ETV Bharat / state

ଟ୍ରେନ ଆଗକୁ ଡେଇଁଲେ ଯୁବକ, ମରଣ ମୁହଁରୁ ଟାଣି ଆଣିଲେ ଆରପିଏଫ ଯବାନ - ଆରପିଏଫ ଯବାନ ସମ୍ବିତ ସାହୁ

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ମରଣ ମୁହଁରୁ ଟାଣି ଆଣି ଚର୍ଚ୍ଚାରେ ବଲାଙ୍ଗୀରର ଆରପିଏଫ ଯବାନ । ଅଧିକ ପଢନ୍ତୁ

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Jan 19, 2023, 10:54 AM IST

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର: ଦେବଦୂତ ସାଜିଲେ ଆରପିଏଫ ଯବାନ । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଲେ । ନିଜ ଜୀବନକୁ ବାଜି ଲଗାଇ ଯୁବକଙ୍କ ଜୀବନ ରକ୍ଷା କରିବା ପାଇଁ ଏବେ ଏହି ଯବାନଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏହି ଆରପିଏଫ ଯବାନ ହେଉଛନ୍ତି ସମ୍ବିତ କୁମାର ସାହୁ । ସେ ବଲାଙ୍ଗୀର ରେଳ ଷ୍ଟେସନରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି ।

ସୂଚନା ମୁତାବକ, ଏହି ଆରପିଏଫ ଯବାନ ବଲାଙ୍ଗୀର ରେଳ ଷ୍ଟେସନରେ ରାତି ଡ୍ୟୁଟି କରୁଥିଲେ । ଭୋର ସମୟରେ ଷ୍ଟେସନର ଏକ ନମ୍ୱର୍ ପ୍ଲାଟଫର୍ମରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବସିଥିବାର ସେ ଦେଖିଥିଲେ । ଏହି ସମୟରେ ସମ୍ବଲପୁର ପଟୁ ଏକ ମାଲଗାଡି ବଲାଙ୍ଗୀର ରେଳ ଷ୍ଟେସନ ଦେଇ ଆସୁଥିଲା । ଏହାଦେଖି ଯୁବକ ଜଣକ ହଠାତ୍ ପ୍ଲାଟଫର୍ମରୁ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ଯାହାଫଳରେ ସେହି ଯୁବକ ଉପରେ ନଜର ରଖିଥିବା ଆରପିଏଫ ଯବାନ ସମ୍ବିତ ତ୍ବରିତ ପଦକ୍ଷେପ ନେଇଥିଲେ । ସେ ନିଜ ଜୀବନକୁ ବାଜି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଟ୍ରେନ ଟ୍ରାକରୁ ଟାଣି ଆଣିଥିଲେ । ଏହି ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ପରେ ସଂପୃକ୍ତ ଯୁବକ ଜଣକ ବଲାଙ୍ଗୀର ବିଷ୍ଣୁମୁଣ୍ଡା ପଡ଼ାର ବିଶିକେଶନ ନାଏକ ବୋଲି ଜଣାପଡିଥିଲା । ଏହାପରେ ଆରପିଏଫ ପୋଲିସ ପରିବାର ଲୋକଙ୍କୁ ଡାକି ସଂପୃକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛି । ତେବେ ନିଜ ଜୀବନକୁ ଖାତିର ନ କରି ଆରପିଏଫ ଯବାନଙ୍କ ଏହି ସାହସିକତା ପାଇଁ ଏବେ ସବୁଠୁ ପ୍ରଶଂସାର ସୁଅ ଛୁଟିଛି । ଏହାକୁ ନେଇ ସମ୍ବିତ ସାହୁ କହିଛନ୍ତି, ଯୁବକଙ୍କ ଉପରେ ସନ୍ଦେହ ହେବାରୁ ସେ ସିସିଟିଭିରେ ତାଙ୍କର ଗତିବିଧି ଯାଞ୍ଚ କରିଥିଲେ । ଫଳରେ ଠିକ୍ ସମୟରେ ସେ ତାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ଏହା ତାଙ୍କର କାର୍ଯ୍ୟ ପରିସର ଭିତରେ ଆସୁଥିଲେ ସୁଦ୍ଧା ସେ ଜଣଙ୍କ ଜୀବନ ବଞ୍ଚାଇ ପାରିଥିବାରୁ ବେଶ୍ ଖୁସି ଥିବାର କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.