ETV Bharat / state

ବଲାଙ୍ଗୀର ରଥଯାତ୍ରା ପ୍ରସ୍ତୁତି, 35 ବର୍ଷ ପରେ ନୂଆ ରଥରେ ରଥାରୂଢ ହେବେ ମହାପ୍ରଭୁ

author img

By

Published : Jun 14, 2023, 11:58 AM IST

ପବିତ୍ର ରଥଯାତ୍ରା ପାଇଁ ବଲାଙ୍ଗୀରରେ ରଥଯାତ୍ରା ପ୍ରସ୍ତୁତି ଜୋରଦାର ହୋଇଛି । ଚଳିତ ବର୍ଷ ପୁରୀ ରଥ ପରି ବଲାଙ୍ଗୀରରେ ରଥ ନିର୍ମାଣ ହୋଇଛି । ଅଧିକ ପଢନ୍ତୁ

Balangir Rath yatra preparation
ବଲାଙ୍ଗୀରରେ ରଥଯାତ୍ରା ପ୍ରସ୍ତୁତି

ବଲାଙ୍ଗୀରରେ ରଥଯାତ୍ରା ପ୍ରସ୍ତୁତି

ବଲାଙ୍ଗୀର: ପ୍ରସିଦ୍ଧ ରଥଯାତ୍ରା ପାଇଁ ବଲାଙ୍ଗୀରର ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି । 35 ବର୍ଷ ପରେ ନୂଆ ରଥରେ ରଥାରୂଢ ହେବେ ମହାପ୍ରଭୁ । ପୁରୀ ରଥ ଭଳି ନୂଆ ରଥର ନିର୍ମାଣ ହୋଇଛି । ବଲାଙ୍ଗୀରରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି ।

35 ବର୍ଷ ପରେ ନୂଆ ରଥରେ ରଥାରୂଢ ହେବେ ମହାପ୍ରଭୁ । ନୂଆ ରଥର ନିର୍ମାଣ କରିଛି ଦେବୋତ୍ତର ବିଭାଗ । ବଲାଂଗୀର ଉପଜିଲ୍ଲାପାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବଧାନରେ ଏହି ରଥର ନିର୍ମାଣ କରାଯାଇଛି । ଏଥିରେ 12 ବଢ଼େଇ ନିୟୋଜିତ ଥିବା ବେଳେ ପ୍ରଥମ କରି ପୁରୀ ରଥ ନିର୍ମାଣ ପ୍ରଣାଳୀରେ ଏଠିକାର ରଥ ନିର୍ମାଣ ହେଉଛି । ଏଥିରେ ନିୟୋଜିତ ଥିବା ବଢ଼େଇ ଉଦ୍ଧବ ସାହୁ କହିଛନ୍ତି ଯେ ଗତ ପାଞ୍ଚ ତାରିଖରୁ ଏମାନେ ରଥ ନିର୍ମାଣ କାମରେ ଲାଗିଛନ୍ତି । ପୁରୀ ରଥ ଭଳି ନୂଆ ରଥ ନିର୍ମାଣ ହେଉଛି ଏବଂ ଆଉ ଦିନ ଦୁଇ ଦିନରେ ରଥ ନିର୍ମାଣ କାମ ସରିବ । ସେହିପରି ଏଥର ରଥରେ ପାର୍ଶ୍ଵ ଦେବା ଦେବୀ ସ୍ଥାପିତ ହୋଇପାରି ନାହାନ୍ତି ଓ ଆସନ୍ତା ବର୍ଷ ତାହା ହେବ ବୋଲି ସେ କହିଛନ୍ତି । ଦେବୋତ୍ତର ବିଭାଗ ଅଧିକାରୀ ସୁଧୀର ଦାସ କହିଛନ୍ତି ଯେ, ''ରଥଯାତ୍ରା କମିଟି ନିଷ୍ପତ୍ତି ଅନୁସାରେ ଏଥର 35 ବର୍ଷ ପରେ ନୂଆ ରଥ ନିର୍ମାଣ ହେଉଛି । ଉପଜିଲ୍ଲାପାଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ରଥ ନିର୍ମାଣ ଚାଲିଛି । ରଥଯାତ୍ରା ଯେପରି ଶାନ୍ତି ଶୃଙ୍ଖଳାରେ ହେବ ତା ପାଇଁ ସବୁ ପଦକ୍ଷେପ ନିଆଯିବ ।

ପୁରୀ ରଥ ଭଳି ବଲାଙ୍ଗୀରରେ ତିଆରି ହୋଇଛି ନୂଆ ରଥ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଆସନ୍ତା 20 ତାରିଖ ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହା ନେଇ ବଲାଙ୍ଗୀରରେ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି । ପୂର୍ବରୁ ବଲାଙ୍ଗୀରରେ ରଥଯାତ୍ରା କମିଟି ବୈଠକ ସରିଛି । ଯେଉଁଥିରେ କିପରି ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ହେବ ତା ପାଇଁ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା । ବିଶେଷ କରି ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା, ସାନିଟାଇଜେସନ ଓ ଭକ୍ତ ଯେମିତି ସୁବିଧାରେ ରଥଯାତ୍ରା ଓ ପ୍ରଭୁଙ୍କ ଦର୍ଶନ କରିବେ ତା ପାଇଁ ସୁବ୍ୟବସ୍ଥା ଗ୍ରହଣ କରାଯିବ ତାହାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯିବ । ଜୁନ 20 ତାରିଖରେ ପବିତ୍ର ରଥଯାତ୍ରା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.