ବଲାଙ୍ଗୀର: ଜିଲ୍ଲା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ତାଙ୍କ ଗସ୍ତକୁ ନେଇ ଏଠି ଲୋକଙ୍କ ମଧ୍ୟରେ ଅନେକ ଆଶା ଆକାଂକ୍ଷା ଥିବା ବେଳେ ରେଳ କ୍ଷେତ୍ରରେ ବିକାଶକୁ ନେଇ ଅନେକ ଦାବି ରହିଛି । ତେବେ ବିଜେପି ଦଳ ପକ୍ଷରୁ ମନ୍ତ୍ରୀ ନିଶ୍ଚିତ ଭାବରେ ଏସବୁ ଶୁଣିବେ ଓ ପଦକ୍ଷେପ ନେବେ ବୋଲି କୁହା ଯାଇଛି। ଏହିପରି ଅଲଗା କୋଶଳ ରାଜ୍ୟ ଦାବି କରୁଥିବା କୋଶଳ ସମନ୍ଵୟ ସମିତି ମଧ୍ୟ ନିଜର ଦାବି ଉପସ୍ଥାପନ କରିବ। ଯେଉଁଥିରେ ରେଳ କ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଅବହେଳିତ ଥିବା ବେଳେ ମନ୍ତ୍ରୀଙ୍କ ଗସ୍ତ ଏହାର ବିକାଶ ଦିଗରେ ସହାୟକ ହେବ ।
ତେବେ ଏଠାରେ ଦୀର୍ଘ ଦିନର ଦାବି ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ସମ୍ପୂର୍ଣ, ନୂଆ ଟ୍ରେନ ଚଳାଚଳ, ରେଳ ଲାଇନ ଦୋହରିକରଣ ଭଳି ବିଭିନ୍ନ ଦାବି ଏମାନେ ରଖିଛନ୍ତି । ସମାନ ଭାବରେ ବଲାଙ୍ଗୀର ବରଗଡ, ନୂଆପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଭଳି ବିଭିନ୍ନ ଜିଲ୍ଲାର ଦାବି ମନ୍ତ୍ରୀ ଶୁଣନ୍ତୁ । ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ଏମାନେ ଦାବି କରିଛନ୍ତି। ଅନ୍ୟପଟେ ମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।
ମନ୍ତ୍ରୀ ପ୍ରଥମେ ଲୁଥୂରବନ୍ଦ ଗାଁରୁ ନିଜର ଜଣ ଆଶୀର୍ବାଦ ଯାତ୍ରା ଆରମ୍ଭ କରି ବଲାଙ୍ଗୀର ସହରରେ ଲୋକଙ୍କ ସହ ମିଶିବେ । ସେହିପରି ତାଙ୍କ ଗସ୍ତରେ ଏ ଅଞ୍ଚଳର ବିଭିନ୍ନ ଦାବିକୁ ମଧ୍ୟ ସେ ଶୁଣିବେ ବୋଲି ବିଜେପି କହିଛି । ସମାନ ଭାବରେ ଏଠିକାର ରେଲ କ୍ଷେତ୍ର ବିକାଶ ପାଇଁ ପୂର୍ବରୁ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ସମ୍ପୂର୍ଣ, ନୂଆ ରେଳ ଲାଇନ୍ ପ୍ରସ୍ତାବ, ବଲାଙ୍ଗୀର ନୂଆପଡ଼ା ରେଳ ଲାଇନ ଦାବି, କଣ୍ଟାବାଞ୍ଜିରେ ରେଳ ୱାଗନ କାରଖାନା ପାଇଁ ତାଙ୍କୁ ପୁଣି ଦାବି କରାଯିବ ବୋଲି ବିଜେପି କହିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ