ETV Bharat / state

ଫସଲ ବୀମା ଦାବିରେ ଟାଷୀଙ୍କ ରେଳରୋକ ଆନ୍ଦୋଳନ - rail strike by farmers for crop insurance claim

ଫସଲ ବୀମା ଦାବିରେ ଟିଟିଲାଗଡ ରେଳ ଜଙ୍କସନଠାରେ ଏକାଧିକ ଚାଷୀ ମିଳିତ ଭାବରେ ରେଳ ରୋକ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ

ଫସଲ ବୀମା ଦାବିରେ ଟାଷୀଙ୍କ ରେଳ ରୋକ ଆନ୍ଦୋଳନ
ଫସଲ ବୀମା ଦାବିରେ ଟାଷୀଙ୍କ ରେଳ ରୋକ ଆନ୍ଦୋଳନ
author img

By

Published : Oct 14, 2022, 5:44 PM IST

ବଲାଙ୍ଗୀର: ଫସଲ ବୀମା ଦାବିରେ ପୁଣି ତାତିଲେ ଚାଷୀ । ବଲାଙ୍ଗୀର ଜିଲ୍ଲାର ଚାଷୀମାନେ ଫସଲ ବୀମା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ ଆନ୍ଦୋଳନ କରିଛନ୍ତି । ଟିଟିଲାଗଡ ରେଳ ଜଙ୍କସନଠାରେ ଏକାଧିକ ଚାଷୀ ମିଳିତ ଭାବରେ ରେଳରୋକ୍‌ ଆନ୍ଦୋଳନ କରିଛନ୍ତି । ଫଳରେ ଏହି ରୁଟ ଦେଇ ଯାଉଥିବା ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।

ଫସଲ ବୀମା ଦାବିରେ ଟାଷୀଙ୍କ ରେଳ ରୋକ ଆନ୍ଦୋଳନ

ବଲାଙ୍ଗୀର ଜିଲ୍ଲାର ଚାଷୀମାନେ ଗତ ବର୍ଷ ଫସଲ ବୀମା କରିଥିଲେ । ତେବେ ଗତବର୍ଷ ଆବଶ୍ୟକତାଠାରୁ କମ ବର୍ଷା କାରଣରୁ ଚାଷ କାର୍ଯ୍ୟ ସୁଫଳ ହୋଇନଥିଲେ । ଫଳରେ ମରୁଡିରେ ଫସଲ ସବୁ ନଷ୍ଟ ହୋଇଯାଇଥିଲା । ହେଲେ କ୍ଷତି ସହିଥିବା ଚାଷୀମାନେ ଏପର୍ଯ୍ୟନ୍ତ ସେମାନେ ସେମାନଙ୍କ ଫସଲ ବୀମା ପ୍ରାପ୍ୟ ପାଇ ପାରିନାହାଁନ୍ତି । ଯାହା ଫଳରେ ଚାଷୀଙ୍କ ମହଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

ଏନେଇ ଚାଷୀମାନେ ପ୍ରଥମେ ଜାତୀୟ ରାଜପଥ ଅବରୋଧ କରି ସେମାନଙ୍କ ଦାବି ଜଣାଇଥିଲେ । ହେଲେ ତାହା ଆଜି ଯାଏଁ କେହି କର୍ଣ୍ଣପାତ କରିଲେନାହିଁ । ଯାହା ଫଳରେ ଚାଷୀ ଉତ୍ୟକ୍ତ ହୋଇ ଆଜି ରେଳରୋକ ଆନ୍ଦୋଳନ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଶହ ଶହ ଚାଷୀ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ ଟିଟିଲାଗଡଠାରେ ରେଳ ଧାରଣା ଉପରେ ଆନ୍ଦୋଳନ କରିଛନ୍ତି । ଯେ ପର୍ଯ୍ୟନ୍ତ ଫସଲ ବିନା ପ୍ରଦାନ ନ କରାଯିବ ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ସେପଟେ ଶହ ଶହ ଚାଷୀଙ୍କ ଆନ୍ଦୋଳନ କାରଣରୁ ଟିଟଲାଗଡ ରୁଟ ଦେଇ ଯାଇଥିବା ଆନ୍ତଃରାଜ୍ୟ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଯେଉଁଥିରେ ଟିଟିଲାଗଡ ରାୟପୁର ଓ ଟିଟଲାଗଡ ଦକ୍ଷିଣ ଭାରତକୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ଏହି ରୁଟ ଦେଇ ଯାଉଥିବା ସବୁ ଟ୍ରେନ ଅନ୍ୟାନ୍ୟ ରେଳ ଷ୍ଟେସନରେ ଅଟକି ରହିଥିବାର ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.