ETV Bharat / state

ସାନ ପୁଅ ସମରେନ୍ଦ୍ରକୁ ଟିକେଟ୍ ମିଳିବା ଏକପ୍ରକାର ସ୍ପଷ୍ଟ: ନରସିଂହ

author img

By ETV Bharat Odisha Team

Published : Oct 15, 2023, 10:56 PM IST

ନରସିଂହଙ୍କ ବଦଳରେ ତାଙ୍କ ତାଙ୍କ ସାନ ପୁଅ ହେବେ କଂଗ୍ରେସ ପାର୍ଥୀ । ଏନେଇ ସ୍ପଷ୍ଟ କରିବା ସହ ପୁଅ ପ୍ରତି ବିପୁଳ ଜନସମର୍ଥନ ଥିବା କହିଛନ୍ତି ନରସିଂହ ମିଶ୍ର । ଅଧିକ ପଢନ୍ତୁ

samarendra mishra will contest assembly polls
ବଲାଙ୍ଗୀର କଂଗ୍ରେସର ମଙ୍ଗ ଧରିବେ ସମରେନ୍ଦ୍ର
ବଲାଙ୍ଗୀର କଂଗ୍ରେସର ମଙ୍ଗ ଧରିବେ ସମରେନ୍ଦ୍ର

ବଲାଙ୍ଗୀର: ନରସିଂହଙ୍କ ବଦଳରେ ତାଙ୍କ ତାଙ୍କ ସାନ ପୁଅ ହେବେ କଂଗ୍ରେସ ପାର୍ଥୀ । ଏନେଇ ସ୍ପଷ୍ଟ କଲେ ନରସିଂହ ମିଶ୍ର । ଟିକେଟ୍ ମିଳିବା ନେଇ ହାଇକମାଣ୍ଡଙ୍କ ଉପରେ ଆଶାବାଦୀ ଥିବା କହିଛନ୍ତି ନରସିଂହ । ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ନେତା ପୂର୍ବରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହି ଆସୁଥିଲେ । ତାଙ୍କ ପରେ ଆଉ କିଏ ବଲାଙ୍ଗୀର କଂଗ୍ରେସର ମଙ୍ଗ ଧରିବ ସେନେଇ ଆଲୋଚନା ହୋଇଆସୁଥିଲା । ନରସିଂହଙ୍କ ବଦଳରେ ତାଙ୍କ ପୁଅ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହୋଇ ଆସୁଥିବାବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ତେବେ ନରସିଂହଙ୍କ ବଦଳରେ ତାଙ୍କ ସାନ ପୁଅ ଅମରେନ୍ଦ୍ର ମିଶ୍ର କଂଗ୍ରେସ ପାର୍ଥୀ ହେବେ ବୋଲି ସେ କହିଛନ୍ତି । ତେବେ ହାଇକମାଣ୍ଡ ଉପରେ ସବୁ ନିଷ୍ପତ୍ତି ଥିବାବେଳେ ଟିକେଟ୍ ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମିଳିବ ବୋଲି ଆଶାବାଦୀ ଅଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି, "ବଲାଙ୍ଗୀରବାସୀ ମଧ୍ୟ ସମରେନ୍ଦ୍ରଙ୍କୁ ଗ୍ରହଣ କରିବେ ବୋଲି ଆଶା ରହିଛି । କଂଗ୍ରେସ ପଦଯାତ୍ରାରେ ସମରେନ୍ଦ୍ର ଅହେତୁକ ସମର୍ଥନ ମିଳୁଛି । ଏପରିକି ଆଜି ବଲାଙ୍ଗୀର ସକମା ଠାରୁ ଫାସଡ ପର୍ଯ୍ୟନ୍ତ ହୋଇଥିବା ପଦଯାତ୍ରାରେ ହଜାର ହଜାର ଲୋକ ସାମିଲ ହେବା ଏହାର ପ୍ରମାଣ ।"

ସେପଟେ ସମରେନ୍ଦ୍ର ମିଶ୍ର କହିଛନ୍ତି, "ମୁଁ କଂଗ୍ରେସ ଦଳରେ ଅଛି । ଦଳର ନିଷ୍ପତ୍ତି ଅନୁସାରେ, ଗତ 2019ରେ ସାଂସଦ ଭାବରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲି । ଏବେ ପୁଣି ବିଧାୟକ ପାଇଁ ଦଳ ଟିକେଟ ଦେବ ବୋଲି ଆଶା ରହିଛି । ବଲାଙ୍ଗୀର ବିକାଶ ପଛରେ କାହାର ହାତ ଅଛି ତାହା ଲୋକେ ଜାଣିଛନ୍ତି । ପୂର୍ବରୁ ଏଠି ରାଜନୀତି କହିଲେ ଗୋଟିଏ ରାଜା ଘରେ ସୀମିତ ଥିଲା ଏବଂ ରାଜନୀତି ଏଠି ସୁପ୍ତ ଅବସ୍ଥାରେ ଥିଲା ।" ତେବେ ତାଙ୍କ ବାପା ରାଜନୀତିକୁ ଆସିବା ଓ ନିର୍ବାଚନ ଜିତିବା ପରେ ବିକାଶ ହୋଇଥିବା କହିଛନ୍ତି ସମରେନ୍ଦ୍ର। ତେଣୁ ଲୋକଙ୍କ ହକ୍ ପାଇଁ ସେ ଲଢ଼ିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ନରସିଂହ ନୁହେଁ, ପୁଅ ସମରେନ୍ଦ୍ର ମିଶ୍ର ଲଢିବେ ନିର୍ବାଚନ: ପିସିସି ସଭାପତି

ତେବେ ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ଦିଲ୍ଲୀରେ ଏମବିଏ ପରେ ବିଦେଶରେ ପାଠ ପଢିଥିଲେ । ଏହାପରେ ବଲାଙ୍ଗୀର ଫେରି ତାଙ୍କର ପାରିବାରିକ ବ୍ୟବସାୟ 'ଓଭୋ ଫାର୍ମ'ରେ ନିଜକୁ ନିୟୋଜିତ କରିଥିଲେ । ସେହିପରି ବ୍ୟବସାୟରେ ବେଶ ସଫଳ ଥିବା ସମରେନ୍ଦ୍ର ମିଶ୍ର ପରେ ବାପାଙ୍କ ତତ୍ତ୍ବାବଧାନରେ କଂଗ୍ରେସରେ ଯୋଗଦାନ କରିଥିଲେ। ଏହାସହ ସେ ଏଆଇସିସି ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଥିଲେ । ସେହିପରି ସେ ଅନ୍ୟ ଜିଲ୍ଲାର କଂଗ୍ରେସ ପର୍ଯ୍ୟବେକ୍ଷକ ଭାବରେ ମଧ୍ୟ ଏବେ ନିୟୋଜିତ ହୋଇଛନ୍ତି । ତେବେ ଗତ ସଂସଦ ନିର୍ବାଚନରେ ସେ ବଲାଙ୍ଗୀରୁ କଂଗ୍ରେସ ପାର୍ଥୀ ହୋଇଥିଲେ । ବର୍ତ୍ତମାନ ସେ ବିଧାୟକ ପାର୍ଥୀ ଭାବରେ ନିଜକୁ ପ୍ରସ୍ତୁତ କରିଥିବାବେଳେ ବର୍ତ୍ତମାନ ଦଳ ତାଙ୍କୁ ଏହି ଦାୟିତ୍ୱ ଓ ପଦ ଦେଉଛି କି ନାହିଁ ତାହା ଆଗକୁ ସ୍ପଷ୍ଟ ହେବ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.