ETV Bharat / state

ନୂଆଖାଇରେ ଅଘଟଣ, ନିଆଁରେ ପୋଡି ହୋଇ ମହିଳା ମୃତ - burnt in fire

ବଲାଙ୍ଗୀର ପାଟଣାଗଡ଼ ଅନ୍ତର୍ଗତ ପଣ୍ଡରୀ ପାଣି ଗ୍ରାମରେ ନୂଆଖାଇରେ ରୋଷେଇ କରିବାକୁ ଯାଇ ନିଆଁ ରେ ପୋଡି ଜଣେ ମହିଳାଙ୍କ ମୃତ୍ୟୁ ।

Sad Incident in Nuankhai, woman death in hospital after burnt in fire
ନୂଆଁଖାଇରେ ଅଘଟଣ, ନିଆଁରେ ପୋଡି ହୋଇ ମହିଳା ମୃତ
author img

By

Published : Aug 24, 2020, 9:22 PM IST

ବଲାଙ୍ଗୀର: ନୂଆଖାଇରେ ଅଘଟଣ । ରୋଷେଇ କରିବାକୁ ଯାଇ ନିଆଁ ରେ ପୋଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ପାଟଣାଗଡ଼ ଅନ୍ତର୍ଗତ ପଣ୍ଡରୀ ପାଣି ଗ୍ରାମରେ ।

Sad Incident in Nuankhai, woman death in hospital after burnt in fire

ଏହି ଗ୍ରାମର ସରୁମଟି ଧାରୁଆ ନିଜ ଘରେ ନୂଆଖାଇ ପାଇଁ ରୋଷେଇ କରିବାକୁ ଯାଇଥିବା ବେଲେ ଗ୍ୟାସ୍ ରୁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ପାଟଣାଗଡ଼ ପୋଲିସ ଏହାର ତଦନ୍ତ କରୁଥିବା ବେଳେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ।

ବଲାଙ୍ଗୀରରୁ ସେକ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.