ବଲାଙ୍ଗୀର: ଜିଲ୍ଲାର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ବନ ବିଭାଗର ଚଢାଉ । ଘଟଣାରେ 3 ଜଣଙ୍କୁ ଗିରଫ କରିବା ସହ ଖଦାନରେ ବ୍ୟବହୃତ 3 ଟି ଟ୍ରାକ୍ଟର ଜବତ କରିଛି ବିଭାଗ ।
ବଲାଙ୍ଗୀର ଗୁଦ୍ଭେଳା ଦେଓଗାଁ ରେଞ୍ଜ ଅନ୍ତର୍ଗତ ସିକେର ପାଠ ସଂରକ୍ଷିତ ଜଙ୍ଗଲରେ ଏହି ପଥର ଖାଦାନ ବେଆଇନ ଭାବରେ ଚାଲିଥିଲା । ଯାହାର ଖବର ପାଇ ଦେଓଗାଁ ରେଞ୍ଜର ସହ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଚଢାଉ ବେଳେ ଘଟଣା ସ୍ଥଳରୁ 3 ଟ୍ରାକ୍ଟର ସହ 3 ଜଣ ଅଭିଯୁକ୍ତ ଫକୀର ରଣା, ପ୍ରଦୀପ ପ୍ରଧାନ ଓ ରଘୁ ମନି ପାତ୍ରଙ୍କୁ ଗିରଫ କରାଯାଇଛି। ତେବେ ଘଟଣାରେ ଅଧିକ ତଦନ୍ତ ଚାଲିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ