ବଲାଙ୍ଗୀର: ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇ ଯାଇଛନ୍ତି କୁକୁର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଓଡିଆପାଲି ମୁଖ୍ୟ ରାସ୍ତାରେ । ମୃତ ଶିଶୁକୁ କୁକୁର ମାନେ ଖାଉଥିବା ବେଳେ ସ୍ଥାନୀୟ ଲୋକେ ପହଁଞ୍ଚି ଶବକୁ ଉଦ୍ଧାର କରିଥିଲେ ।
ଉଦ୍ଧାର ବେଳକୁ ଶବର ଅଣ୍ଟା ତଳକୁ କୁକୁର ଖାଇ ସାରିଥିଲେ । ଫଳରେ ସେଠରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାସ୍ଥଳରେ ସାମାଜିକ ସଂଗଠନ ବିଂ ହ୍ୟୁମାନର କର୍ମକର୍ତ୍ତା ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।
ବଲାଙ୍ଗୀର ପୁଇଁତଲା ପୋଲିସ ନବଜାତର ମୃତଦେହକୁ ଜବତ କରିଛି । କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ନବଜାତ ଶିଶୁର ମୃତଦେହ ଏଠାରେ ଫିଙ୍ଗି ଥିଲା ସେନେଇ ମଧ୍ୟ ପୋଲିସ ଖୋଳତାଡ ଆରମ୍ଭ କରିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ