ETV Bharat / state

18 ବର୍ଷ ପରେ ବଲାଙ୍ଗୀରରେ ଜମିଲା ରାମଲୀଳା, ରାବଣ ଭୂମିକାରେ ମନ ମୋହିଲେ ଡାକ୍ତର - ରାବଣ ଭୂମିକାରେ ଡାକ୍ତର

18 ବର୍ଷ ହେବ ବନ୍ଦ ହୋଇଥିବା ବଲାଙ୍ଗୀର ରାମଲୀଳାକୁ ଉପଭୋଗ କରିଛନ୍ତି ବାଲାଙ୍ଗୀରବାସୀ । ରାବଣ ଭୂମିକାରେ ଡାକ୍ତର ରୁଦ୍ର ନାରାୟଣ ପଟେଲ ଅଭିନୟ କରି ଲୋକଙ୍କୁ ମନୋରଞ୍ଜନ କରାଇଛନ୍ତି । ଅଧିକ ପଢନ୍ତୁ

balangir Ramleela
18 ବର୍ଷ ପରେ ଜମିଲା ବଲାଙ୍ଗୀର ରାମଲୀଳା
author img

By

Published : Apr 20, 2023, 3:21 PM IST

18 ବର୍ଷ ପରେ ଜମିଲା ବଲାଙ୍ଗୀର ରାମଲୀଳା

ବଲାଙ୍ଗୀର: ଆଜିର ଆଧୁନିକ ଯୁଗରେ ହଜି ଯାଉଛି ପାରମ୍ପରିକ କଲା ସଂସ୍କୃତି। ହେଲେ ବଲାଙ୍ଗୀରର ଜଣେ ଡାକ୍ତର ଆଗେଇ ଆସିଛନ୍ତି ଏଭଳି କଳାକୁ ପୁନଃଜୀବିତ କରି ଲୋକଙ୍କୁ ଖୁସି ବାଣ୍ଟିବା ପାଇଁ। ଅବହାମାନ କାଳରୁ ଯେଉଁ ଲୋକକଳା ଦିନେ ଲୋକଙ୍କ ଭରପୁର ମନୋରଞ୍ଜନ କରୁଥିଲା ଏବେ ସେହି କଳା ଓ କଳାକାର ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହି ପାରମ୍ପରିକ କଳା ସଂସ୍କୃତିକୁ ପୁଣି ଜୀବନ୍ୟାସ ଦେବା ପାଇଁ ଆଗେଇ ଆସିଛନ୍ତି ବଲାଙ୍ଗୀରର ଜଣେ ଡାକ୍ତର। ଯାହାଙ୍କର ପେଶା ଡାକ୍ତରୀ ହୋଇଥିବା ବେଳେ ନିଶା କିନ୍ତୁ ଅଭିନୟ । ବଲାଙ୍ଗୀରର ସ୍ତ୍ରୀ ଓ ପ୍ରସୂତି ଡାକ୍ତର ରୁଦ୍ର ନାରାୟଣ ପଟେଲ ଯିଏକି ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ଲୋକଙ୍କ ମନରୋଞ୍ଜନ କରିଛନ୍ତି ।

ଶାନ୍ତ ସ୍ଵଭାବ ଓ ମିଠା କଥା ପାଇଁ ରୋଗୀ ତାଙ୍କୁ ସମ୍ମାନ ସହିତ ସ୍ନେହ ଦେଇଥାଆନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ରୋଗୀ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ରୁଦ୍ର ନାରାୟଣ ପଟେଲ । ସେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର । ପେଶା ଡାକ୍ତର ହେଲେ ବି ଅଭିନୟ ତାଙ୍କର ନିଶା । ବ୍ୟସ୍ତ ଜୀବନରୁ ସମୟ କାଢି ଲୋକଙ୍କୁ ଖୁସି ବାଣ୍ଟି ଥାଆନ୍ତି । ଡାକ୍ତର ରୁଦ୍ରନାରାୟଣ ପଟେଲ ଲୋକକଳା ସଂକୃତି ପ୍ରତି ଖୁବ ଆକୃଷ୍ଟ ହୋଇଛନ୍ତି । ଲୁପ୍ତ ହେବାକୁ ବସିଥିବା କଳାକୁ ପୁନଃଜୀବିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବଲାଙ୍ଗୀର ରାମଜି ପଡ଼ାରେ 150 ବର୍ଷ ପୂର୍ବରୁ ହୋଇ ଆସୁଥିବା ପାରମ୍ପରିକ ରାମଲୀଳାକୁ ସେ ପୁଣି ଆୟୋଜନ କରିବାକୁ ପ୍ରୟାସ କରି ଆସୁଛନ୍ତି । ଏହି ରାମଲୀଳା ରାଜା ଅମଳରେ ହୋଇ ଆସୁଥିଲା । ଏଠି ଲୋକ କଳାର ବେଶ ଝଲକ ଦେଖିବାକୁ ମିଳୁଥିଲା । ତେବେ ଏହା କିଛି ଉଦ୍ୟୋଗୀଙ୍କ ପ୍ରଚେଷ୍ଟା କ୍ରମେ ପୁଣି ବହୁ ବର୍ଷ ଚାଲିଥିଲା । ହେଲେ ପରବର୍ତ୍ତୀ ସମୟରେ ଦୀର୍ଘ 18 ବର୍ଷ ହେବ ବନ୍ଦ ହୋଇ ଯାଇଥିଲା । କଳାପ୍ରିୟ ଡାକ୍ତର ରୁଦ୍ରନାରାୟଣ ପଟେଲ ଏହାକୁ ପୁଣି ଆରମ୍ଭ କରିଛନ୍ତି ।

ଯେଉଁଥିରେ ଏଠିକାର ସ୍ଥାନୀୟ କଳାକାରମାନଙ୍କୁ ଏକଜୁଟ କରି ପୁଣି ଏହାର ଆୟୋଜନ କରିଛନ୍ତି ରାମଳୀଲା । ଏଥିରେ ସେ ନିଜେ ରାବଣ ଭୂମିକାରେ ଚମତ୍କାର ଅଭିନୟ କରି ଲୋକଙ୍କ ମନ ଜିଣିଛନ୍ତି । ତେବେ ବଲାଙ୍ଗୀର ରାମଜି ପଡ଼ାର ରାମଳିଲା ସର୍ବ ପୁରାତନ ହୋଇଥିବା ବେଲେ ଏଠିକାର ବିଶେଷତ୍ବ କାଠ ତିଆରି ମୁଖା ପିନ୍ଧି ଅଭିନେତାମାନେ ଅଭିନୟ କରିଥାନ୍ତି । ଯାହା ଆଜି ଆଉ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହଁ । ଆଜିର ରବର, ପ୍ଲାଷ୍ଟିଲ ମେକଅପ ଯୁଗରେ ଏହି କାଠମୁଖା ବ୍ୟବହାର ଲୁପ୍ତ ପ୍ରାୟ । ହେଲେ ଏଠି ଏହି ମୁଖା ବ୍ୟବହାର କରାଯାଇ ସେହି ପୁରୁଣା ଢଙ୍ଗରେ ଲୋକନୃତ୍ୟ ସାଙ୍ଗକୁ ରାମଗାଥା ଏଠି ପରିବେଶଣ କରିବା ପାଇଁ ସବୁ ଚେଷ୍ଟା କରିଥାନ୍ତି ଡାକ୍ତର ରୁଦ୍ର ନାରାୟଣ ପଟେଲ ଓ ତାଙ୍କ ସହ କଳାକାରମାନେ । ନିଜ ଜନ୍ମମାଟିରେ ଅଭିନୟରେ ଲୋକଙ୍କୁ ମନୋରଞ୍ଜନ କରୁଥିବାରୁ ଗର୍ବିତ ଥିବା କହିଛନ୍ତି ।

150 ବର୍ଷ ପୂର୍ବରୁ ଏଠି ପାରମ୍ପରିକ ଭାବରେ ରାମଳୀଲା ଆୟୋଜିତ ହୋଇ ଆସୁଥିଲା । ପାଟଣା ମହାରାଜା ଦଳଗଞ୍ଜନ ସିଂହଦେଓ ନିଜେ ଏହାର ଆୟୋଜନ ପାଇଁ ସବୁ ସାହାଯ୍ୟ କରୁଥିଲେ । ଏପରିକି ବାହାର ରାଜ୍ୟର କଳାକାରମାନେ କଳା ପ୍ରଦର୍ଶନ କରି ଆସୁଥିଲେ । ହେଲେ ଏହା ଧୀରେଧୀରେ ବନ୍ଦ ହୋଇ ଯାଇଥିଲା । ଏବେ ପୁଣି ଡାକ୍ତର ରୁଦ୍ର ନାରାୟଣ ପଟେଲ ଓ କିଛି ଯୁବ କଳାକାରଙ୍କ ଉଦ୍ୟମରେ ଏହା ଆରମ୍ଭ ହୋଇଛି । ଜଣେ ଡାକ୍ତର ହୋଇ ନିଜ ଉଦ୍ୟମରେ ପାରମ୍ପରିକ ଲୋକ କଳାର ପୁଣି ସଂରଚନା କରି ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.