ETV Bharat / state

Panchayat Poll: ନିର୍ବାଚନ ମୈଦାନରେ ରକ୍‌ଷ୍ଟାର ଋକୁ ସୁନା - ସମିତି ସଭ୍ୟ ରକଷ୍ଟାର ଋକୁ ସୁନା

ବଲାଙ୍ଗୀରର ଚର୍ଚ୍ଚିତ ଗାୟକ ତଥା ରକଷ୍ଟାର ଋକୁ ସୁନା ମଧ୍ୟ ଏଥର ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ନିର୍ବାଚନ ମଇଦାନରେ ରକଷ୍ଟାର ଋକୁ ସୁନା

author img

By

Published : Feb 7, 2022, 9:42 PM IST

ବଲାଙ୍ଗୀର: ବଲାଙ୍ଗୀରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ତାତି ଜୋର୍ ଧରିଛି । ବିଭିନ୍ନ ବର୍ଗରୁ ପ୍ରାର୍ଥୀ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଯାହାଙ୍କର ବ୍ୟକ୍ତିତ୍ଵ ଓ ପେଶା ସବୁବେଳେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଆସିଛି । ସେହିଭଳି ବଲାଙ୍ଗୀରର ପ୍ରସିଦ୍ଧ ଗାୟକ ତଥା ରକଷ୍ଟାର୍ ଋକୁ ସୁନା ମଧ୍ୟ ଏବେ ଚର୍ଚ୍ଚାରେ । ସେ ମଧ୍ୟ ଏଥର ପୁଣି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଋକୁ ସୁନା ସାରା ଓଡ଼ିଶାରେ ଜଣେ ଆଧୁନିକ ଗାୟକ ଭାବରେ ବେଶ ଜଣାଶୁଣା । ସେ ଏଯାବତ୍ ହିନ୍ଦୀ, ସମ୍ବଲପୁରୀ, ଓଡ଼ିଆ, ଭୋଜପୁରୀ ଓ ତେଲୁଗୁ ଭାଷାରେ ୧୦ ହଜାରରୁ ଊର୍ଦ୍ଧ୍ବ ଗୀତ ଗାଇସାରିଛନ୍ତି । ତାଙ୍କ ଗୀତ ଗାଇବା ଶୈଳୀ ତଥା ଗୀତ ଯୁବ ପିଢ଼ିଙ୍କ ଖୁବ୍ ପ୍ରଶଂସିତ ହୋଇ ଆସିଥାଏ ।

Panchayat Poll: ନିର୍ବାଚନ ମଇଦାନରେ ରକଷ୍ଟାର ଋକୁ ସୁନା

ତେବେ ପୂର୍ବରୁ ସେ ଗୀତ ଗାଇବା ସାଙ୍ଗକୁ ରାଜନୀତି କରି ଆସୁଥିବାବେଳେ ତିନି ତିନି ଥର ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ବଲାଙ୍ଗୀର ବେଲପଡା ବ୍ଲକର ସେ ଦୁଇଥର ଉପ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଲାଇ ଆସିଛନ୍ତି । ଏଥର ପୁଣି ସେ ବେହେରା ମୁଣ୍ଡା ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରିଛନ୍ତି । ତେବେ ଲୋକଙ୍କ ସେବା ପାଇଁ ସେ ରାଜନୀତିରେ ଆସିଥିବାବେଳେ ଲୋକଙ୍କ ମୌଳିକ ସୁବିଧା ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ସେହିପରି ସେ ବିଜୟୀ ହେଲେ ପିଇବା ପାଣି, ରାସ୍ତା, ଭତ୍ତା, ସ୍ବାସ୍ଥ୍ୟ ଭଳି ଗୁରୁତ୍ଵପୂର୍ଣ୍ଣ ମାମଲରେ ଲୋକଙ୍କ ପାଇଁ ଲଢେଇ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.