ETV Bharat / state

ଶୁକ୍ରବାର ରିଲିଜ ହେଲା ‘ଶଲା ବୁଢାର ବଦଲା’ - sala budha ra badla cinema released

ଜଣାଶୁଣା ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନୂଆ ସିନେମା ‘ଶଲା ବୁଢାର ବଦଲା’ ଶୁକ୍ରବାର ରିଲିଜ ହୋଇଛି। ଭିନ୍ନ ଏକ କାହାଣୀ ତଥା ଲୋକ ସଂସ୍କୃତିକୁ ନେଇ ତିଆରି ଏହି ସିନେମା ବେଶ ସଫଳ ଓ ଲୋକପ୍ରିୟ ହେବ ବୋଲି ସମସ୍ତେ ଆଶା କରିଛନ୍ତି ।

sala budha ra badla
ଶୁକ୍ରବାର ରିଲିଜ ହେଲା ‘ଶଲା ବୁଢାର ବଦଲା’
author img

By

Published : Jan 18, 2020, 6:45 AM IST

ବଲାଙ୍ଗୀର: ଜଣାଶୁଣା ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନୂଆ ସିନେମା ‘ଶଲା ବୁଢାର ବଦଲା’ ଶୁକ୍ରବାର ରିଲିଜ ହୋଇଛି । ଭିନ୍ନ ଏକ କାହାଣୀ ତଥା ଲୋକ ସଂସ୍କୃତିକୁ ନେଇ ତିଆରି ଏହି ସିନେମା ବେଶ ସଫଳ ଓ ଲୋକପ୍ରିୟ ହେବ ବୋଲି ସମସ୍ତେ ଆଶା କରିଛନ୍ତି ।

ଶୁକ୍ରବାର ରିଲିଜ ହେଲା ‘ଶଲା ବୁଢାର ବଦଲା’

ଏହି ସିନେମାରେ ମୁଖ୍ୟ ଭୂମିକାରେ 90 ବର୍ଷୀୟ ଅଟଳ ବିହାରୀ ପଣ୍ଡା ଥିବାବେଳେ ବାକି ସବୁ ନବାଗତା ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ସେମାନେ ଖୁବ ପରିଶ୍ରମ କରିଥିବାବେଳେ ଲୋକେ ତାଙ୍କ ଅଭିନୟକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି । ସେହିପରି ଏହି ସିନେମାରେ ଡ୍ରାମା, କମେଡି ଓ ସୁନ୍ଦର କାହାଣୀ ଲୋକ ପସନ୍ଦ କରିବେ ବୋଲି ଏମାନେ କହିଛନ୍ତି। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦେଶକ ତଥା ଗାୟକ ପଙ୍କଜ ଜାଲ। ସେ ମଧ୍ୟ ଏହି ସିନେମାର ଗୀତ ଲୋକଙ୍କ ମନକୁ ଛୁଇଁ ସାରିଥିବାର କହିଛନ୍ତି। ତେବେ ସବୁଲୋକ ନିଜ ପରିବାର ସହ ଏହି ସିନେମା ଦେଖନ୍ତୁ ଓ କଳା ତଥା କଳାକାରଙ୍କୁ ଉତ୍ସାହିତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।

ସିନେମା ନିର୍ଦ୍ଦେଶକ ସବ୍ୟସାଚୀଙ୍କ କୋଶଳୀ ସିନେମା ଭୂଖା ଓ ଆଦିମ ବିଚାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ଆଦୃତ ହୋଇଥିଲା । ତେଣୁ ଏହି ସିନେମା ମଧ୍ୟ ସମାନ ଭାବରେ ସଫଳ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ତେବେ ଶୁକ୍ରବାର ଏହି ସିନେମାର ରିଲିଜକୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଦଘାଟନ କରିବା ସହ ସିନେମାକୁ ଶେଷ ପର୍ଯ୍ୟନ୍ତ ଦେଖିଥିଲେ । ତେବେ ନିଜ ପ୍ରତିକ୍ରିୟାରେ ସେ ଏହି ସିନେମା ଗାନ୍ଧୀବାଦର ସୁନ୍ଦର ସନ୍ଦେଶ ଦେଉଥିବାର କହିଥିବାବେଳେ ଏହା ସବୁଠି ଲୋକପ୍ରିୟ ହେବ ବୋଲି କହିଛନ୍ତି । ସେହିପରି ଏହି ସିନେମା ସମାଜରେ ଭାଇଚାରା ବଜାୟ ରଖିବାରେ ମଧ୍ୟ ସହାୟକ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଜଣା ଶୁଣା ସିନେମା ନିର୍ମାତା ତଥା ନିର୍ଦେଶକ ସବ୍ୟସାଚୀ ମହାପତ୍ରଙ୍କ ନୂଆ ସିନେମା ସଲାବୁଢ଼ା ବଦଳା ଆଜି ରିଲିଜ ହୋଇଛି। ଭିନ୍ନ ଏକ କାହାଣୀ ତଥା ଲୋକ ସଂକୃତି କୁ ନେଇ ତିଆରି ଏହି ସିନେମା ବେଶ ସଫଳ ଓ ଲୋକ ପ୍ରିୟ ହେବ ବୋଲି ସମସ୍ତେ ଆଶା ବାଦି ଅଛନ୍ତି ।

Body:ଜଣା ଶୁଣା ସିନେମା ନିର୍ମାତା ତଥା ନିର୍ଦେଶକ ସବ୍ୟସାଚୀ ମହାପତ୍ରଙ୍କ ନୂଆ ସିନେମା ସଲାବୁଢ଼ା ବଦଳା ଆଜି ରିଲିଜ ହୋଇଛି। ଭିନ୍ନ ଏକ କାହାଣୀ ତଥା ଲୋକ ସଂକୃତି କୁ ନେଇ ତିଆରି ଏହି ସିନେମା ବେଶ ସଫଳ ଓ ଲୋକ ପ୍ରିୟ ହେବ ବୋଲି ସମସ୍ତେ ଆଶା ବାଦି ଅଛନ୍ତି । ଏହି ସିନେମାରେ ମୁଖ୍ୟ ଭୂମିକାରେ 90 ବର୍ଷିଆ ଅଟଳ ବିହାରୀ ପଣ୍ଡା ଥିବା ବେଳେ ବାକି ସବୁ ନବାଗତା ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ଯେଉଁ ମାନେ ଏହି ସିନେମାରେ ଖୁବ ପରିଶ୍ରମ କରିଥିବା ବେଳେ ଲୋକେ ତାଙ୍କ ଅଭିନୟକୁ ପସନ୍ଦ କରିବେ ବୋଲି ଏମାନେ ଆଶା ବାଦୀ ଅଛନ୍ତି। ସେହିପରି ଏହି ସିନେମାରେ ଡ୍ରାମା, କମେଡି ଓ ସୁନ୍ଦର କାହାଣୀ ଲୋକ ପସନ୍ଦ କରିବେ ବୋଲି ଏମାନେ କହିଛନ୍ତି। ତେବେ ଏହି ସିନେମାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦେଶକ ତଥା ଗାୟକ ପଙ୍କଜ ଜାଲ। ଏବଂ ସେ ମଧ୍ୟ ଏହି ସିନେମାର ଗିତ ଲୋକଙ୍କ ମନକୁ ଛୁଇଁ ସାରିଥିବାର କହିଛନ୍ତି। ତେବେ ସବୁ ଲୋକ ନିଜ ପରିବାର ସହ ଏହି ସିନେମା ଦେଖନ୍ତୁ ଓ କଲା ତଥା କଳାକାରଙ୍କୁ ଉତ୍ସାହିତ କରନ୍ତୁ ବୋଲି ଅପିଲ କରିଛନ୍ତି ।
ବାଇଟ ଚନ୍ଦନ ସିଂ ଅଭିନେତ୍ରୀ
ବାଇଟ ପଙ୍କଜ ଜାଲ ସଙ୍ଗୀତ ନିର୍ଦେଶକ
ସିନେମା ନିର୍ଦେଶକ ସବ୍ୟସାଚୀ ଙ୍କ କୋଷଲି ସିନେମା ଭୂଖା ଓ ଆଦିମ ବିଚାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ବେଶ ଆଦୃତ ହିଇଥିଲା । ଏବଂ ଏହି ସିନେମା ମଧ୍ୟ ସମାନ ଭାବରେ ସଫଳ ହେବ ବୋଲି ସମସ୍ତେ ଆଶା ବାଦୀ ଅଛନ୍ତି। ତେବେ ଆଜି ଏହି ସିନେମାର ରିଲିଜ କୁ ବଲାଂଗୀର ବିଧାୟକ ନରସିଂହ ମିଶ୍ର ଉଦ୍ଘାଟନ କରିଥିଲେ। ଏବଂ ସିନେମାକୁ ଶେଷ ପର୍ଯ୍ୟନ୍ତ ଦେଖି ଥିଲେ । ତେବେ ନିଜ ପ୍ରତିକ୍ରିୟାରେ ସେ ଏହି ସିନେମା ଗାନ୍ଧୀ ବାଦ ର ସୁନ୍ଦର ସନ୍ଦେଶ ଦେଉ ଥିବାର କହିଥିବା ବେଳେ ଏହା ସବୁଠି ଲୋକପ୍ରିୟ ହେବ ବୋଲି କହିଥିଲେ । ସେହିପରି ଏହି ସିନେମା ସମାଜରେ ଭାଇଚାରା ବଜାୟ ରଖିବାରେ ମଧ୍ୟ ସହାୟକ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।
ବାଇଟ ନାରାଶିଙ୍ଘ ମିଶ୍ର ବିଧାୟକ ବଲାଂଗୀର

Conclusion:ତେବେ ଆଗକୁ ଏହି ସିନେମାକୁ ଲୋକ କେତେ ପସନ୍ଦ କରୁଛନ୍ତି ଏହା କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.