ETV Bharat / state

କୃଷି ଆଇନ ବିରୋଧରେ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ ରାସ୍ତାରୋକ - agriculture bill

ବଲାଙ୍ଗୀର ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରିଥିଲେ ଚାଷୀ। ଅଧିକ ପଢ଼ନ୍ତୁ...

କୃଷି ବିଲ ବିରୋଧରେ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ

author img

By

Published : Nov 6, 2020, 7:10 AM IST

ବଲାଙ୍ଗୀର: ଜିଲ୍ଲା ବେଲପଡ଼ା ବ୍ଲକରେ ଗୁରୁବାର ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରିଥିଲେ ଚାଷୀ । ରାସ୍ତାରୋକ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା।

କୃଷି ବିଲ ବିରୋଧରେ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ

ନୂତନ କୃଷି ବିଲ ପାରିତ ହେବାପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି। ଚାଷୀମାନଙ୍କୁ ହତାସ କରିବା ପାଇଁ ଏହି ପାରିତ ହୋଇଥିବା ନେଇ ଅଭିଯୋଗ କରିଛି ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ। ଏହି ରାସ୍ତାରୋକ ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଥିଲେ। ବେଲପଡ଼ା କଲେଜ୍ ଛକ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ ଚାଷୀ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶତାଧିକ ଯାନବାହାନ ଫସି ରହିଥିବା ଦେଖିବାକୁ ମିଳିଥିଲା। ଏହାସହ ରାସ୍ତାରୋକ ଯୋଗୁଁ ହଜାର ଯାତ୍ରୀମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା। କେନ୍ଦ୍ର ସରକାର ଏହି ଆଇନ୍ ପ୍ରଣୟନ କରି ଚାଷୀ ଶୋଷଣ ନୀତି ଆପଣାଇଥିବା ଅଭିଯୋଗ ହୋଇଛି। ଏହାସହ ପୁଞ୍ଜିପତି ଓ ଦଲାଲ ମାନଙ୍କ ସୁବିଧା ପାଇଁ ଏହି ନୂତନ କୃଷି ବିଲ ପାରିତ ହୋଇଥିବା ଅଭିଯୋଗ କରିଛି ସଂଗଠନ। ତୁରନ୍ତ ଏହି ବିଲକୁ ରଦ୍ଦ କରିବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛି ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ। ତେବେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.