ETV Bharat / state

ଧାନ କିଣାରେ ଅନିୟମିତତା ଅଭିଯୋଗରେ ମିଲ ଉପରେ ଚଢ଼ାଉ - paddy procurement irregularities

ବଲାଙ୍ଗୀର ରବି ଋତୁ ଧାନ କିଣା ଚାଲିଥିବାବେଳେ ଧାନ କିଣାରେ ମିଲର ମାନଙ୍କର ମନମାନି ଓ ଧାନ କିଣାରେ ଅନିୟମିତତାର ଅଭିଯୋଗ ହେବା ପରେ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଧାନ କିଣାରେ ଅନିୟମିତତା ଅଭିଯୋଗରେ ମିଲ ଉପରେ ଚଢ଼ାଉ

author img

By

Published : Jun 17, 2021, 9:53 PM IST

ବଲାଙ୍ଗୀର: ବଲାଙ୍ଗୀରରେ ରବି ଋତୁ ଧାନ କିଣା ଚାଲିଥିବାବେଳେ ଧାନ କିଣାରେ ମିଲର ମାନଙ୍କର ମନମାନି ଓ ଧାନ କିଣାରେ ଅନିୟମିତତାର ଅଭିଯୋଗ ହେବା ପରେ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । ଯେଉଁଥିରେ ବଲାଙ୍ଗୀର ତୁଷୁରାର ବିକାଶ ଧାନ ମିଲ ଉପରେ ପ୍ରଶାସନ ଏହି ଅଭିଯୋଗ ଆଧାରରେ ଚଢାଉ କରିଛି ।

ଧାନ କିଣାରେ ଅନିୟମିତତା ଅଭିଯୋଗରେ ମିଲ ଉପରେ ଚଢ଼ାଉ

ତେବେ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଉପଜିଲ୍ଲାପାଳ, ବଲାଙ୍ଗୀର ଯୋଗାଣ ଅଧିକାରୀ ପ୍ରମୁଖ ଏହି ମିଲ ଉପରେ ଚଢାଉ କରିଛନ୍ତି ଏବଂ ମିଲ ଅଞ୍ଚଳରେ 144 ଧାରା ଲାଗୁ କରିବା ସହ ମୂଳରେ ମହଜୁଦ ଥିବା ଧାନର ଓଜନ କରୁଛନ୍ତି । ଧାନର ଓଜନ ସରିଲେ ପ୍ରକୃତ ତଥ୍ୟ ସାମନାକୁ ଆସିବାକୁ ଥିବା ବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.