ETV Bharat / state

ବଲାଙ୍ଗୀରରେ ଗୁଜବ, ବନ୍ଦ ହେବ କି ଦୋକାନ ବଜାର... - ବଲାଙ୍ଗୀରରେ ଗୁଜବ

ବଲାଙ୍ଗୀରରେ ଲୋକଙ୍କୁ କୋରୋନା ଡରାଉଥିବାବେଳେ ଏବେ ବିଭିନ୍ନ ଗୁଜବ ଲୋକଙ୍କୁ ହଇରାଣ କରିଛି । ଏହିପରି କୋରୋନା ଯୋଗୁଁ ବଲାଙ୍ଗୀରରେ ଦୋକାନ ବଜାର ସବୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାର ଗୁଜବ ଲୋକଙ୍କ ମଧ୍ୟରେ ବ୍ୟାପିଛି । ଅଧିକ ପଢନ୍ତୁ...

Rumors in Balangir that the shop market will be closed
ବଲାଙ୍ଗୀରରେ ଗୁଜବ, ବନ୍ଦ ହେବ କି ଦୋକାନ ବଜାର...
author img

By

Published : Apr 24, 2021, 10:51 PM IST

ବଲାଙ୍ଗୀର: କୋରୋନା ସମୟରେ ଲୋକେ ଭୟଭୀତ ଥିବାବେଳେ ଏବେ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ ବଜାର ବନ୍ଦ ହେବାର ଗୁଜବ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଥିବାବେଳେ ଲୋକେ ସବୁ ଦୋକାନ ବଜାରରେ ପ୍ରବଳ ଭିଡ଼ କରୁଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବଲାଙ୍ଗୀର ବଣିକ ସଂଘ ।

ବଲାଙ୍ଗୀରରେ ଗୁଜବ, ବନ୍ଦ ହେବ କି ଦୋକାନ ବଜାର...

ବଲାଙ୍ଗୀରରେ ଲୋକଙ୍କୁ କୋରୋନା ଡରାଉଥିବାବେଳେ ଏବେ ବିଭିନ୍ନ ଗୁଜବ ଲୋକଙ୍କୁ ହଇରାଣ କରିଛି । ଏହିପରି କୋରୋନା ଯୋଗୁଁ ବଲାଙ୍ଗୀରରେ ଦୋକାନ ବଜାର ସବୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାର ଗୁଜବ ଲୋକଙ୍କ ମଧ୍ୟରେ ବ୍ୟାପିଛି । ଯାହା ଫଳରେ ଲୋକମାନେ ଏବେ ସବୁ ଦୋକାନ ବଜାରରେ ପ୍ରବଳ ଭିଡ଼ ଜମାଉଛନ୍ତି । ଏବଂ ଆବଶ୍ୟକୀୟ ସାମଗ୍ରୀ କିଣୁଛନ୍ତି ।

ଅନ୍ୟପଟେ କୋରୋନା ଯୋଗୁଁ ବଲାଙ୍ଗୀରର ଟିଟିଲାଗଡ ଓ ପାଟଣାଗଡ଼ରେ ବଣିକ ସଂଘ ସାତ ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିଛନ୍ତି । ତେବେ ଏହିଭଳି ବଲାଙ୍ଗୀରରେ ମଧ୍ୟ ଦୋକାନ ବଜାର ବନ୍ଦ ହେବ ବୋଲି ଲୋକଙ୍କ ମଧ୍ୟରେ ଗୁଜବ ବ୍ୟାପିଛି । ସେପଟେ ଏହାକୁ ନେଇ ବଲାଙ୍ଗୀର ବଣିକ ସଂଘ ତାର ମତ ସ୍ପଷ୍ଟ କରିଛି । ଏବଂ ଏଠି ବିଭିନ୍ନ ସ୍ଥରରେ ବଣିକ ସଂଘର ବୈଠକ ବସିଥିବାବେଳେ ଦୋକାନ ବଜାର ବନ୍ଦ ନ କରିବାର ନିଷ୍ପତ୍ତି ହୋଇଛି ।

ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରି ଏଠି ସବୁ ଖୋଲା ରହିବ ବୋଲି ବଣିକ ସଂଘ ସ୍ପଷ୍ଟ କରିଛି । ସେହିପରି ସରକାର କିମ୍ବା ପ୍ରଶାସନର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ବଣିକ ସଂଘ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.