ETV Bharat / state

ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ: 15 ଗିରଫ, ମାରଣାସ୍ତ୍ର ସହ ଗାଡି ଜବତ - ବଲାଙ୍ଗୀର ଡକାୟତି

ବଲାଙ୍ଗୀରରେ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ପୋଲିସ । 15 ଜଣ ଗିରଫ ସହ ବିଭିନ୍ନ ମାରଣାସ୍ତ୍ର ଏବଂ ବହୁମୂଲ୍ୟ ସାମଗ୍ରୀ ଜବତ । ଅଧିକ ପଢନ୍ତୁ...

ବଡ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ, 15 ଗିରଫ
ବଡ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ, 15 ଗିରଫ
author img

By

Published : Feb 9, 2021, 8:32 PM IST

ବଲାଙ୍ଗୀର: ଦୁଇ ଦିନ ମଧ୍ୟରେ ଏକ ବଡ ଡକାୟତ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି ବଲାଙ୍ଗୀର ପୋଲିସ । ଖପ୍ରାଖୋଲା ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ସମ୍ପକ୍ତ ଥିବା 15 ଜଣ ଡକାୟତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ବିଭିନ୍ନ ପ୍ରକାରର ମାରଣାସ୍ତ୍ର, ବୋମା ତିଆରି ସାମଗ୍ରୀ ଓ ଡକାୟତ ହୋଇଥିବା ମୂଲ୍ୟବାନ ଅଳଙ୍କାର ପୋଲିସ ଜବତ କରିବା ସହ ଡକାୟତିରେ ବ୍ୟବହୃତ ତିନୋଟି ଚାରିଚକିଆ ଗାଡିକୁ ଜବତ କରିଛି ।

ବଡ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ, 15 ଗିରଫ
ଗତ 22 ତାରିଖରେ ଶାନ୍ତିପୁର ଗ୍ରାମରେ ସମ୍ପୃକ୍ତ 15 ଜଣ ଡକାୟତ ସଶସ୍ତ୍ର ଡକାୟତି କରି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାର ତଦନ୍ତ ପାଇଁ ତଥା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ପାଞ୍ଚଟି ଦଳ ଗଠନ କରାଯାଇ ଓଡିଶାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ତେବେ ଜିଲ୍ଲା ବାହାରେ ଏମାନେ ଆଉ ଏକ ଡକାୟତି କରି ଫେରାର ମାରୁଥିବାବେଳେ ପୋଲିସ ସେମାନଙ୍କୁ ରେଢ଼ାଖୋଲା ଠାରେ ଧରିବାରେ ସକ୍ଷମ ହୋଇଛି । ଘଟଣାରେ ପୋଲିସ ସୋମବାର ସାତଜଣଙ୍କୁ ଗିରଫ କରିଥିବାବେଳେ ମଙ୍ଗଳବାର ଏଥିରେ ପୁଣି 8 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଡକାୟତଙ୍କ ମଧ୍ୟରୁ ଅଧିକାଂଶ ନୟାଗଡ଼ ଜିଲ୍ଲାର ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର କିଛି ଦୁର୍ବୃତ୍ତ ଏମାନଙ୍କୁ ସାହାଯ୍ୟ କରିଥିବା ପୋଲିସ ସୂଚନା ଦେଇଛି ।

ସେହିପରି ଏହି ଅଭିଯୁକ୍ତଙ୍କ ନାଁରେ ଓଡିଶାରେ ବିଭିନ୍ନ ଜିଲ୍ଲାରେ 10ଟି ଡକାୟତି ମାମଲା ରହିଛି ଏବଂ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ଶାନ୍ତିପୁର ଅଞ୍ଚଳରେ ଦୁଇଟି ଡକାୟତି ମାମଲା ରହିଛି । ଘଟଣାରେ ଅଧିକ ଛାନଭିନ କରାଯାଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.