ETV Bharat / state

ଧାନକିଣାରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ

author img

By

Published : Dec 5, 2020, 10:16 PM IST

ଧାନକିଣାରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ । ଚାରିଦଫା ଦାବି ପୂରଣ ନେଇ ପାଟଣାଗଡ଼ କଣ୍ଟାବାଞ୍ଜି ରାସ୍ତା ଅବରୋଧ । ଅଧିକ ପଢନ୍ତୁ...

road strike in balangir by farmers
ଧାନକିଣାରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ

ବଲାଙ୍ଗୀର : ଧାନକିଣାରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ । ଚାରିଦଫା ଦାବି ପୂରଣ ନେଇ ପାଟଣାଗଡ଼ କଣ୍ଟାବାଞ୍ଜି ରାସ୍ତା ଅବରୋଧ । ଜିଲ୍ଲାରେ ଗତ ନଭେମ୍ବର 18 ତାରିଖରୁ ଧାନ କିଣା ଆରମ୍ଭ ହୋଇଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାର ଅଭିଯୋଗ ଆସୁଥିବା ବେଳେ ଚାଷୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେଉଁଥିରେ ବଲାଙ୍ଗୀର ବେଲପଡା ବ୍ଲକ କପାଣି ଧାନ ମଣ୍ଡିରେ ଚାଷୀ ମାନେ ବିକ୍ରୟ କରିବା ପାଇଁ ଆଣିଥିବା ଧାନକୁ ନିମ୍ନ ମାନର ଦର୍ଶାଇ କଟନି ଛଟନୀ ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ।

ଏଫଏକ୍ୟୁ ନାଁରେ ଚାଷୀମାନଙ୍କୁ ଶୋଷଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ‌କଟନିଛଟନି ପ୍ରକ୍ରିୟାରେ ମିଲର୍ସଙ୍କ ମନମୁଖୀ ଓ ଅଧିକାରୀଙ୍କ ଅବହେଳା ଯୋଗୁଁ ଚାଷୀମାନେ ହତାଶ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ କପାଣି ସମବାୟ ସମିତିରେ ଧାନ କିଣାରେ କଟଣି ଛଟନିକୁ ବିରାଧ କାରି ପାଟଣାଗଡ କଣ୍ଟାବାଞ୍ଜି ରାସ୍ତାରୋକ କରିଛି ଜୟ କିଷାନ ଆନ୍ଦୋଳନ କମିଟି । ମଣ୍ଡିରେ ମିଲରମାନଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ କ୍ୟୁଣ୍ଟାଲ ପିଛା ୭ରୁ ୮ କେଜି ଧାନ କଟଣି ଛଟଣି ହୋଉଥିବାର ଅଭିଯୋଗ କରୁଛନ୍ତି ଚାଷୀ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.