ଉଚ୍ଚତାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନିଆରା ବାଲୁକା କଳାକୃତି - ନେତାଜୀ ସୁବାଷ ବୋଷଙ୍କ 126 ତମ ଜନ୍ମ ବାର୍ଷିକୀ

ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ନିଆରା କଳାକୃତି । 36 ଫୁଟ ଉଚ୍ଚତାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବାଲୁକା କଳା ତିଆରି କରିଛନ୍ତି । ଅଧିକ ପଢ଼ନ୍ତୁ

sand artist om prakash
ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ନିଆରା କଳାକୃତି
author img

By

Published : Jan 15, 2023, 9:34 AM IST

ସୁବାଷ ଚନ୍ଦ୍ର ବୋଷଙ୍କ ନିଆରା ବାଲୁକା କଳାକୃତି

ବଲାଙ୍ଗୀର: ନିଜ ନିଆରା କଳାକୃତି ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ । ନେତାଜୀ ସୁବାଷ ବୋଷଙ୍କ 126 ତମ ଜନ୍ମ ବାର୍ଷିକୀରେ ସେ 36 ଫୁଟ ଉଚ୍ଚର ବାଲୁକା କଳା ତିଆରି କରିଛନ୍ତି । ଯେଉଁଥିରେ ସୁବାସ ବୋଷଙ୍କ ଭାସ୍କର୍ଯ୍ୟ କଳା ଦର୍ଶକଙ୍କ ମନ ମୋହୁଛି । ତେବେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲ ନଦୀ ମୁହାଣ ପେଣ୍ଡି ମୁଣ୍ଡି ଘାଟରେ ସେ ଏହି ବିରାଟ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Silk City Festival: ସିଲ୍କସିଟି ମହୋତ୍ସବ ଉଦଘାଟିତ, 5ଦିନ ଧରି ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଗୁଡ଼ଭେଲା ବିଡ଼ିଓ ଗଣେଶ୍ୱର ଭୋଇ ଓ ବଲାଙ୍ଗୀର ଡେପୁଟି ଜିଲ୍ଲାପାଳ ଏହି କଳାର ଉଦଘାଟନ କରିଛନ୍ତି । ସୁବାଷ ବୋଷଙ୍କ 126 ତମ ଜନ୍ମ ବାର୍ଷିକୀ ଓ ମକର ମେଳା ପାଇଁ ଓମ୍ ପ୍ରକାଶ ସାହୁ ଏହି କଳା ତିଆରି କରିଛନ୍ତି । ଏଥିରେ ନେତାଜୀ ସୁବାଷ ବୋଷଙ୍କ ସଂଗ୍ରାମ ତଥା ତାଙ୍କ କାର୍ଯ୍ୟକୁ ସେ କଳା ମାଧ୍ୟମରେ ଜୀବନ୍ତ କରିବାକୁ ପ୍ରୟାସ କରିଛନ୍ତି । ସେହିପରି ଏବେ ଏଠି ମକର ମେଳା ଚାଲିଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଜମିଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟପାଳଙ୍କୁ ବକ୍ତବ୍ୟକୁ ନିନ୍ଦା କଲା ଜଗନ୍ନାଥ ସେନା, ପୁରୀରେ ପ୍ରତିବାଦ

ଚିତ୍ରକର ତଥା ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ଏଠି ପୂର୍ବରୁ 26 ଫୁଟର ବାଲୁକା କଳା ତିଆରି କରି ଚର୍ଚ୍ଚାରେ ଥିଲେ । ଏବେ ପୁଣି 36 ଫୁଟର କଳା ପ୍ରସ୍ତୁତ କରି ସେ ପୁଣି ଚର୍ଚ୍ଚାରେ ଆସିଛନ୍ତି । ବାଲିରେ ତିଆରି ଏହି କଳାକୃତିକୁ ଲୋକ ଦେଖି ଖୁବ୍ ଉପଭୋଗ କରିବା ସହ ସୁବାଷ ବୋଷଙ୍କ ଜୀବନୀ ଉପରେ ମଧ୍ୟ ସେମାନେ ଜ୍ଞାନ ଆହରଣ କରିବେ ବୋଲି ଓମ୍ ପ୍ରକାଶ ସାହୁ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.