ETV Bharat / state

Rain Fury In Balangir: ନାଳରେ ଭାସିଗଲେ ୩ ଭାଇ, ଜଣଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Sep 15, 2023, 8:25 AM IST

Updated : Sep 15, 2023, 2:57 PM IST

ଗାଧୋଇବାକୁ ଯାଇଥିବା ବେଳେ ନାଳରେ ଭାସିଗଲେ ୩ ଭାଇ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ନିଖୋଜ । ଅଧିକ ପଢନ୍ତୁ

ନାଳରେ ଭାସିଗଲେ ୩ ଭାଇ
ନାଳରେ ଭାସିଗଲେ ୩ ଭାଇ
ନାଳରେ ଭାସିଗଲେ ୩ ଭାଇ

ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ବଡ ଅଘଟଣ । ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲେ ୩ ଭାଇ । ଗତକାଲି(ଗୁରୁବାର) ଆଗଲପୁର ଥାନା ଅନ୍ତର୍ଗତ ଭରସୁଜା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ୩ ଭାଇ ସାଙ୍ଗ ହୋଇ ନାଳକୁ ଗୋଧାଇବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ସମସ୍ତେ ଭାସି ଯାଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭାଇ ନିଖୋଜ ଅଛନ୍ତି । ଅନ୍ୟ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତକ ହେଲେ ପିପିଲିପାଲି ଗାଁର ଗୁଲେକ ପୋଢ । ନିଖୋଜ ଥିବା ଜଣଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି ।

ସୂଚନା ଅନୁଯାୟୀ, ପିପିଲିପାଲି ଗାଁ ପୋଢ଼ ପରିବାରର ତିନି ଭାଇ ଗୁଲେଖ ପୋଡ଼, ରଜନୀ ପୋଡ଼ ଓ ପ୍ରମୋଦ ପୋଡ଼ ଭରସୁଜା କୁହ୍ଲାରୀ ନାଳକୁ ଗାଧୋଇବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ହଠାତ୍ ନାଳରେ ଅଧିକ ପାଣି ଆସିଯାଇଥିଲା । ଫଳରେ ଗୋଡ ଖସି ଯିବାରୁ ଦୁଇ ଭାଇ ଭାସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଭାଇ ମଧ୍ୟ ପ୍ରଖର ସୁଅରେ ଭାସି ଯାଇଥିଲେ । ଗ୍ରାମବାସୀ ଓ ଆଗଲପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରଜନୀ ପୋଢ଼ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ ଗୁଲେକ ପୋଢ଼ଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ : ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଏବେ ବି ପ୍ରମୋଦ ପୋଡ଼ ନାଳରେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ବଲାଙ୍ଗୀର ଓଡ୍ରାଫ ଟିମ୍ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଗଲପୁର ତହସିଲଦାର, ଥାନା ଅଧିକାରୀ, ବିଜେଡି ଯୁବ ନେତା ନିହାର ରଞ୍ଜନ ବେହେରା ଓ ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ଥାଉକି, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁ ନଦୀ ନାଳ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି । ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 15, 2023, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.