ETV Bharat / state

BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବାକୁ ଅବସରପ୍ରାପ୍ତ ସରାକରୀ କର୍ମଚାରୀଙ୍କ ଦାବି - ସ୍ମାର୍ଟ ସ୍ବାସ୍ଥ୍ୟ ସେବା ଖବର

ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (Biju Swasthya Kalyan Yojana) ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ସ୍ମାର୍ଟ କାର୍ଡର ଲକ୍ଷ୍ୟ ସ୍ମାର୍ଟ ସହାୟତା ପ୍ରଦାନ କରିବା । ରାଜ୍ୟ ସରକାରଙ୍କ ଏହି ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବାକୁ ଦାବି କରିଛନ୍ତି ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ । ଅଧିକ ପଢନ୍ତୁ

BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବାକୁ ଅବସରପ୍ରାପ୍ତ ସରାକରୀ କର୍ମଚାରୀଙ୍କ ଦାବି

author img

By

Published : Dec 14, 2021, 4:14 PM IST

ବଲାଙ୍ଗୀର: ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ସାମିଲ ହେଉଛି ଆମ ରାଜ୍ୟ ଓଡିଶା । ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (Biju Swasthya Kalyan Yojana) ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ସ୍ମାର୍ଟ କାର୍ଡର ଲକ୍ଷ୍ୟ ସ୍ମାର୍ଟ ସହାୟତା ପ୍ରଦାନ କରିବା। ରାଜ୍ୟ ସରକାରଙ୍କ ଏହି ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବାକୁ ଦାବି କରିଛନ୍ତି ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ ।

BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବାକୁ ଅବସରପ୍ରାପ୍ତ ସରାକରୀ କର୍ମଚାରୀଙ୍କ ଦାବି

ବଲାଙ୍ଗୀର ଓ ସମଗ୍ର ପଶ୍ଚିମ ଓଡ଼ିଶାରେ ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ କମ ପେନସନ ପାଉଥିବା ବେଳେ ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିଛି। ଅଳ୍ପ ପେନସନ ଟଙ୍କାରେ ସେମାନେ ଉଚିତ୍ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସେବାରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି । ଏନେଇ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖୁବଶୀଘ୍ର ସରକାର ହିତକର ନିଷ୍ପତ୍ତି ନେବେ ବୋଲି ଆଶା ରଖିଛନ୍ତି ସରକାରୀ କର୍ମଚାରୀ ମହାସଂଘ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ବିଭିନ୍ନ ଜିଲ୍ଲାରେ ଏହି ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.